ଉଦଳା ୨୭।୯: ବନ୍ୟା ଅଞ୍ଚଳ ବୁଲି ଦେଖିବାକୁ ଯାଇଥିବା ସମୟରେ ଉଦଳା ବିଧାୟକ ଭାସ୍କର ମଢେଇ ହେଲେ ହଟହଟା । ଯାହାର ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଭିଡିଓରେ ବିଧାୟକଙ୍କୁ ଜଣେ ବ୍ୟକ୍ତି ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିବା ଏବଂ ମାଡ଼ ମାରିବାକୁ ଉଦ୍ୟମ କରିଥିବା ଦେଖାଯାଉଛି । ଯାହା ଫଳରେ ବିଧାୟକ ଭାସ୍କର ମଢେଇ ତାଙ୍କୁ ବୁଝାସୁଝା କରିଥିଲେ ସୁଦ୍ଧା ସମ୍ପୃକ୍ତ ବ୍ୟକ୍ତି ସେହିଭଳି ଆଚରଣ କରିଥିଲେ । ଯାହାକୁ ନେଇ ଉକ୍ତ ବ୍ୟକ୍ତିଙ୍କ ଉପରେ ବିଧାୟକ ବିରକ୍ତ ହେଉଥିବା ଭିଡିଓରେ ଦେଖାଯାଉଛି । ତେବେ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ।

Also Read:- ଲଗାଣ ବର୍ଷାରେ ଜଳମଗ୍ନ ମା’ ନାରାୟଣୀ ମନ୍ଦିର, ତଥାପି ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ସେପଟେ ଘଟଣା ବାବଦରେ ବିଧାୟକଙ୍କୁ ପଚାରିବାରୁ ବନ୍ୟା ଅଞ୍ଚଳ ପରିଦର୍ଶନ ସମୟରେ ଜଣେ ଯୁବକ ମାଗଣା ଖାଦ୍ୟ ବଣ୍ଟନ କରୁଥିବା ଦେଖି ତାଙ୍କୁ ସେ ଧନ୍ୟବାଦ ଜଣାଇଥିଲେ । ହେଲେ ଏହି ସମୟରେ ଜଣେ ଯୁବକ ନିଶାସକ୍ତ ଅବସ୍ଥାରେ ଆସି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଏପରିକି ଭୋଟ୍ ନେବା ପାଇଁ ଆସିଛ ବୋଲି କହି ତାଙ୍କୁ ଖରାପ ବ୍ୟବହାର କରିଥିବା କହିଛନ୍ତି ବିଧାୟକ । ଯାହା ପରେ ମୁଁ ବିରକ୍ତ ହୋଇଥିଲି, ହେଲେ ସେହି ଭିଡିଓକୁ ସୋସିଆଲ ମିଡିଆରେ ଅତି ରଞ୍ଜିତ କରି ପୋଷ୍ଟ କରାଯାଉଛି ବୋଲି ବିଧାୟକ କହିଛନ୍ତି ।

Watch Video: