ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସୋମବାର ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଯାଇଛି ରାଜ୍ୟ ମନ୍ତ୍ରିମଣ୍ଡଳର ୪୧ତମ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକ। ଏହି ବୈଠକରେ ବିକାଶର ନକ୍ସା ପ୍ରସ୍ତୁତ କରାଯିବା ସହ ୫ଟି ବିଭାଗର ୧୦ଟି ବଡ଼ ପ୍ରସ୍ତାବ ଉପରେ ମୋହର ବାଜିଛି। ବିଶେଷ କରି ଜଳ ସମ୍ପଦ, ପର୍ଯ୍ୟଟନ ଏବଂ ସହରାଞ୍ଚଳ ଉନ୍ନୟନକୁ ନେଇ ସରକାର ଅନେକ ବଡ଼ ଘୋଷଣା କରିଛନ୍ତି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ପ୍ରେସ୍ ବିବୃତ୍ତି ମାଧ୍ୟମରେ ସବିଶେଷ ସୂଚନା ଦେଇଛନ୍ତି।

ସହରାଞ୍ଚଳ ଜଳ ତଟର ହେବ ବିକାଶ: ୫୦୦ କୋଟି ମଞ୍ଜୁର

ରାଜ୍ୟର ପ୍ରମୁଖ ନଦୀ କୂଳଗୁଡ଼ିକର ସୌନ୍ଦର୍ଯ୍ୟକରଣ ଏବଂ ବିକାଶ ପାଇଁ ସରକାର 'ସହରାଞ୍ଚଳ ଜଳ ତଟ ବିକାଶ ଯୋଜନା' ପାଇଁ ୫୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ପ୍ରକଳ୍ପ ଅଧୀନରେ ସମ୍ବଲପୁର ଓ କଟକର ମହାନଦୀ ତଟ, ଭୁବନେଶ୍ୱରର ଦୟା ଓ ଗଙ୍ଗୁଆ ନଦୀ ଓ ରାଉରକେଲାର ବ୍ରାହ୍ମଣୀ (ବେଦବ୍ୟାସ)ର ଉନ୍ନତିକରଣ କରାଯିବ।

ସମ୍ବଲପୁର ପାଇଁ 'ଅଯୋଧ୍ୟା ସାଗର' ଓ ସମଲେଶ୍ୱରୀ ଆଳତି ଘାଟ

ସମ୍ବଲପୁରବାସୀଙ୍କ ପାଇଁ କ୍ୟାବିନେଟ୍ ଏକ ବଡ଼ ଉପହାର ଦେଇଛନ୍ତି। ମହାନଦୀ ଜଳାଶୟରେ 'ଅଯୋଧ୍ୟା ସାଗର' ପ୍ରକଳ୍ପ ପାଇଁ ୪୪୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଏଥିସହ ବାରାଣସୀ ଶୈଳୀରେ ସମଲେଶ୍ୱରୀ ମନ୍ଦିର ନିକଟରେ ଏକ ଭବ୍ୟ 'ଆଳତି ଘାଟ' ନିର୍ମାଣ ହେବ, ଯାହା ପର୍ଯ୍ୟଟନ ଓ ପାନୀୟ ଜଳ ଯୋଗାଣରେ ସହାୟକ ହେବ।

ଭୁବନେଶ୍ୱରରେ ୨୪ ଘଣ୍ଟିଆ ପାଣି ଓ ଗଙ୍ଗୁଆ ସଫେଇ

ରାଜଧାନୀ ଭୁବନେଶ୍ୱରର TP-1, 2 ଏବଂ ୩ ଅଞ୍ଚଳରେ ଏବେ ୨୪ ଘଣ୍ଟିଆ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହେବ, ଯେଉଁଥିପାଇଁ ୧୧୨.୩୧ କୋଟି ଖର୍ଚ୍ଚ ହେବ। ସେହିପରି ଦୂଷିତ ହେଉଥିବା ଗଙ୍ଗୁଆ ନାଳର ଜଳ ବିଶୋଧନ  ପାଇଁ ୧୦୮.୯ କୋଟି ଟଙ୍କାର ପ୍ରସ୍ତାବକୁ ଅନୁମୋଦନ ମିଳିଛି।

ନୟାଗଡ଼ ବୃତଙ୍ଗ ପ୍ରକଳ୍ପ ଓ ପର୍ଯ୍ୟଟନ ବିକାଶ

ବହୁ ପ୍ରତୀକ୍ଷିତ ନୟାଗଡ଼ର ବୃତଙ୍ଗ ଜଳ ସେଚନ ପ୍ରକଳ୍ପ ପାଇଁ କ୍ୟାବିନେଟ୍ ୧୯୪ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଅନ୍ୟପଟେ ୨୦୪୭ ସୁଦ୍ଧା ରାଜ୍ୟରେ ୨୫,୦୦୦ ରୁମ୍ ନିର୍ମାଣ କରି ପର୍ଯ୍ୟଟନ ଶିଳ୍ପକୁ ସୁଦୃଢ଼ କରିବାକୁ ସରକାର