ନୟାଗଡ଼: ଧାରଣାସ୍ଥଳରେ ପିଣ୍ଡଦାନ କଲେ ଆନ୍ଦୋଳନକାରୀ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ ପୂର୍ତ୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ଯାଳୟ ସାମ୍ନାରେ । ରାସ୍ତା ନିର୍ମାଣ ଦାବିରେ ପୂର୍ତ୍ତବିଭାଗ ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ଯାଳୟ ଆଗରେ ଗତ ୬ ଦିନ ହେଲା ଅହୋରାତ୍ର ଧାରଣା ଦେଇଆସୁଛନ୍ତି ନୟାଗଡ ଜିଲ୍ଲା ଦେଓଗାଁ ଗ୍ରାମବାସୀ।

ସୂଚନା ମୁତାବକ, ରଙ୍ଗଣିପାଟଣା ସୁନାମୁହିଁ ପୂର୍ତ୍ତବିଭାଗ ରାସ୍ତାର ଦେଓଗାଁ ଠାରେ ବିବାଦୀୟ ପରିସ୍ଥିତି ଯୋଗୁଁ କିଛି ଅଂଶ ନିର୍ମାଣ ନହୋଇ ପଡ଼ିରହିଛି । ୩୦ ବର୍ଷ ଧରି ପଡିରହିଥିବା ବିବାଦୀୟ ରାସ୍ତାକୁ ନକ୍ସା ଅନୁସାରେ ନିର୍ମାଣ କରିବା ନିମନ୍ତେ ହାଇକୋର୍ଟରୁ ନିର୍ଦ୍ଦେଶ ଆସିବା ପରେ ଗତ ଜୁନ ମାସରେ ପୂର୍ତ୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀ ଏବଂ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଗ୍ରାମବାସୀ ।

Also Read: ବୈତରଣୀ ନଦୀରେ ମାଛ ଧରିବାକୁ ଶହ ଶହ ଲୋକଙ୍କ ଭିଡ଼, ଖାଲି ହାତରେ ବି ଧରୁଛନ୍ତି ମାଛ

ଗତ କିଛିଦିନ ତଳେ ପୂର୍ତ୍ତବିଭାଗ ଅଧିକାରୀମାନେ ରାସ୍ତା କାମ ଆରମ୍ଭ କରିବାକୁ ଯାଇଥିବାବେଳେ ପଡୋଶୀ ଗ୍ରାମର ଲୋକମାନେ କାମକୁ ବିରୋଧ କରିଥିଲେ । ଫଳରେ କାମ ବନ୍ଦ ହୋଇଯାଇଥିଲା । ତୁରନ୍ତ କାମ ଆରମ୍ଭ କରି ଶେଷ ନକରିବା ପର୍ଯ୍ୟନ୍ତ ଏହି ଧାରଣା ଚାଲିବ ବୋଲି ଆନ୍ଦୋଳନକାରୀ କହିଛନ୍ତି।