ନୂଆଦିଲ୍ଲୀ, ୦୯/୧୦ : ବଲିଉଡର ଭେଟେରାନ ଅଭିନେତା ନାନା ପାଟେକର ଆଉ ଏହି ଦୁନିଆରେ ନାହାଁନ୍ତି । ଗୁରୁବାର ୭୫ ବର୍ଷରେ ତାଙ୍କର ପରଲୋକ ଘଟିଛି । ଦୀର୍ଘ ୫୦ ବର୍ଷ ଧରି ସେ ବଲିଉଡରେ ଅନେକ ହିଟ୍ ଫିଲ୍ମ ଦେଇଥିଲେ । କିନ୍ତୁ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କର ଅନ୍ତିମ ଦର୍ଶନ ପାଇଁ ହଜାର ହଜାର ପ୍ରଶଂସକଙ୍କ ଗହଳି ଲାଗିଥିଲା । ତେବେ ସୂର୍ଯ୍ୟାସ୍ତ ପରେ ତାଙ୍କର ଅନ୍ତିମ ସତ୍କାର ହୋଇଥିଲା । ଯାହାକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି । ଏହାକୁ ନେଇ ପୁଅ ମହ୍ଲାର ପାଟେକର ପ୍ରତିକ୍ରିୟା ରଖିଛନ୍ତି ।

ପରମ୍ପରା ଅନୁସାରେ, ସୂର୍ଯ୍ୟାସ୍ତ ପରେ ଅନ୍ତିମ ସତ୍କାର ହୁଏ ନାହିଁ । ତେବେ ନାନାଙ୍କ ଶେଷକ୍ରିୟା ପରେ ମହ୍ଲାର କହିଛନ୍ତି ଯେ, ସେମାନେ ଗୋଆରେ ଥିଲେ । ପିତାଙ୍କ ପାର୍ଥୀବ ଶରୀରକୁ ଗାଁରେ ଥିବା ଫାର୍ମ ହାଉସକୁ ଅଣାଯାଇଥାନ୍ତା । ସେମାନେ ଶୀଘ୍ର ପହଁଚିଯିବେ ବୋଲି ଭାବିଥିଲେ । କିନ୍ତୁ ଅଧିକ ସମୟ ଲାଗିଗଲା । ନାନା ପାଟେକରଙ୍କ ନିଧନ ସକାଳେ ହୋଇଥିଲେ । ତେଣୁ ଏମିତି ବି ଅନେକ ସମୟ ବିତି ଯାଇଥିଲା ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପାର୍ଥୀବ ଶରୀରକୁ ଅଧିକ ସମୟ ଧରି ରଖିବା ଠିକ୍ ନୁହେଁ । ତେଣୁ ସୂର୍ଯ୍ୟାସ୍ତ ପରେ ସତ୍କାର କରାଯାଇଥିଲା । ପିତା ଅମର ରହିବେ । ନାନା ପାଟେକର ସଦାବେଳେ ମଣିଷପଣିଆ କଥା କହିଥାନ୍ତି । ଦୁନିଆର ଭଲ ପାଇଁ କାମ କରିବା ଦରକାର ବୋଲି ପରାମର୍ଶ ଦେଇଥାନ୍ତି ବୋଲି ମହ୍ଲାର କହିଛନ୍ତି ।

Also Read :-Flydubai Cockpit Attack: ଭାରତୀୟ କ୍ୟାପ୍ଟେନଙ୍କୁ ମିଳିବ ଇସ୍ରାଏଲର ସର୍ବୋଚ୍ଚ ସମ୍ମାନ, ସୁସ୍ଥ ପରେ ବୀରତ୍ୱ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି

ଆହୁରି ମଧ୍ୟ ସେ ପ୍ରକାଶ କରିଛନ୍ତି ଯେ, ବାପା ବଞ୍ଚିଥିବା ବେଳେ ସମସ୍ତଙ୍କୁ ସବୁ ଦାୟିତ୍ୱ ବାଣ୍ଟିଦେଇଥିଲେ । କିଏ କେଉଁ କାମରେ ଭଲ କରିପାରିବ ତାହା ନାନା ପାଟେକରଙ୍କୁ ଜଣାଥିଲା । ଆଜି ସେ ନାହାଁନ୍ତି । କିନ୍ତୁ ତାଙ୍କର ସ୍ମୃତି ସବୁଦିନ ପାଇଁ ମନେ ରହିବ ବୋଲି ମହ୍ଲାର ପ୍ରକାଶ କରିଛନ୍ତି ।