ନୂଆଦିଲ୍ଲୀ: ନ୍ୟାସନାଲ ହାଇୱେ ଅଥରିଟି ଅଫ ଇଣ୍ଡିଆ (ଏନଏଚଏଆଇ) ହାଇ-ସ୍ପିଡ ଏକ୍ସେସ-କଣ୍ଟ୍ରୋଲଡ ନ୍ୟାସନାଲ ହାଇୱେର ପ୍ଲାନିଂ ଓ ଡିଜାଇନିଂ ଲାଗି ନୂଆ ଗାଇଡଲାଇନ ଜାରି କରିଛନ୍ତି। ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ କହିଛନ୍ତି ଯେ ଗାଇଡଲାଇନ ଆସିବାକୁ ଥିବା ସବୁ ୪ ଲେନ ଓ ୬ ଲେନ ଗ୍ରୀନ ଫିଲ୍ଡ ଓ ବ୍ରାଉନ ଫିଲ୍ଡ ହାଇ-ସ୍ପିଡ ଏକ୍ସେସ-କଣ୍ଟ୍ରୋଲଡ ନ୍ୟାସନାଲ ହାଇୱେ ନିମନ୍ତେ ଲାଗୁ ହେବ। ଏହି ଗାଇଡଲାଇନର ଉଦ୍ଦେଶ୍ୟ ହାଇ-ସ୍ପିଡ ନ୍ୟାସନାଲ ହାଇୱେ କରିଡର ଲାଗି ଡିଟେଲ୍ଡ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ କରିବାର ଷ୍ଟାଣ୍ଡାର୍ଡରେ ସମାନତା ଆଣିବା।

ଏହା ଦ୍ୱାରା ଟେକ୍ନିକାଲ ଷ୍ଟାଣ୍ଡାର୍ଡରେ ଅଧିକ ସମାନତା ଆସିବା ସହ ସଡ଼କ ସୁରକ୍ଷା ମଜଭୁତ ହେବ ଓ ପୁରା ନ୍ୟାସନାଲ ହାଇୱେ ନେଟୱାର୍କରେ ଅପରେସନାଲ କ୍ଷମତା ଆହୁରି ଉନ୍ନତ ହେବ। ମନ୍ତ୍ରାଳୟ କହିଛନ୍ତି ଯେ ଗାଇଡଲାଇନ ସରକାରଙ୍କ ଦୀର୍ଘସମୟର ଷ୍ଟ୍ରାଟେଜିକ ରୋଡମ୍ୟାପ ଅନୁରୂପ ଅଟେ, ଯେଉଁଥିରେ ବିକଶିତ ଭାରତ ୨୦୪୭ ଅନୁସାରେ ୫୦ ହଜାର କିଲୋମିଟରର ଏକ୍ସେସ-କଣ୍ଟ୍ରୋଲ୍ଡ ହାଇ-ସ୍ପିଡ କରିଡୋରର ବିକାଶ କରିବା, କନେକ୍ଟିଭିଟି ବଢାଇବା ଓଲଜିଷ୍ଟିକ୍ ବ୍ୟୟ ହ୍ରାସ କରିବାକୁ ଯୋଜନା ରହିଛି।

ଏବେ ଏକ୍ସପ୍ରେସ୍ ୱେ ବ୍ୟତୀତ ଏକ୍ସେସ-କଣ୍ଟ୍ରୋଲଡ ହାଇ-ସ୍ପିଡ ନ୍ୟାସନାଲ ହାଇୱେର ପ୍ଲାନିଂ ଆଣ୍ଡ ଡିଜାଇନିଂ ଲାଗି କୌଣସି ଅନ୍ୟ ଷ୍ଟାଣ୍ଡାର୍ଡ ଅଥବା ସ୍ପେସିଫିକେସନ ନାହିଁ। ଏପରି କରିଡର ନିମନ୍ତେ ଡିପିଆର ପ୍ରସ୍ତୁତ କରିବାରେ ଗ୍ରାହଣ କରାଯାଉଥିବା ଷ୍ଟାଣ୍ଡାର୍ଡରେ ଅନ୍ତର ଦେଖା ଯାଇଛି। ନୂଆ ଗାଇଡଲାଇନ୍ସ ଟେକ୍ନିକାଲ ଓ ସୁରକ୍ଷା ସମ୍ପର୍କିତ ପ୍ରାବଧାନର ଏକ ଭଳି ସେଟ୍ ଦେଇ ଏହି ଆବଶ୍ୟକତାକୁ ପୁରା କରୁଛି। ଏହି ଗାଇଡଲାଇନ୍ସରେ କରିଡୋରରେ ହାଇ-ସ୍ପିଡ ଟ୍ରାଫିକର ସ୍ଥିତି ହିସାବରେ ଅତିରିକ୍ତ ସୁରକ୍ଷା ଉପାୟ ସାମିଲ କରିବାରେ ଖାସ ଗୁରୁତ୍ୱ ଦିଆଯାଇଛି।

ଏଗଜିଟ୍ ଓ ଏଣ୍ଟ୍ରିର ପୂର୍ବ ସୂଚନା ଦେବା ପାଇଁ ଖାସ ପ୍ରାବଧାନ କରାଯାଇଛି। ଯାହାଦ୍ୱାରା ନ୍ୟାସନାଲ ହାଇୱେ ଉପଯୋଗ କରୁଥିବା ଲୋକେ ଆଗାମୀ ଏକ୍ସେସ ଓ ଏଗଜିଟ୍ ପଏଣ୍ଟକୁ ପୂର୍ବରୁ ଅନ୍ଦାଜ କରିପାରିବେ ଓ ସୁରକ୍ଷିତ ଯାତ୍ରା କରିପାରିବେ। ହାଇସ୍ପିଡ ନ୍ୟାସନାଲ ହାଇୱେର ଲେନ କନଫିଗରେସନକୁ ଟ୍ରାଫିକର ଡିଟେଲ୍ଡ ଆକଳନ ଆଧାରରେ ଷ୍ଟାଣ୍ଡାର୍ଡାଇଜ କରାଯିବ। ଯେଉଁ କରିଡରରେ ଟ୍ରାଫିକ ଫ୍ଲୋ ୧୫,୦୦୦ ପର୍ଯ୍ୟନ୍ତ ସେଠାରେ ୪ ଲେନ ହାଇୱେ ଓ ୪ ଲେନ ଷ୍ଟ୍ରକ୍ଚରର ଚୌଡ଼ା ୬୦ ମିଟର ରହିବ। ସେହିପରି ଯେଉଁ କରିଡରରେ ୧୫ରୁ ୨୫ ହଜାର ଗାଡ଼ିଙ୍କ ଟ୍ରାଫିକ ରହିବ ସେଠାରେ ୪ ଲେନ୍ ହାଇୱେ ଅଥବା ୬ ଲେନ୍ ଷ୍ଟ୍ରକ୍ଚର ରହିଛି ସେଠାରେ ସଡ଼କର ଚୌଡା ୭୦ ମିଟର ରହିବ।

ସେହିପରି ଯେଉଁଠାରେ ଜାତୀୟ ରାଜମାର୍ଗରେ ୨୫ରୁ ୪୦ ହଜାର ଗାଡ଼ିଙ୍କ ଟ୍ରାଫିକ ରହୁଛି ସେଠାରେ ୬ ଲେନ ହାଇୱେ ଓ ୬ ଲେନ୍ ଷ୍ଟ୍ରକ୍ଚର ଲାଗି ଚୌଡ଼ା ୭୦ ମିଟର ହେବ। ଏକ୍ସପ୍ରେସ୍ ୱେ, ନ୍ୟାସନାଲ ହାଇୱେ ଏବଂ ଷ୍ଟେଟ୍ ହାଇୱେ ସମେତ ଅଧିକ ଟ୍ରାଫିକର ଗୁରୁତ୍ୱପୂର୍ଣ୍ଣ ରାସ୍ତା ସହିତ ବନ୍ଦର, ଏୟାରପୋର୍ଟ, ମଲ୍ଟି ମଡେଲ ଲଜିଷ୍ଟକ୍ ପାର୍କ, ଇଣ୍ଡଷ୍ଟ୍ରିଆଲ ଏରିୟା ଓ ପ୍ରମୁଖ ଟୁରିଷ୍ଟ ଗନ୍ତବ୍ୟ ଭଳି ସ୍ଥାନକୁ ସଂଯୋଗ କରୁଥିବା ସଡ଼କର ଜଂକସନରେ ରାମ୍ପ ସହିତ ଇଣ୍ଟରଚେଞ୍ଜ ତିଆରି ହେବ। ଏକ୍ସେସ କଣ୍ଟ୍ରୋଲକୁ ମଜଭୁତ କରିବାକୁ ହାଇସ୍ପିଡ କରିଡରରେ ଜବରଦଖଲ, ଅନଧିକୃତ ଏଣ୍ଟ୍ରି ଓ ବୁଲା ଗୋରୁଗାଈ ପଶୁଙ୍କୁ ରୋକିବା ଲାଗି ଗାଇଡାଲାଇନରେ କରିଡର ବାହାରେ ୧ ମିଟର ଉଚ୍ଚ ବାଉଣ୍ଡ୍ରି ୱାଲ ନିର୍ମାଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି।