India vs West Indies, 2nd T20I: ଲଗାତର ଫ୍ଲପ୍‌ ଶୋ ପରେ ରାଞ୍ଚିରେ ଚମକିଲେ ଟିମ ଇଣ୍ଡିଆର ଓପନର ସଞ୍ଜୁ ସାମସନ। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଟି-୨୦ ମୁକାବିଲାରେ ସଞ୍ଜୁ ୮୨ ରନ୍‌ର ବିସ୍ଫୋରକ ଇନିଂସ ଖେଳି ସମସ୍ତଙ୍କୁ ଚମକାଇ ଦେଇଛନ୍ତି। କ୍ୟାପ୍ଟେନ ଆୟରଙ୍କ ଜଲୱା ମଧ୍ୟ ଜାରି ରହିଛି।

ଶୁକ୍ରବାର ରାଞ୍ଚିର ଜେଏସସିଏ ଆନ୍ତର୍ଜାତୀୟ ଷ୍ଟାଡିୟମ କମ୍ପ୍ଲେକ୍ସରେ ଦୁଇ ଦଳ ମଧ୍ୟରେ ଦ୍ୱିତୀୟ ଟି-୨୦ ଅନ୍ତର୍ଜାତୀୟ ମୁକାବିଲା ଖେଳାଯାଉଛି। ଆଜିର ମ୍ୟାଚ୍‌ରେ ଟସ୍ ଜିତି ୱେଷ୍ଟଇଣ୍ଡିଜ୍ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରେ ୨୪୯ ରନର ବିଶାଳ ସ୍କୋର ଛିଡ଼ା କରିଛି। ମ୍ୟାଚ୍ ଜିତି ସିରିଜ ବରାବର କରିବାକୁ ହେଲେ ୱେଷ୍ଟ ଇଣ୍ଡିଜ୍‌କୁ ୨୫୦ ରନର ଟାର୍ଗେଟ୍ ପୂରା କରିବାକୁ ହେବ।

ନିମନ୍ତ୍ରଣ ପାଇଁ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭାରତ ପକ୍ଷରୁ ଓପନର ଅଭିଷେକ ଶର୍ମା ଓ ସଞ୍ଜୁ ସାମସନ ଭଲ ଆରମ୍ଭ କରିଥିଲେ। ଅଭିଷେକ ପୂର୍ବଭଳି ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ। ସଞ୍ଜୁ ମଧ୍ୟ ପଛରେ ପଡ଼ି ନଥିଲେ। ଉଭୟଙ୍କ ମଧ୍ୟରେ ପ୍ରଥମ ୱିକେଟ୍ ପାଇଁ ୪୨ ରନ୍ ପାର୍ଟନର୍ସିପ୍ ହୋଇଥିଲା। ଏହାପରେ ମାତ୍ର ୨୦ ରନ୍ କରି ଅଭିଶେଷ ଶର୍ମା ରୋଷ୍ଟନ ଚେଜଙ୍କ ଶିକାର ହୋଇଥିଲେ।

ଏହିଠାରୁ ଇଶାନ କିଶନ ସଞ୍ଜୁଙ୍କ ସହ ମିଶି ଦଳର ସ୍କୋରକୁ ଆଗକୁ ବଢ଼ାଇଥିଲେ। ଦ୍ୱିତୀୟ ୱିକେଟ୍ ପାଇଁ ଏମାନଙ୍କ ମଧ୍ୟରେ ମଧ୍ୟ ୯୭ ରନ୍ର ପାର୍ଟନର୍ସିପ୍ ହୋଇଥିଲା। ଏହାରି ମଧ୍ୟରେ ସଞ୍ଜୁ ୨୧ ବଲ୍ରେ ଦ୍ରୁତ ଅର୍ଦ୍ଧଶତକ ହାସଲ କରିଥିଲେ। ତେବେ ଇଶାନ କିଶନ ୪୩ ରନ୍ର ବ୍ୟକ୍ତିଗତ ସ୍କୋରରେ ରୋଷ୍ଟନ ଚେଜଙ୍କ ବଲରେ ଆଉଟ୍ ହୋଇ ପାଭିଲିଅନ ପେରିଥିଲେ। ଇସାନ ତାଙ୍କ ଇନିଂସରେ ୨୨ ବଲ୍‌ରେ ୬ଟି ଚୌକା ଓ ଦୁଇଟି ଛକା ମାରିଥିଲେ।

ଏହାପରେ ଦଳୀୟ ସ୍କୋରକୁ ଦ୍ରୁତ ଗତିରେ ଆଗକୁ ବଢ଼ାଇବା ପାଇଁ ଶିବମ ଦୁବେ ବ୍ୟାଟିଂ କରିବାକୁ ଆସିଥିଲେ। ହେଲେ ଆଜି ତାଙ୍କର ଫ୍ଲପ ଶୋ ଦେଖିବାକୁ ମିଳିଥିଲା। ଶିବମ ମାତ୍ର ୭ ରନ୍ କରି ରୋଷ୍ଟନ ଚେଜ୍‌ଙ୍କ ବଲ୍‌ରେ ଆଉଟ ହୋଇଥିଲେ। ଏହାପରେ ସଞ୍ଜୁ ସାମସନଙ୍କ ରୂପରେ ୱେଷ୍ଟ ଇଣ୍ଡିଜ୍କୁ ଚତୁର୍ଥ ୱିକେଟ୍ ମିଳିଥିଲା। ତାଙ୍କୁ ସାମର ସ୍ପ୍ରିଙ୍ଗର ଆଉଟ କରିଥିଲେ।

ତେବେ ଆଜିର ମ୍ୟାଚ୍‌ରେ ସବୁଠାରୁ ବଡ଼ କଥା ହେଲା ସଞ୍ଜୁଙ୍କ ଫର୍ମ ଫେରିଛି। ଗତ ମ୍ୟାଚ୍ଗୁଡ଼ିକରେ ଟିମ୍ ଇଣ୍ଡିଆର ଏହି ଓପନର ଲଗାତର ଖରାପ ପ୍ରଦର୍ଶନ କରି ଆସୁଥିଲେ। ହେଲେ ଆଜି ୪୧ ବଲ୍ରେ ୮୧ ରନ୍ ଇନିଂସ ଖେଳିଛନ୍ତି। ଯେଁଥିରେ ସେ ୯ଟି ଚୌକା ଓ ୪ ଛକ୍କା ମାରିଛନ୍ତି।

ସଞ୍ଜୁ ଆଉଟ ହେବା ପରେ କ୍ୟାପ୍ଟେନ୍ ଶ୍ରେୟସ ଆୟର ଓ ଭାଇସ କ୍ୟାପ୍ଟେନ୍ ତିଲକ ବର୍ମା ଦଳୀୟ ସ୍କୋରକୁ ଦ୍ରୁତ ଗତିରେ ଆଗକୁ ବଢ଼ାଇଥିଲେ। ଦୁହେଁ ଜବରଦସ୍ତ ବ୍ୟାଟିଂ କରିଥିଲେ। ଶ୍ରେୟସ ୧୮ ବଲ୍‌ରେ ୪୦ ରନର କରିଥିବା ବେଳେ ତିଲକ ସମାନ ବଲ୍ ଖେଳି ୪୪ ରନ୍ କରିଛନ୍ତି। ପଞ୍ଚମ ୱିକେଟ୍ ପାଇଁ ଉଭୟ ବ୍ୟାଟରଙ୍କ ମଧ୍ୟରେ ୮୩ ରନ୍ ପାର୍ଟନର୍ସିପ୍ ହୋଇଥିଲା। ଫଳରେ ଭାରତ ୨୪୯ର ବିଶାଳ ସ୍କୋର ଛିଡ଼ା କରିବାରେ ସଫଳ ହୋଇଥିଲା। ସେପଟେ ୱେଷ୍ଟ ଇଣ୍ଡିଜ ପକ୍ଷରୁ ରୋଷ୍ଟନ ଚେଜ୍ ୩ଟି ମହତ୍ୱପୂର୍ଣ୍ଣ ୱିକେଟ୍ ନେଇଥିବା ବେଳେ ଶମର ସ୍ପ୍ରିଙ୍ଗର ଦୁଇଟି ୱିକେଟ୍ ନେଇଥିଲେ।