ନୂଆଦିଲ୍ଲୀ ୧୮।୩: ଦେଶରେ ଏଲପିଜି ସପ୍ଲାଇ ସଂକଟର ପ୍ରଭାବ ଏବେ ସିଧା ରୋଷେଇଶାଳ ଓ ଖାଉଟିଙ୍କ ବ୍ୟବହାର ଉପରେ ପଡିଛି। ଗ୍ୟାସ୍ ସିଲିଣ୍ଡରର ଅନିଶ୍ଚିତ ଉପଲବ୍ଧତା ମଧ୍ୟରେ ଲୋକେ ଏବେ ରେଡୁ-ଟୁ-ଇଟ୍ ଓ ପ୍ୟାକେଜ୍ଡ ଫୁଡ ପ୍ରତି ଆଗ୍ରହୀ ହେଉଛନ୍ତି। ଇ-କମର୍ସ ଦିଗ୍ଗଜ ଆମାଜନ ଇଣ୍ଡିଆ ଅନୁସାରେ ତା ପ୍ଲାଟଫର୍ମରେ ଇନଷ୍ଟାଣ୍ଟ ନୁଡୁଲ, ପ୍ୟାକେଜଡ୍ ମିଲ୍, ସ୍ନାକ୍ସ ଓ ବିଭରେଜସ ଭଳି କ୍ୟାଟଗରୀ ୧୫%ରୁ ଅଧିକ ଗ୍ରୋଥ ହୋଇଛି।

ତେବେ ଏହି ଟ୍ରେଣ୍ଡ କେବଳ ଭାରତର ବଡ଼ ବଡ଼ ମହାନଗର ମଧ୍ୟରେ ସୀମିତ ନାହିଁ ବରଂ ହାଇଦ୍ରାବାଦ, କୋଲକାତା ଓ ଚେନ୍ନାଇ ଭଳି ସହରମାନଙ୍କ ସହିତ ସୋନିପତ ଓ ପାଣାଜୀ ଭଳି ଟିୟର-୨ ଓ ଟିୟର-୩ ସହରାଞ୍ଚଳରେ ମଧ୍ୟ ସ୍ପଷ୍ଟ ଦେଖା ଯାଉଛି। ଆମାଜନ ଇଣ୍ଡିଆ ମୁଖପାତ୍ର କହିଛନ୍ତି ଯେ ପିଛିଲା କିଛି ସପ୍ତାହରେ ଆମେ ରେଡି-ଟୁ-କଞ୍ଜ୍ୟୁମ ମିଲ ସଲ୍ୟୁସନ ଚାହିଦାରେ ଲଗାତାର ବୃଦ୍ଧି ଦେଖି ଆସୁଛୁ। ଏହାକୁ ତିଆରି କରିବାରେ ଖୁବ୍ କମ ସମୟ ଲାଗୁଛି।

କ୍ୱିକ୍ କମର୍ସ ଯୋଗୁ ବଢିଛି ଟ୍ରେଣ୍ଡ
ଏହି ପରିବର୍ତ୍ତନର ସବୁଠୁ ବଡ଼ ପ୍ରଭାବ ଆମାଜନ କ୍ୱିକ୍ କମର୍ସ ସେବା ‘ଆମାଜନ ନାଓଁ’ରେ ଦେଖାଯାଇଛି। ଏଠାରେ ରେଡି-ଟୁ –ଇଟ୍ ଓ ପ୍ୟାକେଜ୍ ଫୁଡ ବିକ୍ରି ମାସକୁ ମାସ ପାଖାପାଖି ୨୦% ବଢିଛି। ଖାସ କରି ଦିଲ୍ଲୀ, ଏନସିଆର, ମୁମ୍ବାଇ ଓ ବେଙ୍ଗାଲୁରୁ ରେ ଲୋକେ ଫାଷ୍ଟ ଡେଲିଭରୀ ବିକଳ୍ପ ଉପରେ ନିର୍ଭରଶୀଳ ହେଉଛନ୍ତି। ତେବେ ଏହି ପରିବର୍ତ୍ତନ କେବଳ ଇନଷ୍ଟାଣ୍ଟ ସପିଙ୍ଗ ମଧ୍ୟରେ ସୀମିତ ନାହିଁ। ଲୋକେ ଏବେବି ଜରୁରି ଗ୍ରୋସରୀ ବିଭରେଜର ଯୋଜନାକୃତ କ୍ରୟ ମଧ୍ୟ କରୁଛନ୍ତି। ଅର୍ଥାତ ଲୋକେ ଏକାସାଙ୍ଗରେ ଇନଷ୍ଟାଣ୍ଟ ସୁବିଧା ଓ ଜରୁରି ଷ୍ଟକିଂ ସନ୍ତୁଳନ ଉପରେ ଗୁରୁତ୍ୱ ଦେଉଛନ୍ତି। ଏଣୁ ଟ୍ରେଣ୍ଡ କୁ ଧ୍ୟାନରେ ରଖି ଆମାଜନ ଏବେ ରେଡି-ଟୁ-ଇଟ୍ ଷ୍ଟୋର ଖୋଲିଛି। ଯେଉଁଠି ଅଲଗା ଅଲଗା ବ୍ରାଣ୍ଡର ପ୍ରସ୍ତୁତ ଖାଦ୍ୟ ବିକଳ୍ପ ଗୋଟିଏ ସ୍ଥାନରେ ମିଳୁଛି।

ଏଲପିଜି ସଂକଟର କାରଣ
ଏହି ପୁରା ଟ୍ରେଣ୍ଡ ପଛରେ ପଶ୍ଚିମ ଏସିୟାରେ ବଢୁଥିବା ଉତ୍ତେଜନା ଓ ଯୋଗାଣ ଶୃଙ୍ଖଳାରେ ଦେଖା ଦେଇଥିବା ବାଧା ମୁଖ୍ୟ କାରଣ ପାଲଟିଛି। ପ୍ରାରମ୍ଭିକ ତଥ୍ୟ ଅନୁସାରେ ଭାରତରେ ପ୍ରଥମ ୧୫ ଦିନରେ ଏଲପିଜି ଖର୍ଚ୍ଚ ୧୭.୭% ପର୍ଯ୍ୟନ୍ତ ହ୍ରାସ ହୋଇଛି। ଏହି ସମୟରେ ମୋଟ ଗ୍ୟାସ୍ ଖର୍ଚ୍ଚ ୧.୧୪୭ ମିଲିୟନ ଟନ ଥିଲା, ଯାହା ଗତବର୍ଷର ଏହି ସମୟ ବ୍ୟୟ ତୁଳନାରେ ୧୭.୭% କମ୍। ଭାରତ ଏଲପିଜି ଆବଶ୍ୟକତାର ୬୦% ଆମଦାନୀ କରୁଛି। ଏହାର ଏକ ବଡ଼ ଭାଗ ହୋର୍ମୁଜ ପ୍ରଣାଳୀ ଦେଇ ଆସୁଛି। ଆମେରିକା ଓ ଇସ୍ରାଏଲର ଆକ୍ରମଣ ପରେ ଇରାନର ଜବାବୀ କାର୍ଯ୍ୟାନୁଷ୍ଠାନରେ ଏହି ଜଳମାର୍ଗ ସମ୍ପୂର୍ଣ୍ଣ ବାଧିତ ହୋଇଛି। ଏଣୁ ଯୋଗାଣ ଉପରେ ପ୍ରଭାବ ପଡିଛି।