ଭୁବନେଶ୍ବର ୨୭।୯: ଏମଏମଡିଆର ପ୍ରସଙ୍ଗରେ ବିଧାନସଭାରେ ଆଲୋଚନା କରିବାକୁ ବିରୋଧୀଙ୍କୁ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଆହ୍ୱାନ । ଏମଏମଡିଆରକୁ ନେଇ ବିରୋଧୀଙ୍କ ପାଖେ ବଳିଷ୍ଠ ଯୁକ୍ତି ନାହିଁ କହିଲେ ଆଇନ ମନ୍ତ୍ରୀ । ବିତଣ୍ଡା ଯୁକ୍ତି କରି ଆନ୍ଦୋଳନ କରିବାରେ କୌଣସି ମାନେ ନାହିଁ ।

Also Read:- ପୁଣି ମହାନଦୀରେ ଆସୁଛି ଛୋଟ ଧରଣର ବନ୍ୟା, ୨୪ରୁ ୪୮ ଘଣ୍ଟା ଜଳବନ୍ଦୀ ଆଶଙ୍କା

ଆଇନ ମନ୍ତ୍ରୀ କହିଛନ୍ତି, ଏମଏମଡିଆରକୁ ବିରୋଧୀ ଯେତେ ଆନ୍ଦୋଳନ କରିବା କଥା କରନ୍ତୁ କିନ୍ତୁ ସେମାନଙ୍କ ପାଖେ କୌଣସି ବଳିଷ୍ଠ ଯୁକ୍ତି ନାହିଁ, ବିତଣ୍ଡା ଯୁକ୍ତି କରି ଆନ୍ଦୋଳନ କରିବାରେ କୌଣସି ମାନେ ନାହିଁ । ବିରୋଧୀ ଦଳଙ୍କର ସମ୍ପୂର୍ଣ୍ଣ ଅଧିକାର ଅଛି ସେମାନେ କରନ୍ତୁ । ଥରେ ବିଧାନସଭାରେ ଆଲୋଚନା କରିବାକୁ ଆସନ୍ତୁ, ବିଧାନସଭାରେ ଆଲୋଚନା ହେଲେ ଯଦି ବିଧାନସଭାକୁ ଲାଗିବ ଏହା ଭୁଲ୍ ତେବେ ଏ ବାବଦରେ ପୁଣି ଚର୍ଚ୍ଚା ଆଲୋଚନା ହେବ । ଯଦି ବିଧାନସଭା ସହମତ ହେବ ତେବେ ବିରୋଧୀଙ୍କ ମୁହଁ ବନ୍ଦ ହେବ । ତେଣୁ ବିରୋଧୀ ଆଲୋଚନାକୁ ଆସନ୍ତୁ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।