ନୂଆଦିଲ୍ଲୀ ୯/୧୦:କ୍ୟାପ୍ଟେନ ସ୍ମିତ ମଚ୍ଛାରଙ୍କ ସାହସକୁ ସଲାମ । ସ୍ମିତଙ୍କୁ ମିଳିବ ଇସ୍ରାଏଲର ସର୍ବୋଚ୍ଚ ବେସାମରିକ ବୀରତ୍ବ ସମ୍ମାନ । ଗୁରୁବାର ଇସ୍ରାଏଲ ରାଷ୍ଟ୍ରପତି ଇସାକ ହର୍ଜୋଗ୍ ଘୋଷଣା କରିଛନ୍ତି । ପ୍ରେସିଡେନ୍ସିଆଲ ଆୱାଡ ଫର ସିଭିଲିଆନ ହିରୋଇଜିମ(Presidential Award for Civilian Heroism)ରେ ସମ୍ମାନିତ କରିବ ଇସ୍ରାଏଲ୍ । ରାଷ୍ଟ୍ରପତି ହର୍ଜୋଗ୍ କହିଛନ୍ତି ମଛାରଙ୍କୁ ନାଗରିକ ବୀରତ୍ବ ପାଇଁ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରାଯିବ । ଫ୍ଲାଏ ଦୁବାଇ ବିମାନରେ ନିଜ ଜୀବନକୁ ବାଜିରେ ଲଗାଇ ଏତେ ବଡ ଅଘଟଣକୁ ଏଡାଇ ୧୭୪ ଜଣଙ୍କ ଜୀବନ ରକ୍ଷା କରିଥିଲେ କ୍ୟାପ୍ଟେନ ମଛାର ।

ଗୁରୁବାର ଜେରୁଜେଲମରେ ରାଷ୍ଟ୍ରପତି ହର୍ଜୋଗ ୬ ଜଣ ଇସ୍ରାଏଲୀ ଯାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିବା ସମୟରେ ମଚ୍ଛରଙ୍କ ନାଁ ଉଲ୍ଲେଖ କରିଥିଲେ । ହର୍ଜୋଗ୍ କହିଥିଲେ, "ଆଜି ଆମେ ଯେଉଁ ଇସ୍ରାଏଲୀ ବୀରମାନଙ୍କୁ ସମ୍ମାନ ଜଣାଉଛୁ, ସେମାନଙ୍କ ସହିତ ଭାରତର କ୍ୟାପଟେନ୍ ସ୍ମିତ୍ ମଚ୍ଛରଙ୍କ ସମ୍ପୂର୍ଣ୍ଣ ଓ ଶୀଘ୍ର ଆରୋଗ୍ୟ କାମନା କରି ଆମର ହୃଦୟଭରା ଶୁଭେଚ୍ଛା ଜଣାଉଛୁ। ତାଙ୍କର ସାହସ ଏତେ ବଡ ବିପଦକୁ ଟଳିବାରେ ସାହାଯ୍ୟ କରିଥିଲା । ଯେତେବେଳେ ସେ ସଂପୂର୍ଣ୍ଣ ସୁସ୍ଥ ଅନୁଭବ କରିବେ ତାଙ୍କୁ ମୁଁ ନିଜେ ଏହି ପୁରସ୍କାର ପ୍ରଦାନ କରିବି । କିଛି ଦିନ ପୂର୍ବରୁ କ୍ୟାପଟେନ ସ୍ମିତ ମଚ୍ଛାରଙ୍କୁ ଆମେରିକା ମଧ୍ୟ ସମ୍ମାନିତ କରିବ ବୋଲି ଆମେରିକୀୟ ସଂସଦରେ ଏକ ପ୍ରସ୍ତାବ ପାରିତ ହୋଇଛି। ଉଭୟ ଶାସକ ଏବଂ ବିରୋଧୀ ଦଳ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ।

କଣ ଘଟିଥିଲା ଫ୍ଲାଏ ଦୁବାଇ ବିମାନରେ ?

ଗତ ୩୦ ତାରିଖରେ ଫ୍ଲାଏ ଦୁବାଇ ବିମାନ FZ1073 ୧୭୪ ଜଣ ଯାତ୍ରୀଙ୍କୁ ନେଇ ଉଡାଣ ଭରୁଥିଲା । ସେମାନଙ୍କ ମଧ୍ୟରୁ ଅଧିକାଂଶ ଇସ୍ରାଏଲୀ ନାଗରିକ ଥିଲେ । ହଠାତ ସହ ପାଇଲଟ ତଥା ଓମାନି ନାଗରିକ ହମାମ ଅଲ୍ ହାମ୍ମାନି କକ୍ପିଟ୍ ଭିତରେ କ୍ୟାପ୍ଟେନ ମଛାରଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ବିମାନକୁ ନିଜ କଣ୍ଟ୍ରୋଲକୁ ନେଇ ତେଲ୍ ଅଭିବ୍ (Tel Aviv) ଏକ କୋଠାରେ ପିଟି କ୍ରାସ କରିବାକୁ ପ୍ଲାନ କରିଥିଲେ । କ୍ୟାପ୍ଟେନ ସ୍ମିତ ତାଙ୍କୁ ଏଥିରେ ବାଧା ଦେଇଥିଲେ । ସାହସର ସହ ସଂଘର୍ଷ କରି ନିଜ ରକ୍ତ ବୁହାଇ ବଞ୍ଚାଇଥିଲେ ୧୮୦ ଯାତ୍ରୀଙ୍କ ଜୀବନ । ଶେଷରେ ସାଉଦି ଆରବରେ ଜରୁରୀକାଳୀନ ଅବତରଣ କରିଥିଲା ବିମାନ । ସମଗ୍ର ବିଶ୍ୱର ନେତାମାନେ ସ୍ମିତଙ୍କ ସାହସ ଏବଂ ଉପସ୍ଥିତ ବୁଦ୍ଧିର ପ୍ରଶଂସା କରିଥିଲେ । ଏବେ ଡାକ୍ତରଖାନାରେ ସୁସ୍ଥ ହେଉଛନ୍ତି କ୍ୟାପଟେନ୍ ମଚ୍ଛର ।

Watch Video:-

 

ପୂର୍ବରୁ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କ୍ୟାପ୍ଟେନ ସ୍ମିତଙ୍କୁ ଭେଟି କଥା ହୋଇଥିଲେ ।ସ୍ମିତ ଇସ୍ରାଏଲ, ଭାରତ ଏବଂ ବିଶ୍ୱ ପାଇଁ ଜଣେ ନାୟକ ବୋଲି ସମ୍ବୋଧନ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ତାଙ୍କୁ ଇସ୍ରାଏଲର ସ୍ୱାଧୀନତା ଦିବସ ସମାରୋହରେ ଯୋଗଦେବାକୁ ମଧ୍ୟ ନିମନ୍ତ୍ରଣ କରିଥିଲେ। ଦୁବାଇର କ୍ରାଉନ୍ ପ୍ରିନ୍ସ ଶେଖ୍ ହାମଦାନ ବିନ୍ ମହମ୍ମଦ ଡାକ୍ତରଖାନାକୁ ଯାଇ କ୍ୟାପଟେନ୍ ସ୍ମିତଙ୍କୁ ଭେଟିଥିଲେ ।

ଇସ୍ରାଏଲର 'ନାଗରିକ ବୀରତ୍ୱ ପାଇଁ ରାଷ୍ଟ୍ରପତି ପୁରସ୍କାର' କ’ଣ ?

ଇସ୍ରାଏଲର 'ନାଗରିକ ବୀରତ୍ୱ ପାଇଁ ରାଷ୍ଟ୍ରପତି ପୁରସ୍କାର' (ଯାହା 'ନାଗରିକ ସାହସିକତା ପଦକ କିମ୍ବା ନାଗରିକ ବୀରତ୍ୱ ପୁରସ୍କାର' ଭାବରେ ମଧ୍ୟ ଜଣାଶୁଣା) ହେଉଛି ଅସାଧାରଣ ସାହସିକ କାର୍ଯ୍ୟ ପାଇଁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ। ୭ ଅକ୍ଟୋବର ୨୦୨୩ର ଆକ୍ରମଣ ପରେ ଇସ୍ରାଏଲ ଦ୍ୱାରା ଦିଆଯାଉଥିବା ଏହି ପୁରସ୍କାର ସେହି ନାଗରିକମାନଙ୍କୁ ସମ୍ମାନିତ କରେ ଯେଉଁମାନେ ଅସାଧାରଣ ସାହସ ପ୍ରଦର୍ଶନ କରନ୍ତି। ଏହାର ନିର୍ଦ୍ଧାରିତ ଯୋଗ୍ୟତା ମାନଦଣ୍ଡ ଅନୁଯାୟୀ, କାର୍ଯ୍ୟରତ ସାମରିକ କର୍ମଚାରୀ, ପୋଲିସ ଅଧିକାରୀ ଏବଂ ସୁରକ୍ଷା କର୍ମୀମାନଙ୍କୁ ଏଥିରୁ ବାଦ୍ ଦିଆଯାଇଛି। 'ଦି ଜେରୁଜେଲମ୍ ପୋଷ୍ଟ' ଅନୁଯାୟୀ, ଇସ୍ରାଏଲର ରାଷ୍ଟ୍ରପତି ଆନୁଷ୍ଠାନିକ ଭାବେ ଏହି ପୁରସ୍କାର ପ୍ରଦାନ କରିବା ପୂର୍ବରୁ ଏକ ସ୍ୱତନ୍ତ୍ର ରାଷ୍ଟ୍ରପତି ପରାମର୍ଶଦାତା କମିଟି ଦ୍ୱାରା ପ୍ରାର୍ଥୀମାନଙ୍କର ସମୀକ୍ଷା ଓ ସୁପାରିଶ କରାଯାଇଥାଏ।

Also Read: ଗୁରୁବାର କନ୍ଦାଇଥିଲା ଶୁକ୍ରବାର ହସାଇଲା : କାରବାର ଆରମ୍ଭରୁ ଗ୍ରୀନ୍ ଜୋନରେ ସେନସେକ୍ସ-ନିଫ୍ଟି