ନୂଆପଡ଼ା ୧୩।୯: ନୂଆପଡ଼ା ସବ୍ ଜେଲ୍ରୁ କଏଦୀ ଫେରାର ଘଟଣାରେ ଆକ୍ସନ । ନୂଆପଡ଼ା ସବ୍ ଜେଲର ବଳରାମ ମାଝୀ ନିଲମ୍ବିତ ହୋଇଛନ୍ତି । ତେବେ କଏଦୀ ଫେରାର ହେବା ସମୟର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି । ଫେରାର କଏଦୀ ହେଲେ ସିନାପାଲି ଥାନା କାନ୍ଦୁଲକୋନା ଗାଁର ବିଶ୍ଵବିହାରୀ ସିଂ ମାଝୀ । ୨୦୨୧ ମସିହାରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଥିଲେ । ୨୦୨୩ରେ ତାଙ୍କୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଥିଲା ।

Also Read:- ସଂପତ୍ତି ଭାଗ ବଣ୍ଟାକୁ ନେଇ ତୂମୁଳକାଣ୍ଡ, ତାଲା ପକାଇ ପିଲାଙ୍କୁ ନିର୍ଘାତ ପିଟିଲେ ଘର ମାଲିକ !

ସୋମବାର ଜେଲ୍ ପରିସରରେ ନିୟମିତ ସଫେଇ କାର୍ଯ୍ୟ ଚାଲିଥିବା ବେଳେ ଛୋଟ ପାଚେରୀ ଡେଇଁ ଫେରାର ହୋଇଯାଇଛି ବିଶ୍ଵବିହାରୀ । ଜେଲ୍ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ସେ ଖସିଯିବାରେ ସଫଳ ହୋଇଥିଲା । ଏହି ଘଟଣାରେ ଏବେ ସବ୍ ଜେଲରଙ୍କୁ ନିଳମ୍ବିତ କରାଯାଇଛି । ଏଯାଏ ଫେରାର କଏଦୀର ଟେର୍ ପାଇନି ପୋଲିସ ।

Watch Video: