ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ବିଶ୍ୱର ଇନ୍ଧନ ଯୋଗାଣ ପ୍ରଣାଳୀରେ ବ୍ୟାଘାତ ସୃଷ୍ଟି ହୋଇଛି। ଏଥିରେ ଟ୍ୟାଙ୍କରଙ୍କ ଉପରେ ଆକ୍ରମଣ ସତ୍ତ୍ୱେ ହର୍ମୁଜ ପ୍ରଣାଳୀ ଦେଇ ଭାରତ ତୈଳ ଆମଦାନୀ ଜାରି ରଖିଛି। ଇରାନ ଯୁଦ୍ଧ ପରଠାରୁ ମଧ୍ୟପ୍ରାଚ୍ୟରେ ଭାରତକୁ ତୈଳ ଯୋଗାଣରେ ଇରାକ ଦ୍ୱିତୀୟ ସର୍ବବୃହତ୍ତ ଯୋଗାଣକାରୀ ପାଲଟିଛି। ଭାରତର ମୋଟ ତୈଳ ଆମଦାନୀରେ ଉପସାଗରୀୟ ଦେଶଙ୍କ ଯୋଗଦାନ ୪୧% ଏଥିରେ ଋଷିଆ ଏବେବି ଭାରତ ଲାଗି ମୁଖ୍ୟ ଅଶୋଧିତ ତୈଳ ଯୋଗାଣକାରୀ ହୋଇ ରହିଛି।

ଆମେରିକା-ଇରାନ ଯୁଦ୍ଧ ଆରମ୍ଭ ପରଠାରୁ ନଭେମ୍ବରର ପ୍ରଥମ ଥର ଭାରତ ଲାଗି ଇରାକ ସବୁଠୁ ବଡ଼ ଅଶୋଧିତ ତୈଳ ଯୋଗାଣକାରୀରେ ପରିବର୍ତ୍ତିତ ହୋଇଛି। ଏହି ପରିବର୍ତ୍ତନ ସେତେବେଳେ ହେଲା ଯେତେବେଳେ ହର୍ମୁଜ ପ୍ରଣାଳୀ ଦେଇ ତୈଳ ସିପମେଣ୍ଟ ସଂଖ୍ୟା ବଢିଲା। ତେବେ ଟ୍ୟାଙ୍କରମାନଙ୍କ ଉପରେ ଇରାନ ଏବେ ଆକ୍ରମଣ ବଢାଇ ଦେଇଛି। ଏନାର୍ଜୀ ଆନାଲିଟିକ୍ସ ଫାର୍ମ ‘କେପ୍ଲର’ ଅନୁସାରେ ୧ରୁ ୨୬ ନଭେମ୍ବର ମଧ୍ୟରେ ଭାରତ ଦୈନିକ ୫.୦୪ ମିଲିୟନ ବ୍ୟାରଲ ଅଶୋଧିତ ତୈଳ ଆମଦାନୀ କରିଛି। ଏହ ପୂର୍ବ ମାସରେ ଅର୍ଥାତ ଅକ୍ଟୋବରରେ ଆମଦାନୀ ୫.୬୩ ମିଲିୟନ ବ୍ୟାରେଲ ଥିଲା।

ତେବେ ଭାରତକୁ ଅଶୋଧିତ ତୈଳ ଯୋଗାଣକାରୀଙ୍କ ତାଲିକାରେ ଋଷିଆ ଏବେବି ଶୀର୍ଷରେ ରହିଛି। ତେବେ ଏହି ସିପମେଣ୍ଟ ହ୍ରାସ ହୋଇ ୧.୭୫ ମିଲିୟନ ବ୍ୟାରଲ ହୋଇଯାଇଛି। ଆମଦାନୀର ଏହି ପରିମାଣ ନଭେମ୍ବର ୨୦୨୫ ର ୧.୮୫ ମିଲିୟନ ବ୍ୟାରଲଠାରୁ କମ୍। କେପ୍ଲର ଅନୁସାରେ ସାଉଦୀ ଆରବ, ଇରାକ ଓ ୟୁଏଇ ମିଳିତ ଭାରତ ମୋଟ ଆବଶ୍ୟକତାର ୪୧% ରପ୍ତାନୀ କରନ୍ତି। ନଭେମ୍ବରରେ ଭାରତର ଅଶୋଧିତ ତୈଳ ଆମଦାନୀ ଗତବର୍ଷ ସ୍ତରର ଆଖପାଖରେ ରହିଛି। ଏଥିରେ ଋଷିଆ, ଇରାକ ଓ ସାଉଦୀ ଆରବ ଏବେ ଭାରତକୁ ମୁଖ୍ୟ ଯୋଗାଣକାରୀ ପାଲଟିଛନ୍ତି। ଏହି ତିନିଦେଶ ମିଳିତ ଭାରତ ଇନ୍ଧନ ଆବଶ୍ୟକତାର ଦୁଇ ତୃତୀୟାଂଶ ପୁରା କରୁଛନ୍ତି।