ଭୁବନେଶ୍ୱର: ଥମୁନି ରାଜ୍ୟ ସଭା କ୍ରସ ଭୋଟିଂ ତାତି । ଶଙ୍ଖ ଭବନରୁ ରାଜରାସ୍ତା ସବୁଠି ବିଦ୍ରୋହ । ନବୀନ ନିବାସରେ ବି କ୍ରସ ଭୋଟିଂ ଚର୍ଚ୍ଚା । ଦିନେ ଯେଉଁ ଦଳ ଥିଲା ବଳବାନ । ଆଜି ଯେମିତି ଲାଗୁଛି ହୋଇପଡିଛି ନିର୍ବଳ । ଆଉ ରାଜନୀତିରେ ଯେତେବେଳେ କ୍ରସ୍ ଭୋଟିଂ ହୁଏ, ସେତେବେଳେ 'ଟଙ୍କା କାରବାର'ର ଗୁଜବ ଉଠେ । ତେବେ ପ୍ରକୃତରେ କଣ ବିକ୍ରି ହୋଇଥିଲେ ବିଜେଡିର ୬ ବିଧାୟକ ? କଣ ଦଳୀୟ ନେତୃତ୍ୱଙ୍କ ମାନିଲେନି ନେତା? ଏମିତି ଅନେକ ପ୍ରଶ୍ନ ରାଜ୍ୟବାସୀଙ୍କ ମନରେ । ସେପଟେ ଘଟଣା ପରେ ଦଳରେ ବି ଦେଖିବାକୁ ମିଳିଲାଣି ବିଦ୍ରୋହ ।

କ୍ରସ ଭୋଟିଂ ବିଧାୟକଙ୍କୁ ପ୍ରଶ୍ନ ?

ଏମିତି ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ବର୍ଷିଛନ୍ତି ବିଜେଡି ନେତା ବ୍ୟୋମକେଶ ରାୟ । କ୍ରସ ଭୋଟିଂ କରିଥିବା ୬ ବିଧାୟକଙ୍କୁ ପ୍ରଶ୍ନ ପଚାରିଛନ୍ତି । କହିଛନ୍ତି ଯଦି ଚାହିଁଥାନ୍ତେ ତେବେ ସେମାନେ ଭୋଟ ନଦେଇ ସେଥିରୁ ବିରତ ରହିପାରିଥାନ୍ତେ । ଦିଲ୍ଲୀପ ରାୟଙ୍କୁ କାହିଁକି ଭୋଟ ଦେଲେ କହିବେକି ବୋଲି ସେ ପ୍ରଶ୍ନ କରିଛନ୍ତି । ସେ ଆହୁରି କହିଛନ୍ତି ନବୀନ ବାବୁ ସେମାନଙ୍କ ସହ ଆଲୋଚନା କରିଥିଲେ । ନିଜ ନିର୍ବାଚନ ମଣ୍ଡଳୀରେ ବଢୁଥିବା ଜନ ଅସନ୍ତୋଷରୁ ବଞ୍ଚିବା ପାଇଁ ଏଭଳି ବୟାନ ବାଜି କରୁଛନ୍ତି।

୧୯୯୬ରେ ପ୍ରଭାତ ତ୍ରିପାଠୀ କ୍ରସ ଭୋଟିଂ କରି ନିଲମ୍ବନ କରିଥିଲେ । ଯେତେବେଳେ ବିଜୟ ମହାପାତ୍ର , ପ୍ରଭାତ ତ୍ରିପାଠୀ ମିଶି କେନ୍ଦ୍ର ମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ କରାଇନଦେବା ପାଇଁ ହିନ ଉଦ୍ୟମ କରିଥିଲେ । ଆଜି ତାଙ୍କ ପୁଅ ସେହିଭଳି କାମ କରିଛନ୍ତି । ଟଙ୍କା ପାଇଁ ଏଭଳି କରିଛନ୍ତି। ଦିଲ୍ଲୀପ ରାୟଙ୍କୁ କଣ ପାଇଁ ଭୋଟ ଦେଲେ ଏହା ହେଉଛି ପ୍ରଶ୍ନ ? ତିନିମାସ ତଳୁ ରବି ଜେନା ଦିଲୀପ ରାୟଙ୍କ ସହ ଯୋଗାଯୋଗ କରିଥିଲେ। ସେଦିନ ନବୀନ୍ ବାବୁଙ୍କୁ ଯେଉଁଭଳି ବ୍ୟବହାର କଲେ ଓ ନବୀନ ବାବୁଙ୍କୁ ବ୍ୟବହାର କଲେ ତାହା ପ୍ରାୟୋଜିତ ଥିଲା ବୋଲି ସେ କହିଛନ୍ତି ।

୬ ବିଧାୟକ ସସ୍‌ପେଣ୍ଡ:

​​​​​​​ରାଜ୍ୟସଭା ନିର୍ବାଚନରେ ଦଳୀୟ ହ୍ଵିପ୍ ଅବମାନନା କରି କ୍ରସ ଭୋଟିଂ କରିଥିବା ଛଅ ବିଧାୟକଙ୍କୁ ସସ୍ପେଣ୍ଡ କରିଥିଲେ ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ଗୁରୁତ୍ଵପୁର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ସସପେଣ୍ଡ ହୋଇଥିବା ଛଅ ବିଧାୟକ ହେଉଛନ୍ତି ସୌଭିକ ବିଶ୍ଵାଳ, ଦେବୀରଞ୍ଜନ ତ୍ରିପାଠୀ, ସୁବାସିନୀ ଜେନା, ନବ କିଶୋର ମଲ୍ଲିକ, ରମାକାନ୍ତ ଭୋଇ ଏବଂ ଚକ୍ରମଣି କହଁର। ଏହି କାର୍ଯ୍ୟାନୁଷ୍ଠାନ ନେଇ ନବୀନ ପଟ୍ଟନାୟକ ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି ଯେ, ଦଳ ବିରୋଧୀ କାର୍ଯ୍ୟ କଲେ ଆଦୌ ବରଦାସ୍ତ କରାଯିବନି।

also read...Odisha Politics: ରାଜ୍ୟସଭା ନିର୍ବାଚନ ବଦଳାଇଲା ବିଧାନସଭା ଚିତ୍ର, ୧୧ ବିଧାୟକଙ୍କ ପାଇଁ ଆଲଟମେଣ୍ଟ ହେବ ନୂଆ ସିଟ୍

ସୋ' ନୋଟିସର ଜବାବ:

ଏହା ପୂର୍ବରୁ କ୍ରସ ଭୋଟିଂ କରିଥିବା ଛଅ ବିଧାୟକ କାରଣ ଦର୍ଶାଅ ନୋଟିସର ଜବାବ ରଖିଥିଲେ । ନବୀନ ନିବାସରେ ଶନିବାର ରାଜନୈତିକ ବ୍ୟାପାର କମିଟି ବୈଠକ ବସିଥିଲା। ଏଥିରେ ଛଅ ବିଧାୟକ କାରଣ ଦର୍ଶାଅ ନୋଟିସରେ ଦେଇଥିବା ଜବାବ ଉପରେ ତର୍ଜମା କରି ଦଳ ସଭାପତି ନବୀନ ପଟ୍ଟନାୟକଙ୍କୁ ରିପୋର୍ଟ ଦିଆଯାଇଥିଲା। ଏହା ପରେ ସଭିଙ୍କ ନଜର ଥିଲା ନବୀନଙ୍କ ଉପରେ। ଏହି ବିଧାୟକଙ୍କ ଉପରେ ନବୀନ କଣ କାର୍ଯ୍ୟାନୁଷ୍ଠାନ ନେବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଆଉ ଏବେ ନବୀନ ପଟ୍ଟନାୟକ ରିପୋର୍ଟ ଆଧାରରେ କ୍ରସ ଭୋଟିଂ କରିଥିବା ଛଅ ବିଧାୟକଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି।