ମୋହନା, ୨୪/୦୯ : ସାରା ରାଜ୍ୟରେ ଗଭୀର ଅବପାତର ବିତ୍ପାତ ଦେଖିବାକୁ ମିଳିଛି । ବୁଧବାର ରାତିରେ ଆନ୍ଧ୍ରପ୍ରଦେଶ ଉପକୂଳରେ ଏହା ମାଡ଼ ହୋଇଛି । ଧିରେ ଧିରେ ଏହା ଓଡିଶାକୁ ଆସୁଛି । କୋରାପୁଟ ଦେଇ ଓଡିଶାରେ ପଶିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି । ତେବେ ଓଡିଶାରେ ପଶିବା ପୂର୍ବରୁ ଗଭୀର ଅବପାତ କରାଳ ରୂପ ଦେଖାଇଛି । ଗଜପତି ଜିଲ୍ଲାରେ ପ୍ରବଳ ଝଡ ତୋଫାନ ପାଇଁ ଭୟଙ୍କର ସ୍ଥିତି ଉପୁଜିଛି ।

Also Read :-ଲଗାଣ ବର୍ଷାରେ ବୁଡିଲା ୪ ପୋଲ, ଲୋକେ ହନ୍ତସନ୍ତ

ରିପୋର୍ଟ ଅନୁସାରେ, ଗଜପତି ଜିଲ୍ଲା ମୋହନା ବ୍ଲକ ଶିକୁଳିପଦର ତଲାସିଂ ଗାଁରେ ଘର ଭାଙ୍ଗିଥିବା ନେଇ ସୂଚନା ମିଳିଛି l ଏଥିରେ ଜଣେ ମହିଳା ଆହତ ହୋଇଛନ୍ତି l ଆହତ ମହିଳା ହେଲେ ଲିଲି ନାୟକ l ଖବର ପାଇ ଆହତ ମହିଳାଙ୍କୁ ଉଦ୍ଧାର କରି ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି କରିଛନ୍ତି ଆମ୍ବୁଲାନ୍ସ କର୍ମଚାରୀ l

ରାତିରେ ମହିଳା ଜଣକ ଘରେ ସୋଇଥିବା ବେଳେ ପ୍ରବଳ ବର୍ଷା ଏବଂ ପବନ ହୋଇଥିଲା । ଫଳରେ ଭୋର ସମୟରେ ଘର କାନ୍ଥ ଭୁଶୁଡି ପଡିଥିଲା l ଚନ୍ଦ୍ରଗିରି ମେଡିକାଲରେ ତାଙ୍କର ଚିକିତ୍ସା ଚାଲିଥିବା ସୂଚନା ମିଳିଛି ।