ଭୁବନେଶ୍ବର ୧୪।୫: ଗୁରୁବାର ପୁଣି ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସପ୍ତାହକ ମଧ୍ୟରେ ଦ୍ଵିତୀୟ ଥର ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ । ସନ୍ଧ୍ୟା ୫ଟାରେ ବସିବ ବୈଠକ । ଯେଉଁଥିରେ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି ଉପସ୍ଥିତ ରହିବେ । ବୈଠକରେ ଆଇନ ଶୃଙ୍ଖଳା ପରିସ୍ଥିତ ନେଇ ସମୀକ୍ଷା ହେବ । ସମସ୍ତ ଜିଲ୍ଲାର ଏସ୍‌ପି ଭିସି ଜରିଆରେ ଯୋଡି ହେବେ ।

Also Read:- OSRTC vehicles EVs: ଓଏସଆରଟିସିର ସବୁ ଗାଡି ଇଭି କରାଯିବ, ରାଜ୍ୟରେ ଚାର୍ଜିଂ ଷ୍ଟେସନର ଅଭାବ ରହିବନି

ଶନିବାର ପଶ୍ଚିମବଙ୍ଗରୁ ଫେରିବା ପରେ ଲୋକସେବା ଭବନରେ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରି ଡିଜିଙ୍କ ଉପରେ କ୍ଷୋଭ ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ । ତୁରନ୍ତ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ କହିଥିଲେ । ଆଜି ପୁଣି ଥରେ ମୁଖ୍ୟମନ୍ତ୍ରୀ ବୈଠକ ଡାକିଛନ୍ତି ।