ବ୍ରହ୍ମପୁର ୨୯।୦୪ : ପ୍ଲଟ ବ୍ୟବସାୟୀ ସୁଧିର ପାତ୍ର ହତ୍ୟା ଘଟଣା । ରିମାଣ୍ଡରେ ଆସିପାରନ୍ତି ସୁଧିରଙ୍କ ଝିଆରୀ ଓ ପୁତୁରା । ଚାରି ଅଭିଯୁକ୍ତଙ୍କୁ ଦୁଇ ଦିନିଆ ରିମାଣ୍ଡରେ ଆଣିବା ପାଇଁ JMFC ରୁରାଲ କୋର୍ଟରେ ପୋଲିସର ଆବେଦନ । ସଂଧ୍ୟା ସୁଦ୍ଧା ଚାରି ଅଭିଯୁକ୍ତ ରିମାଣ୍ଡରେ ନେଇପାରେ ପୋଲିସ । ରିମାଣ୍ଡରେ ଆସିବେ ସୁଧୀରଙ୍କ ଝିଆରୀ ନିବେତିତା ପାତ୍ର ଏବଂ ପୁତୁରା ତୁଷାର ପାତ୍ର। ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ମଧ୍ୟ ରିମାଣ୍ଡରେ ଆଣିବାକୁ ପୁଲିସର ଆବେଦନ। ଅନ୍ୟପଟେ ସୋମବାର ୫ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ସରିବା ପରେ ଜେଲକୁ ଫେରିଛନ୍ତି । 

ସେହିପରି ୫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଗୋପାଳପୁର ପୋଲିସ୍ ସିନ୍ ରିକ୍ରିଏସନ୍ କରିବା ସହ ସେମାନଙ୍କୁ ମୁହାଁମୁହିଁ ଜେରା କରିଥିଲା । ଜେରା ସମୟରେ ପୋଲିସ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଛି। ମାମଲା ସହ ଜଡ଼ିତ ଅନ୍ୟ ଫେରାର ଅଭିଯୁକ୍ତଙ୍କୁ ଧରିବାରେ ଉକ୍ତ ତଥ୍ୟ ସହାୟକ ହେବ ବୋଲି କୁହାଯାଉଛି । ସେମାନଙ୍କୁ ଧରିବା ପରେ ମାମଲା ଅଧିକ ସ୍ପଷ୍ଟ ହେବ । ଅଭିଯୁକ୍ତଙ୍କ ସୂଚନା ଆଧାରରେ ଦୁଇ ଦିନ ଧରି ବାଘୁଆ ଡ୍ୟାମ୍ରେ ଅଗ୍ନିଶମ ବାହିନୀ ମାଉଜର୍ ଖୋଜିଥିଲେ । ବହୁ କସରତ ପରେ ବି ମାଉଜର୍ ମିଳିନାହିଁ । ସେଥିପାଇଁ ଅଭିଯୁକ୍ତଙ୍କ ବୟାନ ଉପରେ ପୁଲିସର ସନ୍ଦେହ ବଢ଼ିଛି । ଅଧିକ ପ୍ରମାଣ ଯୋଗାଡ଼ ପାଇଁ ଅଭିଯୁକ୍ତଙ୍କୁ ପୁଣି ରିମାଣ୍ଡରେ ଆଣିବା ପାଇଁ ପୋଲିସ ବୁଧବାର ଆବେଦନ କରିପାରେ ।

Also Read:-କାଠ ମିସ୍ତ୍ରୀଙ୍କୁ ଖଣ୍ଡା ଚୋଟ, ୬୧୦ ଟଙ୍କା ଏବଂ ଦୁଇଟି ମୋବାଇଲ ନେଇ ଛୁ ମାରିଲେ ଲୁଟେରା

ଗତ ୧୫ ତାରିଖରେ ଗୋପାଳପୁର ଥାନା ବଣଗାଁରୁ ସୁଧୀରଙ୍କୁ ଅପହରଣ କରାଯାଇଥିଲା । ଅପହରଣ ପରେ ଅଭିଯୁକ୍ତମାନେ ରାତିତମାମ ତାଙ୍କୁ ନିର୍ଯାତନା ଦେଇଥିଲେ ଏବଂ ୧୬ ତାରିଖ ସକାଳୁ ତାଙ୍କର ମୃତ୍ୟୁ ହୋଇଥିଲା ।