ମୁମ୍ବାଇ : ମନୋରଞ୍ଜନ ଜଗତରେ କମେଡି ଶୋ’ର ଲୋକପ୍ରିୟତା ସବୁବେଳେ ଦର୍ଶକଙ୍କ ମଧ୍ୟରେ ରହିଆସିଛି। ଟିଭିରୁ ଆରମ୍ଭ କରି ଓଟିଟି ପ୍ଲାଟଫର୍ମ ପର୍ଯ୍ୟନ୍ତ କମେଡି କଣ୍ଟେଣ୍ଟକୁ ଭଲ ରେସ୍ପନ୍ସ ମିଳୁଛି । ଏହି କଣ୍ଟେଣ୍ଟ ମଧ୍ୟରେ କପିଲ ଶର୍ମା, ସୁନୀଲ ଗ୍ରୋଭର, କ୍ରିଷ୍ଣା ଅଭିଷେକଙ୍କ ଲୋକପ୍ରିୟ କମେଡି ଶୋ’ ଚର୍ଚ୍ଚାରେ ରହିଛି। ଶୋ’ର IMDb ରେଟିଂ ୬.୫ ରହିଥିବା ବେଳେ, ନେଟଫ୍ଲିକ୍ସର ଟପ୍-୧୦ ଲିଷ୍ଟରେ ଏହାର ଦୀର୍ଘ ସମୟର ଉପସ୍ଥିତି ଦର୍ଶକଙ୍କ ଆଗ୍ରହକୁ ଦର୍ଶାଉଛି।

ନେଟଫ୍ଲିକ୍ସରେ ଏହି କମେଡି ଶୋ’ ଦୀର୍ଘ ସମୟ ଧରି ଦର୍ଶକଙ୍କ ମନୋରଞ୍ଜନର ମୁଖ୍ୟ ମାଧ୍ୟମ ହୋଇଆସିଛି । ରିପୋର୍ଟ ଅନୁସାରେ, ଶୋ’ଟି ୪୩୬ ଦିନ ଧରି ନେଟଫ୍ଲିକ୍ସର ଟପ୍-୧୦ରେ ସ୍ଥାନ ପାଇଛି। ଏହା ଶୋ’ର ଲମ୍ବା ସମୟର ଦର୍ଶକଙ୍କ ଆଗ୍ରହକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି । କପିଲ ଶର୍ମାଙ୍କ ମଜାଳିଆ କଥା , ସୁନୀଲ ଗ୍ରୋଭରଙ୍କ କମେଡି ଅନ୍ଦାଜ, କୃଷ୍ଣା ଅଭିଷେକଙ୍କ ମଜାଦାର ଅଭିନୟ ଏ ସମସ୍ତଙ୍କ ଉପସ୍ଥିତି ଶୋ’କୁ ଦର୍ଶକଙ୍କ ପାଇଁ ଆକର୍ଷଣୀୟ କରିଛି। ଏହି ଶୋ’ର IMDb ରେଟିଂ ୬.୫/୧୦ ରହିଛି।

OTT ପ୍ଲାଟଫର୍ମରେ ବଢୁଛି ସୋ' ର ଚାହିଦା :

ଓଟିଟିରେ ବେଶୀ ବଢୁଛି କମେଡିର ଚାହିଦା । ଟିଭିରେ ଦୀର୍ଘ ସମୟ ଧରି କମେଡି ଶୋ’ ଲୋକପ୍ରିୟ ହୋଇଥିବା ବେଳେ, ଏବେ ଓଟିଟି ପ୍ଲାଟଫର୍ମରେ ମଧ୍ୟ ଏହାର ଚାହିଦା ବଢୁଥିବାର ଦେଖାଯାଇଛି । ତେବେ ଟିଭି ପରଦାରୁ ଓଟିଟି ପର୍ଯ୍ୟନ୍ତ କପିଲ ଶର୍ମା ଓ ତାଙ୍କ ଟିମର କମେଡି ଚାହିଦା କେତେ ରହିଛି, ତାହା ନେଟଫ୍ଲିକ୍ସର ଟପ୍-୧୦ ଲିଷ୍ଟରେ ଦୀର୍ଘ ସମୟର ଉପସ୍ଥିତିରୁ ସ୍ପଷ୍ଟ ଜଣାପଡୁଛି । IMDbରେ ରେଟିଂ କମ ଥିଲେ ମଧ୍ୟ ଦର୍ଶକଙ୍କ ମଧ୍ୟରେ ଶୋ’ର ଲୋକପ୍ରିୟତା ଏବେ ବି ଜାରି ରହିଛି। ତେବେ ନେଟଫ୍ଲିକ୍ସରେ ଦୀର୍ଘ ସମୟ ଧରି ରହିବା ଏହି ଟ୍ରେଣ୍ଡର ଏକ ବଡ଼ ଉଦାହରଣ ଭାବେ ଦେଖାଯାଉଛି।