ଭୁବନେଶ୍ବର ୩୦।୫: ପାକିସ୍ତାନରେ ବଢ଼ୁଛି ଓଡ଼ିଶା ଗଞ୍ଜେଇର ଡିମାଣ୍ଡ । ଓଡ଼ିଶାରୁ ବେଧଡ଼କ ପାକିସ୍ତାନକୁ ଚାଲିଥିଲା ଗଞ୍ଜାଇ ଚୋରା ଚାଲାଣ । ଓଡ଼ିଶାରୁ ପାକିସ୍ତାନ ଭାୟା ଜାମ୍ମୁକାଶ୍ମୀର ହୋଇ ଯାଉଥିଲା ଗଞ୍ଜେଇ । ଗଳବାଟରେ ଚାଲାଣ କରୁଥିଲେ ଗଞ୍ଜେଇ ବେପାରୀ । ଅଭିନବ ଉପାୟରେ କରିଚାଲିଥିଲେ ଚୋରା ଚାଲାଣ । ହେଲେ ଚୋର ଘର ସବୁଦିନ ଅନ୍ଧାର ନଥିବା ଭଳି ଏନ୍ସିବି ଆଖିରୁ ଖସିପାରିଲେନି ।

Also Read:- ସ୍କୁଟିକୁ ଜୋରଦାର ଧକ୍କା ଦେଲା ବସ୍, ସ୍ପଟରେ ହିଁ ଚାଲିଗଲା ଯୁବତୀଙ୍କ ଜୀବନ

ପାକିସ୍ତାନକୁ ଲମ୍ବିଛି ଓଡ଼ିଶା ଗଞ୍ଜେଇର ଚେର । ଓଡ଼ିଶାରୁ ଜାମ୍ମୁ କାଶ୍ମୀର, କାଶ୍ମୀରରୁ ପାକିସ୍ତାନ ଯାଉଥିଲା ଚୋରା ଗଞ୍ଜେଇ । କାଶ୍ମୀରରୁ ଟ୍ରକ୍ ଯୋଗେ ଫଳ ଆସୁଥିଲା ଓଡ଼ିଶା । ସେହି ଟ୍ରକ୍ ଫେରିବା ବେଳେ ଗଞ୍ଜେଇ ନେଇ କାଶ୍ମୀର ଫେରୁଥିଲା । ଏଭଳି ବେଧଡ଼କ ଚାଲିଥିଲା ଚୋରା ଗଞ୍ଜେଇ କାରବାର । ଶେଷରେ NCB ପଞ୍ଝାରେ ପଡ଼ିଲେ ଗଞ୍ଜେଇ ବେପାରୀ । ଜମ୍ମୁ କାଶ୍ମୀରରୁ ଦୁଇ ଗଞ୍ଜେଇ ବେପାରୀକୁ ଗିରଫ କରିଛି NCB । ପରେ ଦୁଇ ବେପାରୀଙ୍କୁ ଧରି ଟ୍ରାଞ୍ଜିଟ୍ ରିମାଣ୍ଡରେ ଓଡ଼ିଶା ଆଣିଛି NCB । ଗଞ୍ଜେଇ ବେପାରୀ ବିକ୍ରମ ସିଂ ଓ ତାର ସହଯୋଗୀ ଗିରଫ ହୋଇ ରିମାଣ୍ଡ ଆସିଛନ୍ତି ।