ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଲୋକସଭାରେ ଧନ୍ୟବାଦ ପ୍ରସ୍ତାବ ଉପରେ ଚର୍ଚ୍ଚା ପାଇଁ ବୁଧବାର ସଂଧ୍ୟା 5ଟାରେ ପ୍ରଧାନମନ୍ତ୍ରୀ ଭାଷଣ ରଖିଥାନ୍ତେ । କିନ୍ତୁ ତାଙ୍କ ସମ୍ୱୋଧନ ହୋଇପାରିଲା ନାହିଁ । ବିରୋଧୀ ସଦସ୍ୟଙ୍କ ହଙ୍ଗାମା କାରଣରୁ ବୁଧବାର ଲୋକସଭାର ଗୃହ କାର୍ଯ୍ୟ ତିନି ଥର ମୁଲତବୀ ହେବା ପରେ ସଂଧ୍ୟା 5ଟା ଗୁରୁବାର ପର୍ଯ୍ୟନ୍ତ ଗୃହ କାର୍ଯ୍ୟକୁ ବନ୍ଦ କରାଯାଇଥିଲା । ବିରୋଧୀଙ୍କ ଯୁକ୍ତି ଥିଲା, ଯଦି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ କହିବାକୁ ଦିଆଯିବ ନାହିଁ ତେବେ ପିଏମ୍ ମୋଦୀଙ୍କୁ ମଧ୍ୟ ଭାଷଣ ଦେବାକୁ ଦିଆଯିବ ନାହିଁ । ଏହି ମାମଲାକୁ ନେଇ ଏବେ ଗୁରୁବାର ମଧ୍ୟ ଜୋରଦାର ହଙ୍ଗାମା ହୋଇପାରେ । ତେବେ, ଆସନ୍ତାକାଲି ଗୃହକୁ ସମ୍ୱୋଧନ କରିବେ ନାହିଁ ତାହା ସ୍ପଷ୍ଟ ହୋଇପାରି ନାହିଁ ।

ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ତିନି ଥର ଗୃହ କାର୍ଯ୍ୟକୁ ସ୍ଥଗିତ କରାଯାଇଥିଲା । ସଂଧ୍ୟା 5ଟାରେ ଯେତେବେଳେ ପୁଣି ଥରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା, ସେତେବେଳେ ବିରୋଧୀ ସଦସ୍ୟ ଗୃହର ୱେଲକୁ ଆସି ହଙ୍ଗାମା କରିଥିଲେ । ଏହାକୁ ଦେଖି ପୀଠାସୀନ ଅଧିକାର ସଂଧ୍ୟା ରାୟ ଗୃହକୁ ପୂରା ଦିନ ପାଇଁ ମୁତଲବୀ କରିଥିଲେ ।

ଉଲ୍ଲେଖଯୋଗ୍ୟ ଯେ ଲୋକସଭାରେ ଗତ ତିନି ଦିନରୁ ଜୋରଦାର ହଙ୍ଗାମା ଜାରି ରହିଛି । ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ବେଳେ ଭାଷଣ ଦେଇ ରାହୁଲ ଗାନ୍ଧୀ ପୂର୍ବତନ ସେନା ମୁଖ୍ୟ ଏମଏମ୍ ରନୱଣେଙ୍କ ଅପ୍ରକାଶିତ ପୁସ୍ତକ କଥା ଉଲ୍ଲେଖ କରି ସରକାରଙ୍କୁ ଘେରିଥିଲେ । ଏହା ଉପରେ ସରକାରଙ୍କ ପକ୍ଷରୁ ଆପତ୍ତି ଉଠାଯାଇଥିଲା । ଲୋକସଭାର ରୁଲ୍ ବୁକ୍ କଥା ଉଲ୍ଲେଖ କରି ତାଙ୍କୁ ଏପରି କରିବାକୁ ରୋକା ଯାଇଥିଲା । ଏହାକୁ ନେଇ ଗତ ତିନି ଧରି ସଂସଦରେ ଗତିରୋଧ ଜାରି ରହିଛି ।