ନୂଆଦିଲ୍ଲୀ: NEET-UG ପରୀକ୍ଷାରେ ସ୍ୱଚ୍ଛତା ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ଲକ୍‌ଡା ରହିବେ NEET ପ୍ରଶ୍ନପତ୍ର ପ୍ରସ୍ତୁତକାରୀ। ପ୍ରଶ୍ନପତ୍ର ପ୍ରସ୍ତୁତକାରୀ, ଅନୁବାଦକାରୀ ସମସ୍ତେ ଲକଡାଉନରେ ରହିବେ। ବାହାର ଦୁନିଆ ସହ ସମ୍ପୂର୍ଣ୍ଣ ଭାବେ ଯୋଗାଯୋଗରୁ ବିଚ୍ଛିନ୍ନ ହେବେ। ସେହିପରି ମୋବାଇଲ୍ ଫୋନ୍, ଲାପଟପ୍ ଆଦି ବ୍ୟବହାର କରିପାରିବେନି। ଜୁନ ୨୧ ତାରିଖ ପର୍ଯ୍ୟନ୍ତ ବାହାର ଦୁନିଆକୁ ଆସିବା ମନା କରାଯାଇଛି। ୨୨ ଲକ୍ଷ ପରୀକ୍ଷାର୍ଥୀ ଭୋଗିଥିବା ଦୁର୍ଦ୍ଦଶା ପୁନରାବୃତ୍ତି ନ ହେବାକୁ ଏହି ପଦକ୍ଷେପ ନିଆଯାଇଛି।

ଜୁନ୍ ୨୧ ତାରିଖରେ ହେବାକୁ ଥିବା ପୁନଃପରୀକ୍ଷା ପାଇଁ ବିଭିନ୍ନ ରାଜ୍ୟର ପ୍ରଶାସନ ମଧ୍ୟ ସଜାଗ । ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଅଧିକ ପୁଲିସ୍ ମୁତୟନ ହେବା ସହ ସିସିଟିଭି , ଯାତାୟାତ ଉପରେ ନିୟନ୍ତ୍ରଣ ଓ ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ବିଶେଷ ଯୋଜନା କରାଯାଇଛି । ଏଥିସହ ପରୀକ୍ଷା ଦିନ କୌଣସି ଅବ୍ୟବସ୍ଥା ନ ହେବ ସେଥିପ୍ରତି ବିଶେଷ ଧ୍ୟାନ୍ ଦିଆଯାଇଛି ।ଏହା ସହିତ NTA ପୁନଃପରୀକ୍ଷା ପାଇଁ ସିଟି ଇଣ୍ଟିମେସନ୍ ସ୍ଲିପ୍ ମଧ୍ୟ ଜାରି କରିଛି । ଏହି ସ୍ଲିପ୍ ମାଧ୍ୟମରେ ପରୀକ୍ଷାର୍ଥୀମାନେ କେଉଁ ସହରରେ ତାଙ୍କ ପରୀକ୍ଷା କେନ୍ଦ୍ର ରହିବ ତାହା ଜାଣିପାରିବେ । ଏହା ଆଡମିଟ୍ କାର୍ଡ ନୁହେଁ, କିନ୍ତୁ ପରୀକ୍ଷା ସମୟରେ ସମସ୍ତ ଛାତ୍ରଛାତ୍ରୀ ଙ୍କ ସହ ଏହା ରହିବ ଯାହା ବର୍ତ୍ତମାନ ସରକାର ନିଷ୍ପତ୍ତି ନେଇଛନ୍ତି , ସୂଚନା ଅନୁଯାୟୀ ନିଟ୍-ୟୁଜି ୨୦୨୬ ପୁନଃପରୀକ୍ଷାକୁ ସ୍ୱଚ୍ଛ, ନିରପେକ୍ଷ ଓ ବିଶ୍ୱସନୀୟ କରିବା ପାଇଁ ପ୍ରଶ୍ନପତ୍ର ପ୍ରସ୍ତୁତକାରୀମାନଙ୍କୁ ଲକଡାଉନ ରେ ରହିବେ , ଯାହାଦ୍ବାରା ପରୀକ୍ଷା ପ୍ରତି ସଚେତନ ରହିବେ ସୂଚନା ଅନୁଯାୟୀ NEET-UG ପେପର ଲିକ୍ ହେବା ପରେ ପୁଣିଥରେ ପରୀକ୍ଷା କରାଯାଉଛି । ଜୁନ୍ ୨୧ ତାରିଖରେ ଆଉଥରେ ନିଟ୍ ପରୀକ୍ଷା କରାଯିବ ।

ଏଥିପାଇଁ ପରୀକ୍ଷା ପାଇଁ ସହର ସୂଚନା ଘୋଷଣା କରିଛି ଏନଟିଏ । ପରୀକ୍ଷାର୍ଥୀ ସହର ସୂଚନା ଦେଖିବା ପାଇଁ ଆବେଦନ ନମ୍ବର ଏବଂ ପାସୱାର୍ଡ ଦେଇ ଲଗ୍ ଇନ୍ କରିବା ପରେ ନିଜର ପରୀକ୍ଷା ସହର ସୂଚନା ବିଷୟରେ ଜାଣିପାରିବେ । ଏନଟିଏ ଜାରି କରିଥିବା ସୂଚନା ଅନୁସାରେ, ୨୧ ଜୁନରେ ହେବାକୁ ଥିବା ପରୀକ୍ଷା ଅପରାହ୍ନ ୨ଟାରୁ ସନ୍ଧ୍ୟା ୫.୧୫ ଯାଏଁ ହେବ । ଭାରତର ୫୫୧ ସହର ଏବଂ ଅନ୍ୟ ଦେଶରେ ୧୪ଟି ସହରରେ ପେନ୍-ଆଣ୍ଡ-ପେପର ମୋଡରେ ଆୟୋଜିତ ହେବ ।