ଚାମୋଲୀ: ବଦ୍ରିନାଥରୁ ଡେରାଡୁନ ଫେରୁଥିବା ଏକ ହେଲିକପ୍ଟର ଯୋଶୀ ମଠ ନିକଟ ପାଣ୍ଡୁକେଶ୍ୱରରେ ଭେଡ଼ ଗଦେର ପାହାଡ଼ ଉପରେ ଦୁର୍ଘଟଣାର ଶିକାର ହୋଇଛି। ବିପର୍ଯ୍ୟୟ ପ୍ରବନ୍ଧନ ଅଧିକାରୀ ନନ୍ଦ କିଶୋର ଯୋଶୀ କହିଛନ୍ତି ଯେ ଦୁର୍ଘଟଣାରେ ହେଲିକପ୍ଟରରେ ଯାତ୍ରା କରୁଥିବା ସମସ୍ତ ୬ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ସେ କହିଛନ୍ତି ଯେ ସେନା ଦୁର୍ଘଟଣାସ୍ଥଳକୁ ପହଞ୍ଚିବା ସହ ଉଦ୍ଧାର ଅଭିଯାନ ଦାୟିତ୍ୱ ମଧ୍ୟ ତୁଲାଉଛି। ହେଲିକପ୍ଟରଟି ଟ୍ରାନ୍ସ ଭାରତ କମ୍ପାନୀର ଓ ଏଥିରେ ପାଇଲଟ ଓ ୫ ଜଣ ଯାତ୍ରୀ ଥିଲେ।   ସମସ୍ତ ଯାତ୍ରୀ ବେଙ୍ଗାଲୁରୁ ବୋଲି କୁହାଯାଉଛି। ହେଲିକପ୍ଟରଟି ବଦ୍ରିନାଥରୁ ଡେରାଡୁନ ଫେରୁଥିଲା। ଏହା ଶହସ୍ରଧାର ହେଲିପ୍ୟାଡରେ ଅବତରଣ କରିଥାନ୍ତା। 

ଅପଡେଟ ଜାରି ରହିଛି..