ମୁମ୍ଵାଇ ୦୮।୧୦; ବଲିଉଡ ଭେଟରାନ ଅଭିନେତା ନାନା ପାଟେକରଙ୍କ ବିୟୋଗରେ ସ୍ତବ୍ଧ ସିନେ ଜଗତ। ଗୁରୁବାର ଭୋର ସମୟରେ ଗୋଆସ୍ଥିତ ବାସଭବନରେ ହୃଦଘାତରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ଘରୁ ଅଚେତ ଅବସ୍ଥାରେ ମିଳିବା ପରେ ତାଙ୍କୁ ହସ୍ପିଟାଲ୍ ନିଆଯାଇଥିଲା ଏବଂ ପ୍ରାୟ ୪୫ ମିନିଟ୍ ଧରି ତାଙ୍କୁ ସିପିଆର ଦିଆଯାଇଥିଲେ ମଧ୍ୟ ଡାକ୍ତରମାନେ ତାଙ୍କୁ ବଞ୍ଚାଇବାରେ ବିଫଳ ହୋଇଥିଲେ। ଏହାରି ମଧ୍ୟରେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଭାଇରାଲ୍ ଶେଷ ଭିଡିଓ ଓ ଭାବପ୍ରବଣ ମନ୍ତବ୍ୟ:

ମୃତ୍ୟୁର ମାତ୍ର ଚାରି ଦିନ ପୂର୍ବ ଅର୍ଥାତ୍ ଅକ୍ଟୋବର ୪ ତାରିଖରେ ଗୋଆର ଡୋନା ପାଉଲାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ନାନା ପାଟେକର ଯୋଗ ଦେଇଥିଲେ। ସେଠାରେ ସେ ସ୍ଥାନୀୟ କଳାକାରଙ୍କ ସହ ମିଶି ପାରମ୍ପରିକ ବାଦ୍ୟଯନ୍ତ୍ର ବଜାଇବା ସହ ‘ଦେଖଣୀ’ ନୃତ୍ୟରେ ସାମିଲ ହୋଇଥିଲେ। ମଞ୍ଚ ଓ ଥିଏଟର ପ୍ରତି ଥିବା ଗଭୀର ଭଲପାଇବା ବର୍ଣ୍ଣନା କରି ସେ ଏକ ମର୍ମସ୍ପର୍ଶୀ କଥା କହିଥିଲେ-"ସମସ୍ତଙ୍କୁ ଦିନେ ନା ଦିନେ ଯିବାକୁ ପଡ଼ିବ ଏବଂ ମୁଁ ଆସନ୍ତାକାଲି ଏଠାରେ ଥିବି କି ନାହିଁ,ତାହା ମୁଁ ଜାଣିନି।"ତାଙ୍କର ଏହି କଥା ଏବେ ପ୍ରଶଂସକଙ୍କ ମନକୁ ଗଭୀର ଭାବେ ଛୁଇଁଯାଇଛି।

ପ୍ରାୟ ପାଞ୍ଚ ଦଶନ୍ଧିର ଏହି ଦୀଘ୍ନ ଅଭିନୟ ଜୀବନରେ ସେ ‘ଗମନ’, ‘ପରିନ୍ଦା’, ‘ପ୍ରହାର’, ‘ତିରଙ୍ଗା’, ‘କ୍ରାନ୍ତିବୀର’, ‘ଖାମୋଶୀ’ ଏବଂ ‘ୱେଲକମ୍’ ଭଳି ଅନେକ ଚର୍ଚ୍ଚିତ ତଥା ସୁପରହିଟ୍ ଫିଲ୍ମରେ ନିଜର ଜାଦୁ ଦେଖାଇଥିଲେ। ତାଙ୍କର ଦମଦାର୍ ଡାଏଲଗ୍ ଡେଲିଭରି ଏବଂ ନିଖୁଣ ଅଭିନୟ ତାଙ୍କୁ ଭାରତୀୟ ସିନେମାରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା।ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ କଳା ଏବଂ ମଞ୍ଚକୁ ଭଲପାଉଥିବା ନାନା ପାଟେକର ଆଜି ଆମ ଗହଣରେ ନାହାନ୍ତି। କିନ୍ତୁ ତାଙ୍କର ଅମର ସ୍ମୃତି, ସେହି ଶେଷ କଥା ଏବଂ ଅବସ୍ମରଣୀୟ ଅଭିନୟ ସବୁବେଳେ ଦର୍ଶକଙ୍କ ହୃଦୟରେ ଜୀବନ୍ତ ହୋଇ ରହିବ।