ଛତ୍ରପୁର, ୨୫/୦୯ : ୫୧୬ ନମ୍ବର ଜାତୀୟ ରାଜପଥରେ ପଡିଲା ବିରାଟକାୟ ଗଛ । ଅଳ୍ପକେ ବର୍ତିଲେ ଅନେକ ଲୋକ । ଗଞ୍ଜାମ ଜିଲ୍ଲା ଛତ୍ରପୁର ଠାରୁ ଗୋପାଳପୁରକୁ ସଂଯୋଗ କରୁଥିବା NH -୫୧୬ ଉପରେ ବିରାଟକାୟ ଗଛ ପଡିଯାଇଛି । ଫଳରେ ଯାତାୟାତ ଠପ୍ ରହିଛି ।

ଖବର ପାଇ ଅଗ୍ନିଶମ ବିଭାଗ ପହଁଚି ଗଛ କାଟୁଥିବା ଦେଖିବାକୁ ମିଳିଛି । ଗଛ ପଡିବା ଦ୍ୱାରା ଛତ୍ରପୁର ଠାରୁ ଆର୍ଯ୍ୟପଲ୍ଲୀ, ଗୋପାଳପୁର, ଆଇଆରଇ ସମେତ ବିଭିନ୍ନ ରାସ୍ତା ଦେଇ ଯାତାୟତ ବନ୍ଦ ରହିଛି । ତେବେ ଗଭୀର ଅବପାତ ପାଇଁ ଅଧିକ ପବନ ହେତୁ ବିରାଟ ବରଗଛ ପଡି ଯାଇଛି । ଫଳରେ ଅନେ ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । କିଛି ଘର ମଧ୍ୟ ବର୍ତ୍ତି ଯାଇଛି ।

Also Read :-ମୌସୁମୀ ଅଧିବେଶନର ଚତୁର୍ଥ ଦିନ : ଆଜି ବି ସରଗରମ ରହିବ ଗୃହ

ଘଟଣା ପରେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । କର୍ମଚାରୀ ମାନେ ପହଞ୍ଚି ଗଛ କାଟି ରାସ୍ତା ସଫା କରୁଛନ୍ତି l ଏଥିପାଇଁ ୨ ଘଣ୍ଟା ସମୟ ଲାଗିପାରେ ବୋଲି ଜଣା ପଡିଛି l ଉକ୍ତ ସ୍ଥାନରେ ଆହୁରି ଅନେକ ଗଛ ପଡ଼ିବାର ଅଂଶଙ୍କା ରହିଛି । ଏହାସହ ଆହୁରି ଅନେକ ଜାଗାରେ ଛୋଟବଡ ଗଛ ପଡି ରାସ୍ତା ଅବରୋଧ ହୋଇଛି ।