ନୂଆଦିଲ୍ଲୀ: ସରକାରୀ ଉଦାସୀନତା ସତ୍ତ୍ୱେ ଗ୍ରାହକଙ୍କୁ ଆକୃଷ୍ଟ କରିବା କୌଣସି ଉଦ୍ୟମ ଖାଲି ଛାଡୁନି ବିଏସଏନଏଲ୍। ନୂଆ ଗ୍ରାହକଙ୍କ ପାଇଁ ଏକ ନୂଆ ଶସ୍ତା ରିଚାର୍ଜ ପ୍ଲାନ୍ ଲଞ୍ଚ କରିଛି ଏହି ରାଷ୍ଟ୍ରାୟତ ଟେଲିକମ୍ କମ୍ପାନୀ। ମାତ୍ର ୫୧ ଟଙ୍କାର ପ୍ରିପେଡ୍ ପ୍ଲାନ୍‌ରେ ଗ୍ରାହକଙ୍କୁ ଦେଉଛି ୨୮ ଦିନର ସର୍ଭିସ୍ ଭାଲିଡିଟି ସହ ଦୈନିକ ୨ଜିବି ଡାଟା। ତେବେ ଏଇଠି ଜାଣିବାର କଥା ହେଲା ଏହି ପ୍ଲାନ୍ ହେଉଛି ଏକ ଫାଷ୍ଟ ରିଚାର୍ଜ କୁପନ୍। କେବଳ ନୂଆ ଗ୍ରାହକମାନେ ଏହି କୁପନର ଫାଇଦା ଉଠାଇପାରିବେ।

ଏବେ ଆସନ୍ତୁ ଜାଣିବା ୫୧ ଟଙ୍କିଆ ପ୍ଲାନ୍‌ରେ କ'ଣ ମିଳିବ?

BSNLର ଏହି କୁପନ ପ୍ଲାନରେ ନୂଆ ଗ୍ରାହକ ୫୧ ଟଙ୍କା ଦେଇ ୨୮ ଦିନର ସର୍ଭିସ ପାଇପାରିବେ। ହିସାବ କଲେ ଗ୍ରାହକଙ୍କର ଦିନକୁ ମାତ୍ର ୧.୮୨ ଟଙ୍କା ଖର୍ଚ୍ଚ ହେବ। ଏଥିରେ ୨୮ ଦିନର ସର୍ଭିସ୍ ଭାଲିଡିଟି ସହ ପ୍ରତିଦିନ ୨GB ଡାଟା ମିଳିବ। ମୋଟ ୫୬ ଜିବି ଗ୍ରାହକଙ୍କୁ ଦିଆଯିବ। ତା ସହିତ ଅନଲିମିଟେଡ୍ ଭଏସ୍ କଲିଂ ଓ ଦୈନିକ ୧୦୦ଟି ଏସଏମଏସର ସୁବିଧ ମିଳିବ। ଏହି ଅଫର୍ BSNLର ସମସ୍ତ ଟେଲିକମ୍ ସର୍କଲ୍‌ରେ ଉପଲବ୍ଧ ରହିବ ବୋଲି କମ୍ପାନୀ ଘୋଷଣା କରିଛି।

ବିଏସଏନଏଲ୍‌ର ୧ ଟଙ୍କିଆ ରିଚାର୍ଜ ପ୍ଲାନ୍

BSNL ପକ୍ଷରୁ ଏକ ୧ ଟଙ୍କିଆ ଫାଷ୍ଟ ରିଚାର୍ଜ କୁପନ ପ୍ଲାନ୍ ମଧ୍ୟ ଲଞ୍ଚ କରାଯାଇଛି। ଏଥିରେ ୨୪ ଦିନର ଭାଲିଡିଟି ସହ ପ୍ରତିଦିନ ୧GB ଡାଟା ମିଳୁଛି। ଅର୍ଥାତ୍ ମୋଟ ୨୪GB ଡାଟା ସହ ଅନଲିମିଟେଡ୍ କଲିଂ ଏବଂ ଦୈନିକ ୧୦୦ଟି SMSର ସୁବିଧା ରହିଛି।

ଏହାବ୍ୟତୀତ BSNLର ୧୦୭ ଟଙ୍କିଆ ପ୍ଲାନ୍‌ରେ ୨୦ ଦିନର ଭାଲିଡିଟି ସହ ୩GB ଡାଟା ଏବଂ ୨୦୦ ମିନିଟ୍ ଭଏସ୍ କଲିଂ ମିଳୁଛି। ହିସାବ କଲେ ଦିନକୁ ଏହି ପ୍ଲାନରେ ଗ୍ରାହକଙ୍କୁ ମାତ୍ର ୪ ପଇସା ଖର୍ଚ୍ଚ କରିବାକୁ ପଡ଼ିବ।

Also Read- ୧୮ ବର୍ଷୀୟ ଟେକ୍‌ ଏକ୍ସପର୍ଟ ସାର୍ଥକଙ୍କ କମାଲ: ୬.୮ ଲକ୍ଷ ଭୋଟର ତାଲିକା ପିଡିଏଫ୍‌କୁ ସର୍ଚ୍ଚେବୁଲ ଡାଟାରେ ପରିଣତ କରିଦେଲେ

ବର୍ତ୍ତମାନ BSNL ଦେଶରେ ନିଜର ୪G ନେଟୱର୍କର ସମ୍ପ୍ରସାରଣ କରୁଥିବାବେଳେ ନୂଆ ଗ୍ରାହକଙ୍କୁ ନେଟୱର୍କ ସେବା ସହ ଯୋଡ଼ିବା ଏହି ଶସ୍ତା FRC ପ୍ଲାନ୍‌ଗୁଡ଼ିକର ଲଞ୍ଚ କରୁଛି। ଯେତେମାତ୍ରାରେ ଗ୍ରାହକ ଏହା ଯୋଡ଼ି ହେବେ ସେତେମାତ୍ରାରେ ବିଏସଏନଏଲ ନେଟୱର୍କ ସମ୍ପ୍ରସାରଣ କରିପାରିବ। ରିଚାର୍ଜ କରିବା ପୂର୍ବରୁ ଏହି ପ୍ଲାନ ବିଷୟରେ BSNL ୱେବସାଇଟରୁ ଭଲଭାବରେ ଜାଣି ନେବା ଉଚିତ।