ଭୁବନେଶ୍ୱର ୧୩।୦୪ : ନୟାଗଡ଼ ଛେନାପୋଡ଼କୁ ମିଳିବ GI ଟ୍ୟାଗ୍ । ବିଶ୍ୱ ପ୍ରସିଦ୍ଧ ନୟାଗଡ଼ ଛେନାପୋଡ଼କୁ ମିଳିବ GI ଟ୍ୟାଗ ମାନ୍ୟତା । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ।

ନୟାଗଡ଼ ଛେନାପୋଡ଼ GI ଟ୍ୟାଗ ମାନ୍ୟତା ଦେବା ପାଇଁ ଦୀର୍ଘ ଦିନ ହେବ ଦାବି ହୋଇଆସୁଛି । ଏହିକ୍ରମରେ ପୁରୀ ସାଂସଦ ସମ୍ବିତ ପାତ୍ର ଅପ୍ରେଲ୍‌ ୧୧ ତାରିଖରେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଅନୁରୋଧ କରିଥିଲେ । ନୟାଗଡ଼ ଛେନାପୋଡ଼କୁ GI ଟ୍ୟାଗ୍‌ର ମାନ୍ୟତା ଦେବାକୁ ଅନୁରୋଧ କରିଥିଲେ ସାଂସଦ ସମ୍ବିତ ପାତ୍ର । ସାଂସଦଙ୍କ ଅନୁରୋଧକୁ ରକ୍ଷା କରି କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଏକ ଚିଠି ଲେଖିଛନ୍ତି । ଯେଉଁଥିରେ ସେ ନୟାଗଡ଼ ଛେନାପୋଡ଼କୁ GI ଟ୍ୟାଗ୍‌ ମାନ୍ୟତା ଉପରେ ବିଚାର କରିବେ ବୋଲି କହିଛନ୍ତି । ଏହାସହ ଆଗାମୀ ମେ ୨୮ ଏବଂ ୨୯ ଏକ ବୈଠକ ବସିବାକୁ ଯାଉଛି । ଯେଉଁଠି ନୟାଗଡ଼ ଛେନପୋଡ଼କୁ GI ଟ୍ୟାଗ ମାନ୍ୟତା ଉପରେ ବିଚାର କରାଯିବ । ଏପିରିକି ଏହି ଦୁଇ ମଧ୍ୟରେ ବିଧିବଦ୍ଧ ଘୋଷଣା ହୋଇପାରେ ବୋଲି ସୂଚନା ମିଳିଛି । 

Also Read:-ବିଶ୍ଵ ଛେନାପୋଡ ଦିବସ, ଜିଆଇ ଟ୍ୟାଗକୁ ଆଉ କେତେଦିନ…

ସୂଚନାଯୋଗ୍ୟ ଯେ, ଅପ୍ରେଲ ୧୧ ତାରିଖରେ ବିଶ୍ବ ଛେନା ପୋଡ ଦିବସ ପାଳନ କରାଯାଉଛି । ନୟାଗଡ ଛେନା ପୋଡର ସ୍ରଷ୍ଠା ସୁଦର୍ଶନ ସାହୁଙ୍କ ଜନ୍ମ ଦିନକୁ ବିଶ୍ବ ଛେନା ପୋଡ ଦିବସ ଭାବେ ପାଳନ କରାଯାଉଛି । କେବଳ ନୟାଗଡ ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନ, ଭାରତ ଏବଂ ଭାରତ ବାହାରେ ଏହି ଦିବସକୁ ପାଳନ କରାଯାଉଛି। ଛେନା ପୋଡକୁ ଜିଆଇ ଟ୍ୟାଗ୍ ମାନ୍ୟତା ପାଇଁ ଦାବି କରାଯାଉଥିଲେ ମଧ୍ୟ ଏଥିରେ ବିଳମ୍ବକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଥିଲା । ୨୦୨୨ ମସିହାରୁ ଏହି ଦିବସକୁ ସରକାରୀ ଭାବେ ପାଳନ କରାଯାଉଥିଲେ ମଧ୍ୟ ସ୍ରଷ୍ଟାଙ୍କ ନାଁ ଏବଂ ତାରିଖ ବିବାଦକୁ କେନ୍ଦ୍ର କରି ଗତ ୨ ବର୍ଷ ହେଲା ଏହା ବନ୍ଦ ରହିଥିଲା । ୨୦୨୬ରେ ପୁଣି ଥରେ ଛେନାପୋଡ଼ ଦିବସ ପାଳନ କରାଯାଇଛି ।