ଭୁବନେଶ୍ବର ୩୦।୧୦: ବାତ୍ୟା ‘ଅର୍ଣ୍ଣବ’ ଯିବାପରେ ଗଞ୍ଜାମ ଓ ଗଜପତିର ସ୍ଥିତି ବେହାଲ । ଜଳମଗ୍ନ ଅନେକ ଅଞ୍ଚଳ । ଜଳବନ୍ଦୀ ଅନେକ ଲୋକ । ଜନଜୀବନ ହୋଇପଡ଼ିଛି ଅସ୍ତବ୍ୟସ୍ତ । ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଞ୍ଜାମ ଆଉ ଗଜପତି ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି । ଆକାଶ ମାର୍ଗରୁ ଗଞ୍ଜାମ ଓ ଗଜପତି ଜିଲ୍ଲାର ବନ୍ୟା ସ୍ଥିତି ଅନୁଧ୍ୟାନ କରିବା ପରେ ରଙ୍ଗେଇଲୁଣ୍ଡାରେ ଅବତରଣ କରି ସ୍ଥିତିର ସମୀକ୍ଷା କରିଛନ୍ତି ।

ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଗଞ୍ଜାମ ଓ ଗଜପତିରେ ବନ୍ୟା ସ୍ଥିତି ଗମ୍ଭୀର ହୋଇଥିବା ବେଳେ, ବ୍ୟାପକ କ୍ଷୟକ୍ଷତି ହୋଇଛି । ବନ୍ୟାରେ ପ୍ରଭାବିତ ଅଞ୍ଚଳର ସ୍ଥିତି କେତେ ଗମ୍ଭୀର, ଲୋକଙ୍କ ଧନଜୀବନ କେତେ ପ୍ରଭାବିତ ହୋଇଛି ଆକାଶ ମାର୍ଗରୁ ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଉପସ୍ଥିତ ଥିଲେ ।

ବନ୍ୟାରେ ଗଞ୍ଜାମର ୨୨ ବ୍ଲକ୍ ର ୪୩ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ୨୩ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ୩୫୨ ରିଲିଫ ସେଣ୍ଟରରେ ଲୋକେ ଅଛନ୍ତି । ୭୨ ଗାଁ ପ୍ରଭାବିତ ହୋଇଥିବା ବେଳେ, ୯ଟି ଗାଁ ବିଶେଷ ମାତ୍ରାରେ ପ୍ରଭାବିତ ହୋଇଛି । କୋଷ୍ଟଗାର୍ଡ ହେଲିକପ୍ଟର ଜରିଆରେ ଲୋକଙ୍କୁ ସ୍ଥାନାନ୍ତର କରଯାଇଛି । ନୌସେନା ହେଲିକପ୍ଟର ଖାଦ୍ୟ ପୁଡିଆ ଏୟାର୍ ଡ୍ରପ୍ କରୁଛି । ୨୨ ସ୍ଥାନରେ ଏୟାର ଡ୍ରପ୍ କରାଯିବ । ହିଞ୍ଜିଳି, ଚିକିଟି, ପୁରୁଷୋତ୍ତମପୁର ,ଶେରଗଡ଼, ଧରାକୋଟ, ଆସ୍କା, ବେଲଗୁଣ୍ଠା ଭଳି ସ୍ଥାନରେ ରିଲିଫ୍ ସାମଗ୍ରୀ ଏୟାର ଡ୍ରପ୍ କରାଯିବ । ୪୦ ଜଣ ତାଲିମପ୍ରାପ୍ତ ଲୋକ ରନ୍ଧା ଖାଦ୍ୟ ନେଇ ପହଞ୍ଚିବେ । ପାଣି ସ୍ରୋତ ଥିବା ଯୋଗୁଁ ଯିବା ସମ୍ଭବପର ହେଉନଥିଲା । ଆଜି ସ୍ଥିତି ସୁଧୁରିଛି । ଭୂସ୍ଖଳନ ଯୋଗୁଁ ବ୍ୟାପକ ପରିମାଣରେ ରାସ୍ତା କ୍ଷତିଗ୍ରସ୍ତ ହୋଇଛି ।

​​​​​​​Watch Video: