ନୂଆଦିଲ୍ଲୀ: ଚୀନ୍ ସହ ସମ୍ପର୍କ ସୁଧାରିବା ପାଇଁ ଉଦ୍ୟମ ଜାରି ରହିଛି, ହେଲେ ଭାରତ ଶୁକ୍ରବାର ସ୍ପଷ୍ଟ କରିଦେଇଛି ଯେ ଭୌଗଳିକ ସାର୍ବଭୌମତା ପ୍ରସଙ୍ଗରେ ସେ ନିଜ ହୀତ ଅନୁସାରେ ପଦକ୍ଷେପ ନେବ। ଏହି କ୍ରମରେ କେନ୍ଦ୍ର ସରକାର ପୂର୍ବ ଲଦ୍ଦାଖ ସମେତ କେନ୍ଦ୍ର ଶାସିତ ପ୍ରଦେଶ ଲଦ୍ଦାଖର ୨୮ ସ୍ଥାନ ଓ ଭୌଗଳିକ ସଂରଚନାର ମାନକ ନାମ ଜାରି କରିଛି। ଏହି ସବୁ ନାମ ଏବେ ଭାରତର ସର୍ଭେକ୍ଷଣ ବିଭାଗର ଅଧିକାରୀକ ମାନଚିତ୍ରରେ ସ୍ଥାନିତ ହୋଇଛି। ଏଥିରେ ଗୋଗରା ଓ ହଟ ସ୍ପ୍ରିଂ ଭଳି ଅଞ୍ଚଳ ମଧ୍ୟ ସାମିଲ ରହିଛି, ଯାହା ଜୁନ ୨୦୨୦ରେ ଗଲୱାନ ଘାଟିରେ ହୋଇଥିବା ହିଂସାତ୍ମକ ସଂଘର୍ଷ ପରେ ଭାରତୀୟ ଓ ଚୀନ୍ ସୈନିକଙ୍କ ଲାଗି ଉତ୍ତେଜନାର ବିନ୍ଦୁ ହୋଇ ରହିଛି।

ଭାରତ ସରକାର କେନ୍ଦ୍ର ଶାସିତ ରାଜ୍ୟ ଲଦ୍ଦାଖର ପରାମର୍ଶରେ ଏହି ୨୮ ସ୍ଥାନକୁ ମାନକ ନାମ ସହିତ ଚିହ୍ନିତ କରିଛନ୍ତି। ସରକାରୀ ବୟାନ ଅନୁସାରେ ଏହାର ଉଦ୍ଦେଶ୍ୟ ଏହାର ସଠିକ ପରିଚୟକୁ ସହଜ କରିବା ଓ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା। ଏହି ସୂଚୀରେ ଶୃଙ୍ଗ, ପାହାଡ, ପାସ୍, ଗ୍ଲାସିୟର, ଘାଟ, ନଦୀ, ପୋଖରୀ ସମେତ ଅନେକ ଭୌଗଳିକ ସ୍ଥାନ ସବୁ ରହିଛି। ଶୃଙ୍ଗମାନଙ୍କ ମଧ୍ୟରେ ଅତିଶ ଗିରି, କନିଷ୍କ ପିକ୍, ମାର୍ତ୍ତଣ୍ଡ ଗିରି, ଜୋରାବର ପିକ୍, ରିନଚେନ୍ ଜାଙ୍ଗପୋ, ସାକ୍ୟଶ୍ରୀଗିରି, ମର୍ପା ଲୋତସବା ରୀ, ମିଲାରେପା କାଙ୍ଗରୀ, ଶିବ ରି ଓ ମହେଶ୍ୱର ରି ଆଦି ରହିଛି।

ପାହାଡମାନଙ୍କ ମଧ୍ୟରେ କଋଣପୀର, ଦ୍ରକ କାର୍ପୋ, ଜୋଲରି ପାସ୍, ଚପଚିଙ୍ଗଲ ପାସ୍, ସଚମିର୍କ ପାସ୍ ଗ୍ଲୋସିୟରରେ ପରପିକ୍ ଓ ସ୍କାମରୀ ରହିଛି। ସ୍କୋର୍ଗା ଘାଟି, ୟାଙ୍ଗପା ନଦୀ, ଗୁରୁ ରିନପୋଛୋ ହ୍ରଦ ଓ ହଟ୍ ସ୍ପ୍ରିଂ ମଧ୍ୟ ସୂଚୀରେ ରହିଛି। ଭୂମି କ୍ଷେତ୍ରରେ ବ୍ରଙ୍ଗସା, କୁକ୍ସେଲ, ଦେହରା କମ୍ପାସ୍, ଗୋଗରା, କୁମାରାୟଣ ପଏଣ୍ଟ, ପାଙ୍ଗଲୁଙ୍ଗ ଓ ଶମଲ ଲୁଙ୍ଗପା ଆଦି ରହିଛି। ଏଥିରେ ଦେହେରା କମ୍ପାସକୁ ଅକ୍ସାଇଚୀନ କ୍ଷେତ୍ର ସହ ସଂଯୁକ୍ତ ମନେ କରାଯାଉଛି। ଏହା ଉପରେ ଚୀନର ଦାବି ରହିଛି। ଏହି ମାନଚିତ୍ରକୁ ସର୍ଭେ ଅଫ ଇଣ୍ଡିଆ ଡଟ୍ ଜିଓଭି ଡଟ୍ ଇନ୍ ରେ ଦେଖା ଯାଇ ପାରିବ।

ଚଳିତବର୍ଷ ଚୀନ୍ ସହ ଲାଗି ରହିଥିବା ସୀମା ଉପରେ ନିଜର ଭୌଗଳିକ ଦାବିକୁ ମଜଭୁତ କରିବା ଲାଗି ଭାରତର ଏହା ଦ୍ୱିତୀୟ ପ୍ରୟାସ। ଗତ ଅଗଷ୍ଟ ପ୍ରାରମ୍ଭରେ ଅଋଣାଚଳ ପ୍ରଦେଶରକ ୨୭ ସ୍ଥାନ ଓ ଭୌଗଳିକ ସଂରଚନାକୁ ସର୍ଭେ ଅଫ ଇଣ୍ଡିଆ ମାନଚିତ୍ରରେ ମାନକ ନାମ ସହିତ ଚିହ୍ନଟ କରିଥିଲା। ଏହି ସୂଚୀ ଲାଙ୍ଗଜୁ, ମାଜା, ଥାଗଲା, ଜୋଲ ପାସ୍ ଓ ଯଶୋବନ୍ତ ଗଡ଼ ଭଳି ରଣନୈତିକ ସ୍ଥାନ ସାମିଲ ଥିଲା। ତେବେ ଚୀନ୍ ଅଋଣାଚଳ ପ୍ରଦେଶକୁ ତାର ଜାଙ୍ଗାନାନ ବା ଦକ୍ଷଦିଣ ତୀବ୍ବତ କହି ଦାବି କରୁଛି। ତେବେ ଏହାକୁ ଭାରତ ସ୍ୱୀକାର କରୁ ନାହିଁ। ସରକାରୀ ଭାଷାରେ ଏହି ପଦକ୍ଷେପ ଜନସଚେତନତା ଲାଗି ବୋଲି ଭାରତ ସରକାର କହୁଛନ୍ତି।