ଭୁବନେଶ୍ବର ୧୦।୪: ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ । ୧୧ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର । ୫ଟି ବିଭାଗର ୧୧ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିଛି । ବୈଠକ ସରିବା ପରେ ପ୍ରେସମିଟ୍‌ରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ରଖିଛନ୍ତି । ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପରିଚାଳନା ଏବଂ ରକ୍ଷଣ ବେକ୍ଷଣ ନୀତି ୨୦୨୬କୁ ଅନୁମୋଦନ । ଏହି ନୀତିରେ ପ୍ରକଳ୍ପ ସରିବା ପରେ ତାର ରକ୍ଷଣାବେକ୍ଷଣ ପାଇଁ ଦାୟିତ୍ୱ ବଣ୍ଟନ ହୋଇଛି । ଏଥିରେ ପଞ୍ଚାୟତ ଗ୍ରାମବାସୀଙ୍କର କ’ଣ ଦାୟିତ୍ୱ ରହିବ, ମନିଟରିଂ କେମିତି ହେବ, କେତେ ଟଙ୍କା ଦିଆଯିବ ସବୁ କିଛି ନୀତିରେ ଉଲ୍ଲେଖ ରହିଛି ।

ଏହାବ୍ୟତୀତ ୩୪୦୦ କୋଟି ଅଟଳ ବସଷ୍ଟାଣ୍ଡ ଯୋଜନାକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ରାଜ୍ୟରେ ନିର୍ମାଣ ହେଉଥିବା ୩୧୮ ବସ୍‌ଷ୍ଟାଣ୍ଡ OSRTC ସମନ୍ୱୟରେ କରାଯିବ । ଏହାସହ ଜଳସମ୍ପଦ ବିଭାଗର ୫ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । କଟକର ୧୩୫ କୋଟି ହାଡୁଆ ଜଳସେଚନ ପ୍ରକଳ୍ପ, ଯାହା ୩୬୦୦ ହେକ୍ଟର ଜମି ବଡମ୍ବାର ୭୬ ଗାଁ, ନରସିଂହପୁର, ତିଗିରିଆର ୫ ଗାଁରେ ପାଣି ମାଡ଼ିବ ।

Also Read:- Panchayat Election2027: ପଞ୍ଚାୟତ ନିର୍ବାଚନରେ ଆସନ ସଂରକ୍ଷଣ କରିବାକୁ ଜିଲ୍ଲାପାଳଙ୍କୁ ଚିଠି, ଏପ୍ରିଲ ଶେଷ ସୁଦ୍ଧା ଚୂଡ଼ାନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ସେହିପରି ୨୦୪ କୋଟିର ପାର୍ବତୀ ଗିରି ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପ ୬୨୧୦ ହେକ୍ଟର ସମ୍ବଲପୁରରେ ଜଳସେଚିତ ହେବ । ସୋନପୁର ତେଲ ନଦୀରେ ୧୭୦ କୋଟିର କ୍ଲଷ୍ଟର ୩୦ ପ୍ରକଳ୍ପ ୬ ହଜାର ହେକ୍ଟର ଜମି ଜଳସେଚିତ ହେବ । ୧୫୮ କୋଟିର ଯାଜପୁର ଖରାସୁଆ, ବ୍ରାହ୍ମଣୀ ନଦୀରେ କ୍ଲଷ୍ଟରର ୩୭ ପ୍ରକଳ୍ପ ଦ୍ୱାରା ୬ ହଜାର ହେକ୍ଟର ୭୩ ଗାଁ ପାଣି ପାଇବ । କେନ୍ଦୁଝରରେ ୯୩ କୋଟି ବ୍ୟୟରେ କ୍ଲଷ୍ଟର ୩୮ ପ୍ରକଳ୍ପ ଯାହାଦ୍ୱାରା ୪୨୮୦ ହେକ୍ଟର ପାନପୁର ଅଞ୍ଚଳରେ ଜମି ଜଳସେଚିତ ହେବ । କେନ୍ଦୁଝରରେ ୧୬୪୭ କୋଟି ବ୍ୟୟରେ ନୂଆ ୨୫୦୦ ଏମ୍‌ଭିଏ ସବ୍ ଷ୍ଟେସନକୁ ଅନୁମୋଦନ । ଯାହାର କାମ ୩ ବର୍ଷରେ ସରିବ । ଏହାସହ ଚାକିରି ସର୍ତ୍ତାବଳୀରେ ସଂଶୋଧନ, କ୍ୟାଡର ରୁଲ୍ ପରିବର୍ତ୍ତନ ଶ୍ରମ ବିଭାଗର ୩ ପ୍ରସ୍ତାବ ପାରିତ ହୋଇଛି ।