ଭୁବନେଶ୍ୱର/ ନୟାଗଡ଼ ୧୧।୦୪ : ଆଜି ବିଶ୍ବ ଛେନା ପୋଡ ଦିବସ । ନୟାଗଡ ଛେନା ପୋଡର ସ୍ରଷ୍ଠା ସୁଦର୍ଶନ ସାହୁଙ୍କ ଜନ୍ମ ଦିନକୁ ବିଶ୍ବ ଛେନା ପୋଡ ଦିବସ ଭାବେ ପାଳନ କରାଯାଉଛି । କେବଳ ନୟାଗଡ ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନ , ଭାରତ ଏବଂ ଭାରତ ବାହାରେ ଏହି ଦିବସକୁ ପାଳନ କରାଯାଉଛି ।

ତେବେ ଛେନା ପୋଡକୁ ଜିଆଇ ଟ୍ୟାଗ୍ ମାନ୍ୟତା ପାଇଁ ଦାବି କରାଯାଉଥିଲେ ମଧ୍ୟ ଏଥିରେ ବିଳମ୍ବକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ନୟାଗଡ ଛେନାପୋଡ ନାଁ ଶୁଣିଲେ ସାଧାରଣ ଲୋକଙ୍କ ପାଟିରୁ ଲାଳ ବାହିରି ଆସିଥାଏ । ଏହି ସୁସ୍ଵାଦୁ ମିଠାକୁ ଥରେ ଯିଏ ଖାଇଛି ତାର ସ୍ଵାଦକୁ କେବେ ବି ଭୁଲିପାରିବନାହିଁ । ଖାସ୍ ସେଥିପାଇଁ ନୟାଗଡ ସହର ମଧ୍ୟରେ ରହିଛି ଛେନାପୋଡ ଦୋକାନର ଲମ୍ବା ଲାଇନ୍ । କେବଳ ସେତିକି ନୁହେଁ ପ୍ରତ୍ୟେକ ଦିନ ଏଠାରୁ ଶହଶହ କ୍ବିଣ୍ଟାଲ୍ ଛେନା ପୋଡ ରାଜ୍ୟର ବିଭିନ୍ନ ସହର ଏବଂ ରାଜ୍ୟ ବାହାରକୁ ପଠାଯାଇଥାଏ । ୨୦୨୨ ମସିହାରୁ ଏହି ଦିବସକୁ ସରକାରୀ ଭାବେ ପାଳନ କରାଯାଉଥିଲେ ମଧ୍ୟ ସ୍ରଷ୍ଟାଙ୍କ ନାଁ ଏବଂ ତାରିଖ ବିବାଦକୁ କେନ୍ଦ୍ର କରି ଗତ ୨ ବର୍ଷ ହେଲା ଏହା ବନ୍ଦ ରହିଛି ।

Also Read:- Mahanadi River Water Dispute : ବିବାଦର ସମାଧାନ କେବେ ? ୨୦୨୭ ଜାନୁଆରୀ ୧୩ ଯାଏଁ ବଢିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି

ସେହିପରି ଛେନାପୋଡ଼ ଦିବସ ଅବସରରେ ଭୁବନେଶ୍ବର ରାମ ମନ୍ଦିର ଛକରୁ ଲୋୟର ପିଏମଜି ଯାଏ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଏହି ଶୋଭାଯାତ୍ରାର ଉଦ୍ଦେଶ୍ୟ ବାଦ ବିବାଦ ଭୁଲି ନୟାଗଡ଼ ଛେନାପୋଡ଼କୁ ଜିଆଇ ଟ୍ୟାଗ ମାନ୍ୟତା ପ୍ରଦାନ ହାସଲ କରିବା। ଶୋଭାଯାତ୍ରାରେ ନୟାଗଡ଼ ଜିଲ୍ଲାର ଛେନାପୋଡ଼ ପ୍ରେମୀ ଯୋଗ ଦେଇଛନ୍ତି।