ଭୁବନେଶ୍ୱର ୩୦।୦୯ : ଗୁରୁବାର ମହାନଦୀ ନେଇ ଆଲୋଚନା।  କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ମଧ୍ୟସ୍ଥତାରେ ଦୁଇ ମୁଖ୍ୟମନ୍ତ୍ରୀଙ୍କ ବୈଠକ ହେବ। ସମ୍ଭାବନା ସବୁଥିରେ ଅଛି, ଏମିତି ଅଡୁଆ ସୂତାକୁ ଠିକ କରାଯିବ ବୋଲି ବିଜେପି ରାଜ୍ୟ ସଭାପତି  ମନମୋହନ ସାମଲ କହିଛନ୍ତି । 

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମହାନଦୀ ପ୍ରସଙ୍ଗରେ ଅମିତ ଶାହ ମଧ୍ୟସ୍ଥତା କରିଛନ୍ତି, ଦୁଇ ମୁଖ୍ୟମନ୍ତ୍ରୀ ରାଜି ଅଛନ୍ତି ନିଶ୍ଚୟ ସମାଧାନ ହେବ  ବୋଲି  ମନମୋହନ ସାମଲ କହିଛନ୍ତି ।  କେସ କରି ଓଡିଶାର ବିକାଶ ବନ୍ଦ କରିବାକୁ ଚେଷ୍ଟା କରୁଥିଲେ ବିରୋଧୀ ।  ଅମିତ ଶାହ ମଧ୍ୟସ୍ଥତା କରିଛନ୍ତି, ଦୁଇ ମୁଖ୍ୟମନ୍ତ୍ରୀ ରାଜି ଅଛନ୍ତି ନିଶ୍ଚୟ ସମାଧାନ ହେବ । 

Also Read:-SCBରେ ରୋଗୀ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ, ମେଡିକାଲ କର୍ମଚାରୀ ପିଟିପିଟି ମାରିଦେବା ଅଭିଯୋଗ

ସେପଟେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ  ଶାହାଙ୍କ ଅଧ୍ୟକ୍ଷତାରେ ଦୁଇ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ମହାନଦୀ ବିବାଦ ସମାଧାନ ନେଇ ବସିବାକୁ ଥିବା ବୈଠକକୁ ନେଇ ପ୍ରସନ୍ନ ଆଚାର୍ଯ୍ୟ  ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ବୈଠକକୁ ଯିବା ପୂର୍ବରୁ  ମୁଖ୍ୟମନ୍ତ୍ରୀ ଆଗ ପ୍ରକାଶ କରନ୍ତୁ କଣ ସର୍ତ୍ତ ରହିଛି, ଏହି ଆପୋଷ ବୁଝାବଣାରେ  ଓଡିଶା ଲୋକଙ୍କ ସ୍ୱାର୍ଥ ହନି ହେବନି ତ । ତାହା ଆଗ ସ୍ପଷ୍ଟ କରନ୍ତୁ ।  ମନମୋହନ ସାମଲ  ଯେଉଁ କଥା କହିଛନ୍ତି ତାହା ତାଙ୍କର ରାଜନୈତିକ ବୟାନ ।  ଯେତେବେଳେ କେନ୍ଦ୍ର ସରକାର, ଛାତିଶଗଡ଼ ସରକାର ଏବଂ ୱାଟର କମିଶନ କିଛି  ଶୁଣଲେ ନାହିଁ ସେତେବେଳେ ସରକାର କୋର୍ଟକୁ ଯାଇଥିଲେ ବୋଲି କହିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ।