ଆନନ୍ଦପୁର ୧୦।୧୦: ନଦୀ ଭିତରେ ଶହ ଶହ ଲୋକ । ପୁରୁଷ, ମହିଳା, ଛୁଆ ବି ପଡ଼ି ନାହାନ୍ତି ବାଦ୍ । ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ ମାଛ ଧରିବା । କିଏ ଜାଲ ପକାଇ ମାଛ ଧରୁଛି, ତ ଆଉ କିଏ ଠେଙ୍ଗାରେ ପିଟି ଧରୁଛି ମାଛ । କିଏ କିଏ ତ ଖାଲି ହାତରେ ଧରି ପକାଉଛି ପୁଳା ପୁଳା ମାଛ । କେବଳ ଏମାନେ ନୁହେଁ, ଏମିତିକି ରାସ୍ତାରେ ଯାଉଥିବା ଲୋକେ ବି ଅଟକି ଯାଉଛନ୍ତି ଆଉ ମାଛ ଧରିବାରେ ଲାଗି ପଡ଼ୁଛନ୍ତି । କେହି କେହି ଧରିଥିବା ମାଛକୁ ବିକ୍ରି କରୁଛନ୍ତି ତ ଆଉ କିଏ ଘରକୁ ବୋହି ନେଉଥିବା ନଜରକୁ ଆସିଛି । ଏଭଳି ଦୃଶ୍ଯ ବୈତରଣୀ ନଦୀର ଆନନ୍ଦପୁର ବ୍ଯାରେଜ ନିକଟରେ ଦେଖିବାକୁ ମିଳିଛି ।

ଏଭଳି ଭିଡ଼ ପଛର କାରଣ ହେଉଛି ବ୍ୟାରେଜ୍ ଗେଟ୍ ବନ୍ଦ ହେବା । ବିଭାଗୀୟ ସୂଚନା ଅନୁଯାୟୀ, ବ୍ୟାରେଜ୍‌ର ନିରୀକ୍ଷଣ ପାଇଁ ଶନିବାର ଦିଲ୍ଲୀରୁ ଏକ IIT ଟିମ୍ ଆସିଛନ୍ତି । ଯାହା ଫଳରେ ସକାଳେ ପ୍ରାୟ ୨ ଘଣ୍ଟା ପାଇଁ ବ୍ୟାରେଜ୍‌ର ସବୁ ଗେଟ୍ ବନ୍ଦ କରିଥିଲା ଜଳସମ୍ପଦ ବିଭାଗ । ଗେଟ୍ ବନ୍ଦର ସାଇରନ୍ ବାଜିବା ପରେ ନଦୀଗର୍ଭକୁ ମାଛ ଧରିବାକୁ ଲୋକଙ୍କ ସୁଅ ଛୁଟିଥିଲା । କେବଳ ଆଜି ନୁହେଁ, ମଙ୍ଗଳବାର ସନ୍ଧ୍ୟାରେ ମଧ୍ୟ ଗେଟ୍ ବନ୍ଦର ଟ୍ରାଏଲ୍ ବେଳେ ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା ।

Also Read:- ନୟାଗଡ଼ ମଡେଲ ଡିଗ୍ରୀ କଲେଜରେ ଛାତ୍ର ଅଶାନ୍ତି, ନିର୍ବାଚନ ବାତିଲ୍‌କୁ ବିରୋଧ କରି ଗେଟ୍‌ରେ ତାଲା

ତେବେ ଗୋଟିଏ ମାଛ ଧରିବାକୁ ଲୋକଙ୍କ ଭିତରେ ଉତ୍ସାହ ଥିବାବେଳେ ଅନ୍ୟପଟେ ବିପଦକୁ ମଧ୍ୟ ଅଣଦେଖା କରିହେବ ନାହିଁ । ଏଭଳି ମାଛ ଧରିବା ବେଳେ ସତର୍କ ରହିବା ନିହାତି ଜରୁରୀ ।

Watch Video:

​​​​​​​