ନୂଆଦିଲ୍ଲୀ ୧୮।୦୩; ଅପକମିଙ୍ଗ ବଲିଉଡ୍ ଫିଲ୍ମ ‘କେଡି: ଦ ଡେଭିଲ୍’ର ଗୀତ ‘ସର୍କେ ଚୁନର୍ ତେରୀ ସର୍କେ’କୁ ନେଇ ବିବାଦ ତେଜିଛି । ଗୀତରେ ନୋରା ଫତେହି ଓ ସଞ୍ଜୟ ଦତ୍ତ ଅଭିନୟ କରିଛନ୍ତି । ଗୀତରେ ଅଶ୍ଳୀଳ ଓ ପର୍ଣ୍ଣୋଗ୍ରାଫି ବୋଲୀ ଓ ଦୃଶ୍ୟ ରହିଥିବାର ଅଭିଯୋଗ ପରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ରିପୋର୍ଟ ଅନୁସାରେ, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଏ ମାମଲାରେ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (ସିବିଏଫ୍ସି)କୁ କଠୋର କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦ୍ଦେଶ ଦେଇଛି । ଗୀତକୁ ସମସ୍ତ ମିଡିଆ ପ୍ଲାଟଫର୍ମରୁ ହଟାଇବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛି । ଫିଲ୍ମ ଓ ମ୍ୟୁଜିକ୍ ଭିଡିଓଗୁଡ଼ିକରେ ଅଶ୍ଳୀଳ କିମ୍ବା ଆପତ୍ତିଜନକ ବିଷୟବସ୍ତୁ ଉପରେ କଡ଼ା ନଜର ରଖିବାକୁ ମନ୍ତ୍ରଣାଳୟ ଦର୍ଶାଇଛି।

ଆବଶ୍ୟକ ହେଲେ, ଅଶ୍ଳୀଳ କିମ୍ବା ସାର୍ବଜନୀନ ନୈତିକତା ପାଇଁ କ୍ଷତିକାରକ ବିଷୟବସ୍ତୁର ପ୍ରସାରକୁ ରୋକିବା ଲାଗି ଫିଲ୍ମ ପ୍ରମାଣପତ୍ର ନିୟମରେ ସଂଶୋଧନ ପାଇଁ ମଧ୍ୟ ବିଚାର କରାଯାଇପାରେ ବୋଲି କହିଛି । ଗୀତରେ ସଞ୍ଜୟ ଦତ୍ତଙ୍କ ଭଳି ଲୋକପ୍ରିୟ କଳାକାର ଥିବାରୁ ବ୍ୟାପକ ସମାଲୋଚନା କରାଯାଉଛି । ଆଲୋଚକଙ୍କ ଦାବି, ଗୀତର ବୋଲୀ, ଦୃଶ୍ୟ ଓ ନୃତ୍ୟ ଅଶ୍ଳୀଳତା ଓ ମହିଳାଙ୍କୁ ବସ୍ତୁ ଭାବେ ପ୍ରୋତ୍ସାହିତ କରୁଛି । ଯୁବ ଦର୍ଶକଙ୍କ ଉପରେ ଏହାର ପ୍ରଭାବକୁ ନେଇ ଚିନ୍ତା ବଢ଼ିଛି । ଅଲ୍ ଇଣ୍ଡିଆ ସିନେ ୱର୍କର୍ସ ଆସୋସିଏସନ୍ (ଏଆଇସିଡବ୍ଲ୍ୟୁଏ) ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (ସିବିଏଫ୍ସି) ଓ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଗୀତ ବିରୋଧରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ଲାଗି ଅନୁରୋଧ କରିବା ପରେ ସଦ୍ୟ ଖବର ସାମ୍ନାକୁ ଆସିଛି । ଚିଠିରେ ଏଆଇସିଡବ୍ଲ ୁ୍ୟଏ ମାମଲାକୁ ଗମ୍ଭୀର ସାର୍ବଜନୀନ ଚିନ୍ତାର ବିଷୟ ଭାବେ ବର୍ଣ୍ଣନା କରିଥିଲା । ଗୀତ ଡବଲମିନିଂ ବିଷୟ ଏବଂ ଭାରତୀୟ ସିନେମାରେ ଶାଳୀନତାର ମାନକ ପୂରଣ କରିବାରେ ବିଫଳ ହୋଇଛି ବୋଲି ଅଭିଯୋଗ କରିଥିଲା ।

ଅଧିକ ପଢନ୍ତୁ-ତନୁଶ୍ରୀ ଦତ୍ତା ପୁଣି ବିବାଦୀୟ କଥା, କହିଲେ- ନୂଆ ଅଭିନେତ୍ରୀଙ୍କୁ ଦେହ ବ୍ୟବସାୟ ପାଇଁ କରାଯାଉଛି ବାଧ୍ୟ…

ଫିଲ୍ମ ଇଣ୍ଡଷ୍ଟ୍ରିରେ ଏହା ଏକ ଚିନ୍ତାଜନକ ଟ୍ରେଣ୍ଡ୍, ଯେଉଁଠି କିଛି ନିର୍ଦ୍ଦିଷ୍ଟ ଗୀତକୁ ବିବାଦ ବଢ଼ାଇବା ଓ ପ୍ରଚାର-ପ୍ରସାର ପାଇଁ ପ୍ରସ୍ତୁତ କରାଯାଉଛି ବୋଲି ମଧ୍ୟ ଚେତାଇ ଦେଇଥିଲା । ଗୀତକୁ ସମସ୍ତ ଡିଜିଟାଲ ଓ ପ୍ରସାରଣ ପ୍ଲାଟ୍ଫର୍ମରୁ ହଟାଇବାର ଦାବି ସହିତ ଫିଲ୍ମ ପ୍ରମାଣପତ୍ରର ପୁନଃ ମୂଲ୍ୟାଙ୍କନ ପାଇଁ ଏହା ଅନୁରୋଧ କରିଥିଲା । ଇତିମଧ୍ୟରେ ଓକିଲ ଜାହାନାରା ଖାନଙ୍କ ଦ୍ୱାରା ମୁମ୍ବାଇ ସ୍ଥିତ ମୀରା ରୋଡ୍ ଥାନାରେ ଏକ ଭିନ୍ନ ଅଭିଯୋଗ ଦାଖଲ ହୋଇଛି । ଅଭିଯୋଗ ଅନୁସାରେ, ଗୀତର ବୋଲୀ ଓ ଦୃଶ୍ୟ ଅତ୍ୟନ୍ତ ଅଶ୍ଳୀଳ ଏବଂ ଯୌନସୂଚକ । ଏହାର ଉତ୍ତେଜକ ଉପସ୍ଥାପନ ସାର୍ବଜନୀନ ଶାଳୀନତାକୁ କ୍ଷୁଣ୍ଣ କରୁଛି । ଯୁବ ଓ କିଶୋର-କିଶୋରୀଙ୍କ ଉପରେ ଏହାର ନକାରାତ୍ମକ ପ୍ରଭାବ ରହିଛି । ଭାରତୀୟ ନ୍ୟାୟ ସଂହିତା-୨୦୨୩ର ଧାରା-୭୯ ଅଧୀନସ୍ଥ ପ୍ରାବଧାନ ସମ୍ପର୍କରେ ମଧ୍ୟ ଅଭିଯୋଗକର୍ତ୍ତା ଉଲ୍ଲେଖ କରିଛନ୍ତି । ଏଭଳି ଅଶାଳୀନ ଓ ଆପତ୍ତିଜନକ ବିଷୟବସ୍ତୁର ପ୍ରୋତ୍ସାହନ ଦ୍ୱାରା ମହିଳାଙ୍କର ଅପମାନ କରାଯାଇଥିବା ସେ ଦାବି କରିଛନ୍ତି

ଅଧିକ ପଢନ୍ତୁ-ନୋରାଙ୍କ ଆଇଟମ୍ ନମ୍ଵର ଗୀତ ଶୁଣି ଭଡକିଲେ ଅରମାନ ମଲିକ, ପର୍ଣ୍ଣୋଗ୍ରାଫି ସହ କଲେ ତୁଳନା କଲେ ୟୁଜର୍ସ