ଭୁବନେଶ୍ୱର ୨୩।୦୯ : ବିଧାନସଭା ମୌସୁମୀ ଅଧିବେଶନ । ୨ୟ ଦିନରେ ବି ଗୃହ ଅଚଳ। ଯାହାଫଳରେ ବିଧାନସଭାକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି । ବିରୋଧୀଙ୍କ ହଟ୍ଟଗୋଳ ଏବଂ ହୋହାଲ୍ଲା ଲାଗି ମୁଲତବୀ ରଖିଛନ୍ତି ବାଚସ୍ପତି ସୁରମା ପାଢୀ ।

ବିଧାନସଭା ମୌସୁମୀ ଅଧିବେଶନ । ପ୍ରଥମ ଦିନରେ ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ହଟ୍ଟଗୋଳ ଏବଂ ହଙ୍ଗାମା କରିଥିଲେ । ଯାହାଫଳରେ ମଙ୍ଗଳବାର ଦିନ ଦୁଇ ଦୁଇ ଥର ମୁଲତବୀ ହୋଇଥିଲା ବିଧାନସଭା । ଶେଷରେ ବୁଧବାର ଯାଏଁ ଗୃହ ବନ୍ଦ ରଖିଥିଲେ ବାଚସ୍ପତି । ଏବେ ବୁଧବାର ଦିନ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ହଟ୍ଟଗୋଳ ଏବଂ ହଙ୍ଗାମା କରିଥିଲେ । MMDR ପ୍ରସଙ୍ଗରେ କଂଗ୍ରେସ ନାରାବାଜି କରୁଥିବା ବେଳେ ବିଜେଡି ପାଠ୍ୟ ପୁସ୍ତକ ମୁଦ୍ରଣରେ ତ୍ରୁଟି ନେଇ ନାରାବାଜି କରୁଛି । ଉଭୟ ଦଳ ଗୃହ ମଧ୍ୟ ଭାଗକୁ ଆସି ହୋହାଲ୍ଲା କରୁଥିଲେ । ବାଚସ୍ପତିଙ୍କ ବାରମ୍ବାର ଅନୁରୋଧ ପରେ ବି ବିରୋଧୀ ସଦସ୍ୟ ଶୁଣିଥିଲେ । ଏପିରିକି ରିପୋର୍ଟରଙ୍କ ଟେବୁଲ ଉପରେ ଚଢି ପ୍ରତିବାଦ କରିଥିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି ।

Also Read:-ଶ୍ରୀମନ୍ଦିରରେ ବାମନ ଜନ୍ମ ବା ବାମନ ଦ୍ୱାଦଶୀ, ଗୁରୁବାର ମହାପ୍ରଭୁଙ୍କ ବାମନ ବେଶ

ସେପଟେ ବାରମ୍ବାର ଅନୁରୋଧ ପରେ କୌଣସି ବିରୋଧୀ ବିଧାୟକ ଶୁଣିବାକୁ ପ୍ରସ୍ତୁତ ନଥିଲେ । ତେଣୁ ବାଧ୍ୟ ହୋଇ ବାଚସ୍ପତି ସୁରମା ପାଢୀ ବିଧାନସଭାକୁ ଅପରାହ୍ନ ୪ଟା ଯାଏ ମୁଲତବୀ ରଖିଛନ୍ତି ।