ଭୁବନେଶ୍ଵର: ଭୁବନେଶ୍ୱରରେ ପେଟ୍ରୋଲ-ଡିଜେଲ ସଙ୍କଟକୁ ନେଇ ଚାଲିଥିବା ଗୁଜବ ଉପରେ ବିରାମ ଲଗାଇଲେ ଓଡ଼ିଶା ପେଟ୍ରୋଲ ପମ୍ପ୍ ଆସୋସିଏସନ୍ ସଭାପତି ସଞ୍ଜୟ ଲାଠ୍ | ସେ ସ୍ପଷ୍ଟ କରିଛନ୍ତି ଆସନ୍ତାକାଲି ଠାରୁ ତେଲ ଅଭାବ ହେବ ନାହିଁ | ସହର ସମସ୍ତ ବଡ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଓ ଡିଜେଲ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ଅଛି |

ସଞ୍ଜୟ ଲାଠ୍ କହିଛନ୍ତି , ଛୋଟ ପମ୍ପ୍ ଗୁଡିକ ମଧ୍ୟ କମ୍ପାନୀଠାରୁ ଆଗୁଆ ତେଲ କିଣିସାରିଛନ୍ତି | ତେଣୁ ଗ୍ରାହକଙ୍କୁ କୌଣସି ଅସୁବିଧା ହେବନି | ସେ ସ୍ପଷ୍ଟ କରିଛନ୍ତି - ପ୍ରଥମେ କିଛି ଛୋଟ ପେଟ୍ରୋଲ ପମ୍ପ୍ ଟଙ୍କା ଅଭାବ ଏବଂ ଟାଙ୍କି ଛୋଟ ଥିବାରୁ ତେଲ କିଣିବାରେ ଅସୁବିଧା ଭୋଗୁଥିଲେ | ହେଲେ ଏବେ ସେହି ଆର୍ଥିକ ସମସ୍ୟା ଦୂର ହୋଇଛି | ସମସ୍ତ ପମ୍ପ୍ କମ୍ପାନୀଠାରୁ ପେଟ୍ରୋଲ-ଡିଜେଲ କିଣିସାରିଛନ୍ତି | ରାତିରେ ତେଲ ଆସି ପହଞ୍ଚିବ।

Also Read: ବଢ଼ିବ ପେଟ୍ରୋଲ-ଡିଜେଲ୍ ଦାମ୍ ! ଏଭଳି ଚେତାବନୀ ଦେଲେ ଆରବିଆଇ ଗଭର୍ଣ୍ଣର

ଭୁବନେଶ୍ୱରରେ କୌଣସି ପ୍ରକାର ତେଲ ସଙ୍କଟ ନାହିଁ କି ପ୍ୟାନିକ୍ ପରିସ୍ଥିତି ନାହିଁ ବୋଲି ସେ ଦୃଢତାର ସହ କହିଛନ୍ତି। ଲୋକଙ୍କୁ ଅନାବଶ୍ୟକ ଭିଡ ନକରିବାକୁ ଓ ଗୁଜବରେ ବିଶ୍ଵାସ ନକରିବାକୁ ଅନୁରୋଧ କରିଛନ୍ତି | କଳ୍ପନା ସମେତ କିଛି ପମ୍ପ୍ ରେ ସାମୟିକ ଯୋଗାଣ ବିଳମ୍ବ ହୋଇଥିଲା | କିନ୍ତୁ ଏବେ ସ୍ଥିତି ସ୍ୱାଭାବିକ | ସମସ୍ତ ପମ୍ପରେ ତେଲ ଉପଲବ୍ଧ |କୌଣସି ଗ୍ରାହକଙ୍କ ପାଇଁ ତେଲ କିଣିବାରେ କୌଣସି କଟକଣା ନାହିଁ | ଯେକେହି ନିଜ ଗାଡିର ଟାଙ୍କି ଫୁଲ୍ କରିପାରିବେ | ରାସନିଂ କି ଲିମିଟ୍ ବ୍ୟବସ୍ଥା ନାହିଁ ବୋଲି ସଭାପତି ସଞ୍ଜୟ ଲାଠ୍।