ଭୁବନେଶ୍ୱର ୧୮।୧୦ : ଆଜି ଓଡ଼ିଶା ପାଇବ ନୂଆ ରାଜ୍ୟପାଳ । ନବନିଯୁକ୍ତ ରାଜ୍ୟପାଳ ବ୍ରଜ ମୋହନ ରାମ ଆଜି ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିବେ । ଭୁବନେଶ୍ୱର ସ୍ଥିତ ଲୋକଭବନରେ ଏଥିପାଇଁ ସ୍ୱତନ୍ତ୍ର ସମାରୋହର ଆୟୋଜନ କରାଯାଇଛି । ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ତାଙ୍କୁ ଶପଥ ପାଠ କରାଇବେ ।

ଏହି ଶପଥ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ବିଧାନସଭା ବାଚସ୍ପତି ସୁରମା ପାଢ଼ୀଙ୍କ ସମେତ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟ, ସାଂସଦ, ବିଧାୟକ ଓ ବରିଷ୍ଠ ସରକାରୀ ଅଧିକାରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସମାରୋହରେ ପ୍ରାୟ ୬୦୦ ଅତିଥି ଯୋଗଦେବାର ସମ୍ଭାବନା ରହିଛି ।

Also Read:-ଶୀତଲା ମାତା ମନ୍ଦିର ଯାଉଥିବା ବେଳେ ମାଡ଼ିଗଲା ଟ୍ରକ୍ ୧୨ ଶ୍ରଦ୍ଧାଳୁ ମୃତ, ୪୦ ଆହତ

ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ ପରେ ବ୍ରଜ ମୋହନ ରାମଙ୍କ ପାଇଁ ରାଜ୍ୟର ଉଚ୍ଚଶିକ୍ଷା, ଆଦିବାସୀ ବିକାଶ ଏବଂ ରାଜ୍ୟ ସରକାରଙ୍କ ସହ ସାମ୍ବିଧାନିକ ସମନ୍ୱୟ ରକ୍ଷା ଭଳି ବିଭିନ୍ନ ପ୍ରସଙ୍ଗ ଗୁରୁତ୍ୱ ବହନ କରିବ। ରାଜ୍ୟର ସାମ୍ବିଧାନିକ ମୁଖ୍ୟ ଭାବେ ତାଙ୍କର ନୂଆ ଦାୟିତ୍ୱ ଆରମ୍ଭ ହେବାକୁ ଥିବାବେଳେ ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ତାଙ୍କର ଗୁରୁତ୍ୱପୁର୍ଣ ଭୂମିକା ରହିବ ।