ଭୁବନେଶ୍ଵର: SCB ତାତିକୁ ନେଇ ଚାଲିପାରୁନି ବିଧାନସଭା । ଧୋଇଯାଉଛି ପ୍ରଶ୍ନ କାଳ,ଶୂନ୍ୟକାଳ ଏବଂ ମୁଲତବୀ ଆଲୋଚନା । ରାଜ୍ୟବାସୀଙ୍କ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ଉପରେ ଗୃହରେ ହୋଇପାରୁନି ଆଲୋଚନା । ବାଚସ୍ପତିଙ୍କ ଉଦ୍ୟମରେ ବାରମ୍ବାର ସର୍ବଦଳୀୟ ବୈଠକ ବସିଲେ ବି ତାହା ବିଫଳ ହେଉଛି। SCB ଅଘଟଣକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ସହ ସୁପରିଣ୍ଟେଣ୍ଡେଣ୍ଟ୍ଙ୍କୁ ଗିରଫ ଦାବିରେ ଅଡ଼ି ବସିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ । ସେପଟେ ଶାସକ ଦଳର କହିଛି ନିଜ ଦୋଷ ଦୁର୍ବଳତାକୁ ଲୁଚେଇବା ପାଇଁ ରାଜନୀତି କରି ବିଧାନସଭା ଅଚଳ କରୁଛନ୍ତି ବିରୋଧୀ ।

ଥମୁନି SCB ତାତି । ଚାଲିପାରୁନି ବିଧାନସଭା । ଧୋଇଯାଉଛି ପ୍ରଶ୍ନ କାଳ,ଶୂନ୍ୟକାଳ ଏବଂ ମୁଲତବୀ ଆଲୋଚନା । ରାଜ୍ୟବାସୀଙ୍କ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ଉପରେ ହୋଇପାରୁନି ଆଲୋଚନା । SCB ମେଡିକାଲ କଲେଜ ଓ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣାକୁ ନେଇ ଗଲା ୧୭ ତାରିଖରୁ ଗୃହରେ ଅଚଳାବସ୍ଥା ଜାରି ରହିଛି । ବାଚସ୍ପତିଙ୍କ ଉଦ୍ୟମରେ ବାରମ୍ବାର ସର୍ବଦଳୀୟ ବୈଠକ ବସିଲେ ବି ତାହା ବିଫଳ ହେଉଛି। ମାର୍ଚ୍ଚ ୧୯ ତାରିଖ । ଗୃହକୁ ସ୍ବାଭାବିକ କରିବା ପାଇଁ ବାଚସ୍ପତି ଡାକିଥିଲେ ସର୍ବଦଳୀୟ ବୈଠକ। କିନ୍ତୁ ବୈଠକ ପରେ ଚାଲିପାରିଲାନି ଗୃହ । ମାର୍ଚ୍ଚ ୨୦ ତାରିଖ ।

Also Read: ୬ ବିଧାୟକଙ୍କୁ ବ୍ୟୋମକେଶଙ୍କ ପ୍ରଶ୍ନ, କାହିଁକି ଦେଲ ଦିଲ୍ଲୀପଙ୍କୁ ଭୋଟ ?

ପୁଣି ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି । ଏହା ପରେ ବି ଗୃହରେ ପ୍ରତିବାଦ ଜାରି ରଖିଥିଲେ ବିରୋଧୀ । ମାର୍ଚ୍ଚ ୨୩ ତାରିଖ । ଅର୍ଥାତ୍ ଆଜି ମଧ୍ୟ ଗୃହରେ ସ୍ବାଭାବିକ ଅବସ୍ଥା ଆଣିବା ପାଇଁ ସର୍ବଦଳୀୟ ବୈଠକ ଡାକିଥିଳେ ବାଚସ୍ପତି ସୁରମା ପାଢ଼ୀ । ହେଲେ ବିରୋଧୀଙ୍କ ଜିଦ୍ ପାଇଁ ବିଫଳ ହୋଇଥିଲା ସର୍ବଦଳୀୟ ବୈଠକ । ଆଜି ବି ଗୃହ ଆରମ୍ଭରୁ ହୋ ହଲ୍ଲା କରି ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସବ ସୁପରିଟେଣ୍ଟଣ୍ଟ ଗିରଫ ଦାବି କରିଥିଲେ ବିରୋଧୀ। ଯେତେ ପର୍ଯ୍ୟନ୍ତ ଏହି ଘଟଣାରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେହେବ ସେପର୍ଯ୍ୟନ୍ତ ଗୃହକୁ ଅଚଳ କରାଯିବ ବୋଲି କହିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ।

Also Read: ରାଜ୍ୟସଭା ନିର୍ବାଚନ ବଦଳାଇଲା ବିଧାନସଭା ଚିତ୍ର, ୧୧ ବିଧାୟକଙ୍କ ପାଇଁ ଆଲଟମେଣ୍ଟ ହେବ ନୂଆ ସିଟ୍

ସେପଟେ ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛି ଶାସକ ଦଳ । ବିଜେପି କହିଛି, ନିଜ ଦୁର୍ବଳତାକୁ ଲୁଚେଇବା ପାଇଁ ରାଜନୀତି କରି ବିଧାନସଭା ଅଚଳ କରୁଛନ୍ତି ବିଜେଡି ଓ କଂଗ୍ରେସ । ବିଜେପି ସରକାର ଲୋକଙ୍କ ପାଇଁ ଉତ୍ତରଦାୟୀତ୍ବ ନିଭାଉଛନ୍ତି । SCB ଘଟଣାରେ ଦୁଇଟି କମିଟି ଗଠନ ହୋଇଛି । ତୃଣମୂଳସ୍ତରରେ ଦାୟୀ କର୍ମଚାରୀଙ୍କ ଉପରେ ତୁରନ୍ତ ଆକ୍ସନ ହୋଇଛି । ଗତକାଲି ସୁପରିଣ୍ଟେଣ୍ଡେଣ୍ଟ୍ ଓ ଡିନଙ୍କୁ ବଦଳି କରାଯାଇଛି । ରିପୋର୍ଟ ଆସିବା ପରେ ଦରକାର ପଡ଼ିଲେ ଆହୁରି କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଭଳି ଘଟଣା ଆଗକୁ ଯେଭଳି ନଘଟିବ ସେଥି ପାଇଁ ମଧ୍ୟ ସରକାର ତତ୍ପର ଅଛନ୍ତି । ବିଧାନସଭାରେ ବିରୋଧୀ ଓ ଶାସକଦଳ ମୁହାଁମୁହିଁ ଭିତରେ କେବେ ଗୃହ ସ୍ବାଭାବିକ ହେଉଛି ତା ଉପରେ ରହିଛି ସମସ୍ତଙ୍କ ନଜର ।