ମୁମ୍ବାଇ: ଇ-୨୦ ଇଥାନଲ କାର୍ଯ୍ୟକ୍ରମରୁ ହେଉଥିବା ଲାଭ ସହ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କାରୀ ଓ ତାଙ୍କ ପରିବାରକୁ ଯୋଡି ପ୍ରସାରିତ ହେଉଥିବା ମାନହାନୀକାରକ ପୋଷ୍ଟ ଓ ଡିପଫେକ୍ ସାମଗ୍ରୀ ବିରୋଧରେ ବମ୍ବେ ହାଇକୋର୍ଟରେ ପିଟିସନ ଦାୟର ହୋଇଛି। କୋର୍ଟ ତାଙ୍କୁ ମେଟା, ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଓ ଅଜ୍ଞାତ ସଂସ୍ଥାଙ୍କ ବିରୋଧରେ ଦିବାନୀ ମୋକଦ୍ଦମା ରୁଜୁ କରିବାକୁ ଅନୁମତି ଦେଇଛନ୍ତି। ଗଡ଼କରୀ ଯିଏ ଇଥାନଲ ମିଶ୍ରଣରେ ସରକାରଙ୍କ ପ୍ରମୁଖ ସମର୍ଥକ ଭାବେ ଜଣାଶୁଣା ଲେଟର୍ସ ପେଟେଣ୍ଟ XIIରେ ଏକ ଅନୁମତି ପିଟିସନ ରୁଜୁ କରିଛନ୍ତି।

ପ୍ରସ୍ତାବିତ ମୋକଦ୍ଦମା ଅନୁସାରେ ବିବାଦିୟ ସାମଗ୍ରୀରେ ଏପରି ପୋଷ୍ଟ ଓ ଡିପଫେକ୍ କଣ୍ଟେଣ୍ଟ ରହିଛି ଯାହା ଗଡ଼କରୀ ଓ ତାଙ୍କ ପରିବାରକୁ ଇ-୨୦ ଇଥାନଲ କାର୍ଯ୍ୟକ୍ରମରୁ କଥିତ ଲାଭ ସହ ଯୋଡୁଛି। ତେବେ ଇଥାନଲ ମିଶ୍ରଣ ନୀତି ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟ ଦ୍ୱାରା ପ୍ରଶାସିତ ହେଉଛି। ଏହି ମାମଲାର ଶୁଣାଣି ହାଇକୋର୍ଟଙ୍କ ବିଚାରପଚି ଜଷ୍ଟିସ୍ ଅଭୟ ଆହୁଜା କରିଛନ୍ତି। ଏଥିରେ ଗଡ଼କରୀଙ୍କ ପକ୍ଷରୁ ଓକିଲ ସନ୍ଦୀପ ଦାସ ଲଡ୍ଡା ତର୍କ ଦେଇଛନ୍ତି ଯେ ଅନଲାଇନ ସାମଗ୍ରୀ ମୁମ୍ବାଇ ୟୁଜରଙ୍କ ଲାଗି ସୁଲଭ ଥିଲା ଓ ଏହାକୁ ଏହି କ୍ଷେତ୍ରରେ ପ୍ରଦର୍ଶିତ କରିବା ଲାଗି ତିଆରି କରାଯାଇଥିଲା। ଯାହା କୋର୍ଟଙ୍କ ଅଧିକାର କ୍ଷେତ୍ର ଅନ୍ତର୍ଗତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ସୁଗମ।

ଏହା ସହିତ ଓକିଲ କହିଛନ୍ତି ଯେ ଏହି କଣ୍ଟେଣ୍ଟ ମୁମ୍ବାଇ ବାହାରେ ମଧ୍ୟ ଇଣ୍ଟରନେଟ୍ ପ୍ଲାଟଫର୍ମରେ ଉପଲବ୍ଧ ଥିଲା। ଏଣୁ ଧାରା Xiiରେ ଅନୁମତି ନେବା ଆବଶ୍ୟକ ହୋଇପଡିଛି। ଓକିଲଙ୍କ ତର୍କ ପରେ ହାଇକୋର୍ଟ ଗଡ଼କରୀଙ୍କୁ ମୋକଦ୍ଦମା ରୁଜ କରିବାକୁ ଅନୁମତି ଦେଇଛନ୍ତି। ଏଣୁ ମାମଲା ଏବେ ମୁମ୍ବାଇ ହାଇକୋର୍ଟରେ ବିଚାରାଧୀନ ଥିବା ବେଳେ ଏଭଳି ଅପମାନଜନକ ଡିପଫେକ୍ ସାମଗ୍ରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି।