ନୂଆଦିଲ୍ଲୀ : ୧୮ ବର୍ଷ ବୟସରେ ଅଧିକାଂଶ ପିଲା ବିଶ୍ୱବିଦ୍ୟାଳୟ ଚୟନରେ ବ୍ୟସ୍ତ ଥାନ୍ତି। ନହେଲେ ପ୍ରଥମ ସେମିଷ୍ଟର ପାଇଁ ପ୍ରସ୍ତୁତି ହୋଇଥାନ୍ତି।  କିନ୍ତୁ ନାଥନ୍ ଥୋମାସ ଏବେ  ଶ୍ରେଣୀ ଗୃହ ସମ୍ନାରେ ଠିଆ ହୋଇ ଇଞ୍ଜିନିଅରିଂ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଉଛନ୍ତି। ଫ୍ଲୋରିଡ଼ା ସ୍ଥିତ ଏହି କିଶୋର ୧୮ ବର୍ଷ ୩୪୬ ଦିନରେ ବିଶ୍ଵର ସର୍ବକନିଷ୍ଠ ପୁରୁଷ ପ୍ରଫେସର ହୋଇ ବିଶ୍ୱ ରେକର୍ଡ କରିଛନ୍ତି । ଏହା ଜରିଆରେ ସେ ୩୦୬ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି। ସେ ମିୟାମି ଡେଡ୍ କଲେଜରେ ଇଞ୍ଜିନିୟରିଂ ପ୍ରଶିକ୍ଷକ ଭାବେ ଯୋଗ ଦେଇଛନ୍ତି। ଆଉ ନିଜ ବୟସର ପିଲାଙ୍କୁ ପାଠ ପଢ଼ାଉଛନ୍ତି । ଏହି ଉପଲବ୍ଧି ଜରିଆରେ ସେ ସ୍କଟଲାଣ୍ଡ ଗଣିତଜ୍ଞ ମାକଲଗିନ୍ ଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି । ୧୭୧୭ ମସିହାରେ ମ୍ୟାକଲରିନ୍ ୧୯ ବର୍ଷ ବୟସରେ ବିଶ୍ୱର ସର୍ବକନିଷ୍ଠ ପ୍ରାଧ୍ୟାପକ ହୋଇଥିଲେ।

ନଥନ୍ ଙ୍କ ଶିକ୍ଷାଗତ ଯାତ୍ରା ଅଧିକାଂଶ ପିଲାଙ୍କଠୁ ବହୁ ଆଗରୁ ଆରମ୍ଭ ହୋଇଥିଲା । ୧୦ ବର୍ଷ ବୟସରେ ସ୍କୁଲ ଶିକ୍ଷା ଜାରି ରଖିବା ସହିତ ଏକ ଦ୍ୱେତ-ନାମଲେଖା କାର୍ଯ୍ୟକ୍ରମ ଜରିଆରେ ସେ ମିୟାମି ଡେଡ୍ କଲେଜ୍ ରେ ନାମ ଲେଖାଇଥିଲେ । ୧୪ ବର୍ଷ ବୟସରେ ସେ ଫ୍ଲୋରିଡ଼ା ଇଣ୍ଟରନ୍ୟାସନାଲ ୟୁନିଭର୍ସିଟିରେ ନାମ ଲେଖାଇଲେ। ସେଠାରେ ଇଲେକ୍ଟ୍ରିକାର ଇଞ୍ଜିନିୟରିଂରେ ସମ୍ମାନ ସହିତ ଉଭୟ ସ୍ନାତକ ଓ ସ୍ନାତକୋତ୍ତର ଡିଗ୍ରୀ ଶେଷ କଲେ । କିଛି ବର୍ଷ ପରେ ସେହି କଲେଜକୁ ଫେରିଲେ, ଯେଉଁଠି ସେ ପିଲାଦିନେ ଛାତ୍ର ଥିଲେ । ଏ ଥର ପ୍ରଧାପକ ରୂପେ। ଅଗଷ୍ଟ ୨୦୨୩ରେ ନିଅନ୍ତି ଛାତ୍ରଛାତ୍ରୀଙ୍କୁ ସିପ ୨୨୭୦: ସି ଶିକ୍ଷା ପ୍ରଦାନ କଲେ । ଏହି ପାଠ୍ୟକ୍ରମ ଇଞ୍ଜିନିୟର ଛାତ୍ରଛାତ୍ରୀଙ୍କୁ ସି. ପ୍ରୋଗ୍ରାମିଂ ଓ କମ୍ପ୍ୟୁଟେସନାଲ ସମସ୍ୟା ସମାଧାନ ବିଷୟରେ ପରିଚୟ କରାଏ । ସମ-ବୟସ୍କ ପିଲାଙ୍କୁ ଶିକ୍ଷା ପ୍ରଦନ ବିଷୟରେ ନଥନ୍ କୁହନ୍ତି, ଶିକ୍ଷଣ ବୟସ ଦ୍ଵାରା ନୁହେଁ ; କୌତୁହଳ ଓ ପ୍ରତିବଦ୍ଧତା ଦ୍ଵାରା ନିର୍ଦ୍ଧାରିତ ହୁଏ I ତାଙ୍କ ଅନୁସାରେ, ସମସ୍ତେ ଗୋଟିଏ କାରଣ-ଶିକ୍ଷଣ, ସୁଧାର ଓ ବୃଦ୍ଧି ପାଇଁ ଶ୍ରେଣୀଗୃହରେ ପ୍ରବେଶ କରନ୍ତି । ନଥନ୍ ସବୁଠୁ ଅଧିକ ଆତ୍ମସନ୍ତୋଷ ସେତେବେଳେ ପାଆନ୍ତି, ଯେତେବେଳେ ସେ ଦେଖନ୍ତି ଦିନେ ଜଟିଳ ମନେହେଉଥିବା ବିଷୟବସ୍ତୁ ଗୁଡ଼ିକୁ ଛାତ୍ରଛତ୍ରୀ ବୁଝିପାରୁଛନ୍ତି ।

ଇଞ୍ଜିନିୟରଙ୍କ ପରିବାରରେ ଜନ୍ମ ହେବା ନଥନ୍ ଙ୍କ ରୁଚିକୁ ମାର୍ଗ ପ୍ରଦାନ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲା । ଗଣିତକୁ ମଜାଦାନ କରିବା ଏବଂ ପିଲାଦିନୁ ବିଜ୍ଞାନରେ ଏକ ମଜଭୁତ ମୂଳଦୁଆର ବିକାଶରେ ସାହାଯ୍ୟର ଶ୍ରେୟ ସେ ନିଜେ ମାଆ'ଙ୍କୁ ଦିଅନ୍ତୁ। ନଥନ୍ଙ୍କ ଅଭିଳାଷ ଇଞ୍ଜିନିୟରିଂରେ ସୀମିତ ନୁହେଁ I ଶିକ୍ଷାଦାନ ସହିତ ସେ ୟୁନିଭର୍ସିଟି ଅଫ୍ ମିୟାମି ସ୍କୁଲ ଅଫ୍ ଲ ରେ ଜୁରିସ ଡକ୍ଟର ଡିଗ୍ରୀ ଅଧ୍ୟୟନନ କରୁଛନ୍ତି । ୨୦୨୮ରେ ସେ ସ୍ନାତକ ଡିଗ୍ରୀ ହାସଲ କରିବେ ।

Also Read- Emotional social media story: କୁନି ପୁଅକୁ କ୍ୟାନ୍ସର ପୀଡ଼ିତ ବାପାର ଶେଷ ଉପଦେଶ, ପରିବାର ତତେ ଲାଗିଲା...