ଭୁବନେଶ୍ୱର ୨୪।୦୯ : ବିଧାନସଭା ମୌସୁମୀ ଅଧିବେଶନ । ତୃତୀୟ ଦିନରେ ବି ଗୃହ ଅଚଳ । ବିରୋଧୀଙ୍କ ହଟ୍ଟଗୋଳ ଏବଂ ହଙ୍ଗାମା ଲାଗି ଆଜି ବିଧାନସଭାକୁ ପୁଣି ମୁଲତବୀ ରଖାଯାଇଛି । ଅପରାହ୍ନ ୪ଟା ଯାଏଁ ବିଧାନସଭାକୁ ମୁଲତବୀ ଘୋଷଣା କରାଯାଇଛି ।

୨୨ ତାରିଖରୁ ଆରମ୍ଭ ହୋଇଥିଲା ବିଧାନସଭା ମୌସୁମୀ ଅଧିବେଶନ । ପ୍ରଥମ ଦିନରୁ ଗୃହରେ ଉଠିଥିଲା MMDR ଏବଂ ବହି ତ୍ରୁଟି ଝଡ଼ । ଯାହାକୁ ଗୃହରେ ହଟ୍ଟଗୋଳ ଏବଂ ହୋହାଲ୍ଲା କରିଥିଲେ ବିରୋଧୀ । ଯାହାଫଳରେ ପ୍ରଥମ ଦିନରେ ହିଁ ଦୁଇ ଦୁଇ ଥର ମୁଲତବୀ ଘୋଷଣା କରିଯାଇଥିଲା । ସେହିପରି ୨ୟ ଦିନ ଆରମ୍ଭରୁ ଗୃହରେ ବିଜେଡି ବହି ତ୍ରୁଟି ପ୍ରସଙ୍ଗରେ ସରକାରଙ୍କୁ ଘେରିଥିବା ବେଳେ କଂଗ୍ରେସ MMDR ପ୍ରସଙ୍ଗରେ ହୋହାଲ୍ଲା କରିଥିଲା । ୨ୟ ଦିନରେ ବାଚସ୍ପତି ଗୃହକୁ ମୁଲତବୀ ରଖିଥିଲେ ଅପରାହ୍ନ ୪ଟା ଯାଏଁ । ଏହିପରେ ଗୃହ କାର୍ଯ୍ୟ କିଛି ସମୟ ପାଇଁ ଆରମ୍ଭ ହୋଇଥିଲା । ହେଲେ ବିରୋଧୀଙ୍କ ହଟ୍ଟଗୋଳ ଲାଗି ବିଧାନସଭାକୁ ଗୁରୁବାର ସକାଳ ୧୦ଟା ୩୦ ଯାଏଁ ମୁଲତବୀ ରଖିଥିଲେ ବାଚସ୍ପତି ।

Also Read:-ରାତିରେ ଶୋଇଥିଲେ ମହିଳା, ପ୍ରବଳ ବର୍ଷା-ପବନରେ ଭୂଶୁଡି ପଡି଼ଲା କାନ୍ଥ

ସେହିପରି ଗୁରୁବାର ଦିନ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ପୁଣି ଥରେ ହଙ୍ଗାମା କରିଥିଲେ । ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଉଦ୍ୟମ କରିଥିଲେ । ବାଚସ୍ପତିଙ୍କ ବାରମ୍ବାର ଅନୁରୋଧ ପରେ ବି ଶୁଣିନଥିଲେ ବିରୋଧୀ । ଶେଷରେ ବାଧ୍ୟ ହୋଇ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ରଖାଯାଇଛି । ମୋଟ ୯ଟି କାର୍ଯ୍ୟଦିବସରୁ ଆଜି ୩ ଦିନ ।