ଭୁବନେଶ୍ୱର: ଏସ୍‌ସିବି ପ୍ରସଙ୍ଗରେ ବର୍ଷିଲେ ବିରୋଧୀ । ବିଜେଡି ବିଧାୟକ ବର୍ଷିଲେ ଅରୁଣ ସାହୁ । କହିଲେ ଗତ କିଛି ଦିନ ଧରି ଓଡ଼ିଶାରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିରୋଧୀ ଦଳ ବିଧାୟକ ଦାବି କରୁଛନ୍ତି scb ଘଟଣାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ । କିନ୍ତୁ ସରକାର ତାକୁ ଘଣ୍ଟ ଘୋଡାଉଛନ୍ତି । ମେଡିକାଲ national commission ଙ୍କ ଗାଇଡଲାଇନ ଅନୁଯାଇ କୌଣସି ସ୍ଥାନରେ ଭାରପ୍ରାପ୍ତ ଅଧିକ୍ଷକ ରହିପାରିବେ ନାହିଁ।

ଯିଏ ଅଧିକ୍ଷକ ହେବେ ତାଙ୍କର ୫ ବର୍ଷର professor ଭାବେ ଅଭିଜ୍ଞତା ଥିବ। କିନ୍ତୁ ବର୍ତ୍ତମାନ ଯିଏ ଭାରପ୍ରାପ୍ତ ଅଧିକ୍ଷକ ଅଛନ୍ତି ଗୌତମ ଶତପଥୀ ସିଏ ଅତୀତରେ ନବୀନ ସରକାରରେ ପ୍ରାଇଭେଟ practice ପାଇଁ ନିଲମ୍ବିତ ହୋଇଥିଲେ । ତାଙ୍କର ଅଭିଜ୍ଞତା ନାହିଁ । ମାତ୍ର ଦେଢ ବର୍ଷର ପ୍ରଫେସର ଅଭିଜ୍ଞତା ଅଛି । ସେ କେମିତି ନିଯୁକ୍ତି ପାଇଲେ । ତଥ୍ୟ ଆସିଛି ଯେ ଅଧିକ୍ଷକ ଗୌତମ ଶତପଥୀ ବହୁ ଜୁନିୟର୍ ।

also read...Education Issue in Assembly: ସ୍କୁଲରେ ନାହିଁ ଡେସ୍କ ଓ ବେଞ୍ଚ, ତଳେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ

 

୬୦ ଜଣ ସିନିୟରଙ୍କୁ supercede କରି ତାଙ୍କୁ ନିଯୁକ୍ତ କରାଯାଇଛି । ଏ ସରକାର ନିଯୁକ୍ତିରେ ଘୋଟାଲା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଫାଇଲ ଯାଇଥିଲା full time ଅଧିକ୍ଷକ ନିଯୁକ୍ତି ପାଇଁ କିନ୍ତୁ ସେ କହିଥିଲେ ଗୌତମ ଶତପଥୀ ଙ୍କୁ ଭାରପ୍ରାପ୍ତ ଅଧିକ୍ଷକ ନିଯୁକ୍ତ କରିବାପାଇଁ। ଅତିରିକ୍ତ ଅଧିକ୍ଷକ professor ଜ୍ୟୋତିର୍ମୟୀ ନାୟକ ମଧ୍ୟ criteria fulfill କରୁନାହାନ୍ତି।

ସୂଚନା ଅଛି ଯେ ସେ opd ବ୍ଲକ୍ ରେ ରୁମ୍ number 10 ରେ ସାମାଜିକ ସଂସ୍ଥା ନାଁରେ rss ଅଫିସ ଖୋଲାଯାଇଛି। ପ୍ରତିଦିନ ସେଠାରେ rss କ୍ୟାମ୍ପ ଲାଗୁଛି। ଅଧିକ୍ଷକ ଓ ଅତିରିକ୍ତ ଅଧିକ୍ଷକଙ୍କ ଯୋଗ୍ୟତା ନଥାଇ କିପରି ନିଯୁକ୍ତି ପାଇଲେ? ଏ ଅସଙ୍ଗତି କାହିଁକି? ମୁଖ୍ୟମନ୍ତ୍ରୀ ଉତ୍ତର ରଖନ୍ତୁ। ଅଧିକ୍ଷକଙ୍କୁ ଗିରଫ୍ କରାଯାଉ ନଚେତ୍ ଆନ୍ଦୋଳନ ଜାରି ରହିବ।