ପାଟଣାଗଡ଼ ୦୪।୦୭ : ବାହାଘର ପାଇଁ ରାଜିନହେବାରୁ ହତ୍ୟାକାଣ୍ଡ । ଯୁବକଙ୍କ ଠେଙ୍ଗା ମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ବଲାଙ୍ଗିର ପାଟଣାଗଡ଼ ଥାନା ମଲ୍ଲିକମୁଣ୍ଡା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ଖବର ଅନୁଯାୟୀ, ପାଟଣାଗଡ଼ ଥାନା ଜାମବାହାଲ ଗାଁର ମନବୋଧ ସାହୁଙ୍କ ଝିଅ ସହିତ ତୁରେଇକେଲା ରାମୁଡ଼ ଗାଁର ସୁରେନ୍ଦ୍ର ସାହୁଙ୍କର ବିବାହ ସ୍ଥିର ହୋଇଥିଲା। କିନ୍ତୁ କୌଣସି କାରଣରୁ ଝିଅକୁ ସୁରେନ୍ଦ୍ର ସହିତ ବାହାଘର କରିବା ପାଇଁ ମନବୋଧ ମନା କରିଥିଲେ। ଶୁକ୍ରବାର ସୁରେନ୍ଦ୍ର ତାଙ୍କ ଭାଇ ଓ ତାଙ୍କ ମା ସହ ମନବୋଧଙ୍କ ଘରକୁ ଆସିଥିଲେ । ଏହା ପରେ ମଲ୍ଲିକମୁଣ୍ଡା ଗାଁରେ ମନବୋଧଙ୍କ ସଢୁ ବିନୋଦ ସାହୁ ଘରେ ରାତିରେ ରହିଥିଲେ। ସମସ୍ତେ ଖାଇପିଇ ଶୋଇଥିବା ବେଳେ ହଠାତ ପରିବାର ଉପରେ ଠେଙ୍ଗାରେ ଆକ୍ରମଣ କରିଥିଲେ ସୁରେନ୍ଦ୍ର ସାହୁ। ଆକ୍ରମଣ କରି ସୁରେନ୍ଦ୍ର ତାଙ୍କ ଭାଇ ଓ ମା ଫେରାର ମାରିଥିଲେ।

Also Read:-Machkund Dam Open: ଲଗାଣ ବର୍ଷାରେ ବଢ଼ିଲା ଜଳସ୍ତର, ଖୋଲିଲା ମାଛକୁଣ୍ଡ ଡ୍ୟାମ୍‌ର ଗୋଟିଏ ଗେଟ୍

ସେପଟେ ବିନୋଦଙ୍କ ପରିବାର ଲୋକଙ୍କୁ ଉଦ୍ଧାର କରି ପାଟଣାଗଡ଼ ଡାକ୍ତରଖାନା ଭର୍ତ୍ତି କରିଥିଲେ ଗାଁ ଲୋକେ। ସେଠାରେ ବିନୋଦ ସାହୁଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ଅନ୍ୟ ଗୁରୁତର ମାନେ ପାଟଣାଗଡ଼ ଡାକ୍ତରଖାନାରେ ଚିକିତ୍ସା ହେଉଛନ୍ତି। ଘଟଣାସ୍ଥଳରେ ପାଟଣାଗଡ଼ ପୋଲିସ ପହଞ୍ଚି ଶବ ଜବତ କରି ଅଧିକ ତଦନ୍ତ ଜାରି ରଖିଛି।

Watch Video:-