କେନ୍ଦ୍ରାପଡ଼ା ୨୫।୦୫: କେନ୍ଦ୍ରାପଡ଼ା ଟାଉନ୍‌ ଥାନା ସାଆନ୍ତ ସାହିରେ ଅଘଟଣ । ଜମିବାଡ଼ି ବିବାଦ ନେଇ ଘଟିଛି ତୁମୁଳକାଣ୍ଡ । ଏହି ବିବାଦ ଲାଗି ପଥରରେ ଛେଚି ଦାଦାକୁ ହତ୍ୟା କରିଛି ପୁତୁରୁା। ଥାନାଠୁ ମାତ୍ର ଶହେ ମିଟର ଦୂରରେ ଏହି ଅଘଟଣ ଘଟିଛି ।

ଖବର ଅନୁଯାୟୀ, ଗତ କିଛି ଦିନ ହେବ ଦାଦା ବାବୁଲା ଏବଂ ତାଙ୍କ ପୁତୁରା ହିମାଂଶୁ ବାରିକଙ୍କ ମଧ୍ୟରେ ଜମିଜମା କନ୍ଦଳ ଲାଗି ରହିଥିଲା। ଏ ନେଇ ଅନେକ ଥର ଥାନାରେ ଅଭିଯୋଗ ମଧ୍ୟ ହୋଇଛି l ରବିବାର ସନ୍ଧ୍ୟାରେ ଉଭୟ ପରିବାର ମଧ୍ୟରେ ଝଗଡା ଏବଂ ମାରପିଟ ହୋଇଥିଲା। ହିମାଂଶୁ ଏକ ବଡ଼ ପଥରରେ ବାବୁଲାଙ୍କ ମୁଣ୍ଡକୁ ଛେଚି ଦେଇଥିଲେ l ଗୁରୁତର ଆହତ ଅବସ୍ଥାରେ ପରିବାର ଲୋକେ ବାବୁଲାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ l ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ l

Also Read:-Police Encounter: ଆକ୍ସନମୋଡ଼ରେ ପୋଲିସ, ୯ ଦିନରେ ୩ ଅପରାଧୀଙ୍କୁ ଏନ୍‌କାଉଣ୍ଟର

ସେପଟେ ଘଟଣା ଘଟାଇ ଅଭିଯୁକ୍ତ ପୁତୁରା ଫେରାର ହୋଇଯାଇଛି l ହତ୍ୟାକାଣ୍ଡ ସଂପର୍କରେ ଖବର  ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି। ଆବଶ୍ୟକ ପଡ଼ିଲେ ସାଇଣ୍ଟିଫିକ୍‌ ଟିମ୍‌ର ସହଯୋଗ ନେଇପାରେ ପୋଲିସ ।