ନୂଆଦିଲ୍ଲୀ: ୨୮।୯: ଭାରତ ଶାନ୍ତିର ପ୍ରଚାରକ , କିନ୍ତୁ ଶକ୍ତିରେ ଦୁର୍ଦ୍ଦଶ । ଜଳ ସ୍ଥଳ ଓ ଆକାଶ ସବୁଠି  ଶକ୍ତିମାନ ଭାରତ । ପୁଣି ବି ମହାଶକ୍ତିଙ୍କ ତାଲିକାରେ ଭାରତ । ଶାନ୍ତିରେ ବିଶ୍ବାସ ରଖୁଥିବା ଭାରତ ଯେ ଶକ୍ତିରେ ସାମାନ୍ୟତମ ଦୁର୍ବଳ ନୁହେଁ , ଏହା ଜଣାଇଦିଏ ଭାରତର ସେନା ଆଉ ତାର ଯୁଦ୍ଧାସ୍ତ୍ର । ଏକ ବିରାଟ ସେନା ବାହିନୀ , ଆଧୁନିକ ଯୁଦ୍ଧାସ୍ତ୍ର । ସ୍ଥଳ, ଜଳ ଆଉ ଆକାଶ ସବୁ ଅବ୍ୟର୍ଥ ଅସ୍ତ୍ର  , କେଉଁଥିରେ ବି ଭାରତ ନୁହେଁ ଦୁର୍ବଳ । କିନ୍ତୁ ମହାଶକ୍ତି  ଭାରତ ଏବେ ଏମିତି କିଛି କରି ଦେଖାଇଛି ଯାହା କେହି କରିପାରିନାହାନ୍ତି ପାରମ୍ପରିକ ମହାଶକ୍ତି ବୋଲାଉଥିବା ଦେଶ। ନା ଆମେରିକା, ରୁଷିଆ ନା ଚାଇନା, ଇସ୍ରାଏଲ । ଭାରତ ଏବେ କୌଣସି ମହାଶକ୍ତିଙ୍କ ଠାରୁ ନୁହେଁ ପଛରେ । ଭାରତର ଶକ୍ତିଶାଳୀ ମିସାଇଲ୍ , ବଡରୁ ଶକ୍ତିଶାଳୀ ଶତ୍ରୁକୁ ବି ଚ୍ୟାଲେଞ୍ଜ ଦେବାକୁ ସକ୍ଷମ । ଆମେରିକୀୟ  ଥାଡ୍, ରୁଷିଆର S-500 ଓ ଚୀନର HQ-19କୁ ଚକ୍‌ମା ଦେବାକୁ ସକ୍ଷମ ଭାରତ ତିଆରି ଯୁଦ୍ଧାସ୍ତ୍ର । ଅପରସେନ ସିନ୍ଦୂରରେ ଭାରତର ମିସାଇଲ ଯେମିତି ପାକିସ୍ତାନରେ ଧ୍ବଂସ  ମଚାଇଲା , କେବଳ  ଥରିଲା ନାହିଁ ପାକିସ୍ତାନ  ତାଟକା ହୋଇ ରହିଗଲେ ଚୀନ ଓ ଆମେରିକା । ଭାରତର ସିକ୍ରେଟ ରଣନୀତି, ଶକ୍ତିଶାଳୀ ଅସ୍ତ୍ରକୁ ନେଇ ଛାନିଆ ବିଶ୍ବର ବୃହତ୍ତ ଶକ୍ତି । ଭାରତରେ ତିଆରି ସ୍ବଦେଶୀ ଅସ୍ତ୍ର ଶତ୍ରୁ ଉପରେ ନିଆଁ ବର୍ଷାଇପାରେ । ତାହାର ଶକ୍ତି, ପରାକ୍ରମ ଆଉ ଲକ୍ଷ୍ୟଭେଦ ଚମକାଇ ଦିଏ । କଣ ଏହି ମିସାଇଲର ବିଶେଷତ୍ବ ? କାହିଁକି କୁହାଯାଉଛି ଭାରତର ସୁରକ୍ଷା କବଚ ?

Watch Video

ଭାରତର ମିସାଇଲ୍‌ ତାକତ ଦେଖିବାକୁ ତଳେ ଥିବା ଲିଙ୍କରେ କ୍ଲିକ କରନ୍ତୁ...