ଭୁବନେଶ୍ୱର ୨୩।୦୯ :  ବିଜେଡିର ବିକ୍ଷୋଭ । ଗାନ୍ଧୀ ମାର୍ଗରେ ବିଜୁ ଜନତା ଦଳର ଆନ୍ଦୋଳନ । ପାଠ୍ୟ ପୁସ୍ତକ ତ୍ରୁଟି ପ୍ରସଙ୍ଗରେ ବିଜେଡି ପକ୍ଷରୁ ଗାନ୍ଧୀ ମାର୍ଗରେ ଜୋରଦାର ବିକ୍ଷୋଭ ।

ପାଠ୍ୟ ପୁସ୍ତକ ତ୍ରୁଟି ପ୍ରସଙ୍ଗରେ ଗାନ୍ଧି ମାର୍ଗରେ ବିଜେଡିର ରଣହୁଙ୍କାର । ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳର ଶତାଧିକ କର୍ମୀଙ୍କ ଆନ୍ଦୋଳନ । ବିଧାନସଭା ଘେରାଉ କରିବା ପାଇଁ ଯୁବ ଓ ଛାତ୍ର ଉଦ୍ୟମ କରୁଛନ୍ତି । ନୈତିକତା ଦୃଷ୍ଟିରୁ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରିଛନ୍ତି। ଏହାସହ ନୂତନ ନିର୍ଭୁଲ ପାଠ୍ୟ ପୁସ୍ତକକୁ ପିଲାମାନଙ୍କୁ ଯୋଗାଇ ଦେବାକୁ ଦାବି କରିଛି ବିଜେଡି ।

Also Read:-ସାମ୍ପୁ, ସାବୁନ ପ୍ୟାକେଟରେ ରହିବ ଆମିଷ ନିରାମିଷ ଟାଗ, କେନ୍ଦ୍ର ଖାଉଟି ମନ୍ତ୍ରାଳୟ ଆଣିଲା ନୂଆ ନିୟମ...

ସେହିପରି ମଙ୍ଗଳବାର ଦିନ ଗାନ୍ଧି ମାର୍ଗରେ ଧାରଣାକୁ ଓହ୍ଲାଇଥିଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ । ଆଜି ସବୁ ଜିଲ୍ଲାର ସାଂଗଠନିକ କାର୍ଯ୍ୟକର୍ତ୍ତା ଏହାକୁ ଦୃଷ୍ଟିରେ ରଖି ବିଧାନସଭାକୁ ତ୍ରିସ୍ତରୀୟ କଡା ସୁରକ୍ଷା ମଧ୍ୟରେ ରଖାଯାଇଛି । ଗାନ୍ଧି ମାର୍ଗରେ ପୋଲିସ ଛାଉଣୀ ହୋଇଛି ।

ଅନ୍ୟପଟେ ବିଜେପି ମଧ୍ୟ ଏହି ସମାନ ପ୍ରସଙ୍ଗ ନେଇ ବିଧାନସଭାରେ ହୋହାଲ୍ଲା ଏବଂ ନାରାବାଜି କରିଥିଲା । ପାଠ୍ୟ ପୁସ୍ତକ ତ୍ରୁଟି ନେଇ ନାରାବାଜି କରିଥିଲା । ଯାହାଫଳରେ ବିଧାନସଭାକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି । ସେହିପରି କଂଗ୍ରେସ ମଧ୍ୟ MMDR ପ୍ରସଙ୍ଗ ନେଇ କଂଗ୍ରେସ ଜୋରଦାର ବିକ୍ଷୋଭ କରୁଛନ୍ତି ।