ଭୁବନେଶ୍ୱର ୨୬।୦୨: ନୂଆ ଓଡ଼ିଶା ଭବନର ଶିଳାନ୍ୟାସ । ଦିଲ୍ଲୀରେ ନୂଆ ଓଡ଼ିଶା ଭବନର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ । ଚାଣକ୍ୟପୁରୀ କୌଟିଲ୍ୟ ମାର୍ଗରେ ୭ ମହଲା ବିଶିଷ୍ଟ ହେବ ନୂଆ ଓଡ଼ିଶା ଭବନ । ୪୫ଟି କୋଠରୀ ସହ ଆଧୁନିକ ସମ୍ମିଳନୀ କକ୍ଷ ରହିବ । ଓଡ଼ିଶାର ସାଂସ୍କୃତିକ ଓ ପ୍ରଶାସନିକ କେନ୍ଦ୍ର ଭାବେ କାମ କରିବ ।

ଏ ଖବର ବି ପଢନ୍ତୁ:- ତୋଷାଳି ଭବନ ରେକର୍ଡ ରୁମ୍‌ରେ ଅଗ୍ନିକାଣ୍ଡ, ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପୋଡ଼ି ଯାଇଥିବା ସୂଚନା

ଗୁରୁବାର କୌଟିଲ୍ୟ ମାର୍ଗରେ ନୂଆ ଓଡ଼ିଶା ଭବନର ଶିଳାନ୍ୟାସ ଏବଂ ଭୂମି ପୂଜା ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶିଳାନ୍ୟାସ ଏବଂ ଭୂମି ପୂଜା କରିଛନ୍ତି । ଏହି ସମାରୋହରେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସାଂସଦ ପ୍ରଦୀପ ପୁରୋହିତ ଉପସ୍ଥିତ ଥିଲେ । ୪୩ ଏକର ଜମିର ଓଡ଼ିଶା ଅସ୍ମିତା, ସଂସ୍କୃତି କଳା ଏବଂ ପରମ୍ପରା ସହ ଆଧୁନିକ ଶୈଳୀରେ ନିର୍ମାଣ କରାଯିବ । ତେବେ ସାତ ମହଲା ବିଶିଷ୍ଟ ଏହି ବିଲ୍ଡିଂରେ ୩ଟି ବେସ୍‌ମେଣ୍ଟ ରହିବ । ଯେଉଁଥିରେ ୪୦ଟି ଗାଡି ପାର୍କ ହୋଇପାରିବ । ପ୍ରଥମ ମହଲାରେ କଳା ପ୍ରଦର୍ଶନ କରାଯିବ, ୨ ମହଲାରେ କନ୍‌ଫରେନ୍ସ ରହିବ । ଯେଉଁଥିରେ ୭୦ରୁ ଅଧିକ ଲୋକ ବସିବାର ବ୍ୟବସ୍ଥା ରହିବ । ଏହା ଉପରେ ୪୫ଟି ବିଭିନ୍ନ ବର୍ଗର ରୁମ୍‌ ରହିବ । ଭିଆଇପି ସୁଟ୍‌ ମଧ୍ୟ ରହିବ । ଖୁବଶୀଘ୍ର ଏହାର କାମ ଆରମ୍ଭ ହେବ । ଏଥିପାଇଁ ମୋଟ ୯୩ କୋଟି ୨୭ ଟଙ୍କାର ବଜେଟ ରଖାଯାଇଛି ।

ସେହିପରି ନୂଆଦିଲ୍ଲୀ ସମେତ ଦେଶର ବିଭିନ୍ନ ରାଜ୍ୟରେ ଓଡ଼ିଶା ଭବନ ନିର୍ମାଣ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଆଗକୁ ସୁରଟରେ ମଧ୍ୟ ନିର୍ମାଣ ହେବ । ବାଙ୍ଗାଲୋରରେ ନିର୍ମାଣ ପାଇଁ ଜମି ଅନୁମତି ମାଗିଛୁ । ମୁମ୍ବାଇରେ ଅଛି, କୋଲକାତାରେ ଅଛି, ଚେନ୍ନାଇରେ ବି ଅଛି । ଅଯୋଧ୍ୟାରେ ଜମି ପାଇଁ ଅନୁମତି ମାଗୁଛି । ତେବେ ମୁମ୍ବାଇରେ ଆଉ ଗୋଟିଏ ଭବନ ନିର୍ମାଣ କରିବା ଲାଗି ଅନୁମତି ମାଗିଛନ୍ତି ରାଜ୍ୟ ସରକାର ।