ନୂଆଦିଲ୍ଲୀ ୨୬।୦୫: ମହଙ୍ଗା ମାଡ଼ରେ ଘାଇଲା ହେଲେଣି ସାଧାରଣ ଲୋକେ । ଜରୁରୀ ସାମଗ୍ରୀର ଅହେତୁକ ଦରବୃଦ୍ଧି ଭାଙ୍ଗିଛି ମଧ୍ୟବିତ୍ତ ଓ ଗରିବ ଶ୍ରେଣୀର ଲୋକଙ୍କ ଆର୍ଥିକ ମେରୁଦଣ୍ଡ । ତେଲ, ଡାଲି, ଚାଉଳ ଏବଂ ନିତ୍ୟବ୍ୟବହାର୍ଯ୍ୟ ପନିପରିବା ଦାମ୍ ଏବେ ଆକାଶଛୁଆଁ। ଯାହାଦ୍ବାରା ବିଗିଡିବାରେ ଲାଗିଛି ମାସିକ ବଜେଟ୍। ଲୋକଙ୍କ ରୋଜଗାର ସୀମିତ ଥିବା ବେଳେ ଖର୍ଚ୍ଚ ଦୁଇଗୁଣା ହେଉଥିବାରୁ ସମ୍ଭବ ହେଉନି ସଞ୍ଚୟ । ହେଲେ ସୋସିଆଲ ମିଡିଆରେ ଏବେ ଏକ ଲଗଜରୀ ଗ୍ରୋସରୀ ଷ୍ଟୋରର ଭିଡିଓ ଭାଇରାଲ ହୋଇଛି। ଯେଉଁଠି ପରିବା ଏବଂ ଫଳର ଦାମ୍ ଶୁଣିଲେ ନିହାତି ଚକିତ ହେବେ। ସେଠାରେ କେଜିଏ ଆଳୁର ଦାମ୍ ୨ ହଜାର ଟଙ୍କା ହୋଇଥିବା ବେଳେ ୧୨୦୦ ଟଙ୍କାରେ ବିକ୍ରି ହେଉଛି ପିଆଜ। ତେବେ ସେଠାକୁ କେବଳ ଦେଶର ସବୁଠାରୁ ନାମୀଦାମୀ ଏବଂ ଧନୀ ଲୋକମାନେ ହିଁ ସପିଂ କରିବାକୁ ଆସିଥାନ୍ତି।

View this post on Instagram

A post shared by Jenil Variya (@jenil.unique.vlog)

ମୁମ୍ବାଇରେ ଥିବା ଏହି ଗ୍ରୋସରୀ ଷ୍ଟୋରକୁ ଦେଶର ପ୍ରମୁଖ ଶିଳ୍ପପତି, ରାଜ କ୍ରିକେଟର ଏବଂ ବଲିଉଡ ସେଲିବ୍ରିଟିମାନେ ଆସିଥାନ୍ତି। ସେଠାରେ ମିଳୁଥିବା ଜିନିଷର ଦାମ୍ ଏତେ ଅଧିକ ଯେ ସାଧାରଣ ଲୋକଙ୍କ ପକ୍ଷରେ କିଣିବା ପ୍ରାୟ ଅସମ୍ଭବ। କୁହାଯାଏ ଯେ ଏଠାକାର ଗ୍ରାହକମାନେ ଦେଶର ସବୁଠାରୁ ଧନୀ ଏବଂ ହାଇ-ପ୍ରୋଫାଇଲ୍ ବ୍ୟକ୍ତି। ତେଣୁ ସେମାନେ ଭଲ କ୍ବାଲିଟି ପାଇଁ ଯେ କୌଣସି ମୂଲ୍ୟ ଦେବାକୁ ପ୍ରସ୍ତୁତ। ଭାଇରାଲ ଭିଡିଓରେ ବିଦେଶୀ ଓ ପ୍ରିମିୟମ୍ ପ୍ରଡକ୍ଟର ମସରୁମ୍, ଆଭୋକାଡ୍ ଓ ଅର୍ଗାନିକ୍ ପରିବା ରହିଛି। ଏହା ସାଧାରଣ ଦୋକାନ ତୁଳନାରେ ହଜାର ଗୁଣା ଅଧିକ। ଏଭଳି ସ୍ପେଶାଲ ପ୍ରିମିୟମ ସୁପରମାର୍କେଟ କେବଳ ହାଇ ପ୍ରୋଫାଇଲ ଏବଂ ସେଲିବ୍ରିଟିଙ୍କ ପାଇଁ ରହିଥାଏ। ଏହି ସୁପର ମାର୍କେଟରେ ମିଳୁଥିବା ପରିବା ସାଧାରଣତ ଭାରତରେ ଚାଷ କରାଯାଏନି। ତାହା ବିଦେଶରୁ ଆମଦାନୀ ହୋଇଥାଏ। ଏହାଛଡା ଏଥିରେ ନଥାଏ କୌଣସି ପ୍ରକାର ହାନିକାରକ ରାସାୟନିକ ପଦାର୍ଥ। ସାଧାରଣତ ଏଭଳି ଷ୍ଟୋର ଗୁଡିକର ଡିଜାଇନ୍ କର୍ପୋରେଟ୍ ହାଉସର ମାଲିକ ଓ ପ୍ରିମିୟମ ଡିମାଣ୍ଡ ହିସାବରେ କରାଯାଏ

ଭିଡିଓରେ ଦେଖିବାକୁ ମିଳୁଛି ଷ୍ଟୋରରେ ସ୍ପେନରୁ ଏବଂ ଫ୍ରାନ୍ସରୁ ଆସିଥିବା ପିଆଜ ମହଜୁଦ ଅଛି, ଯାହାର ମୂଲ୍ୟ ପ୍ରତି ୨୫୦ଗ୍ରାମ ପାଇଁ ୩୦୦ ରୁ ୫୦୦ ଟଙ୍କା ମଧ୍ୟରେ ରହିଛି। ଆଳୁର ଦାମ୍ କେଜିକୁ ପ୍ରାୟ ୨୦୦୦ ଟଙ୍କା ରହିଛି, ଯାହାକି ନେଦରଲ୍ୟାଣ୍ଡରୁ ଆସିଛି। ଦକ୍ଷିଣ ଆମେରିକାରୁ ଆସିଥିବା ମକା କେଜିଏର ଦାମ୍ ୪୦୦୦ ହଜାର ଟଙ୍କାରୁ ଅଧିକ। ଥାଇଲାଣ୍ଡରୁ ଆସିଥିବା ଲଙ୍କା ବି ରହିଛି କେଜି ୨୦୦୦ ଟଙ୍କା। ମରକୋରୁ ଆସିଥିବା ବେବି କ୍ୟାପସିକମ୍ ଦାମ୍ କେଜିକୁ ୫୦୦୦ ଟଙ୍କା ରହିଛି। ଥାଇଲାଣ୍ଡରୁ ଆସିଥିବା ଗୋଟିଏ ଛୋଟିଆ ଛତୁ ପ୍ୟାକେଟ୍ ମଧ୍ୟ ଏକ ହଜାର ଟଙ୍କା। ସେଭଳି ଅନ୍ୟାନ୍ୟ ରାସନ୍ ସାମଗ୍ରୀର ମୂଲ୍ୟ ମଧ୍ୟ ହଜାର ହଜାର ଟଙ୍କାରେ ରହିଛି, ଯାହାଦ୍ବାରା ଏହି ଷ୍ଟୋରଟି କୌଣସି ଲଗଜରୀ ଶୋ'ରୁମ୍ ଭଳି ଦେଖାଯାଉଛି।

ଭିଡିଓଟି ଭାଇରାଲ ହେବା ମାତ୍ରେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ରିଆକ୍ସନ ଆସିବାରେ ଲାଗିଛି। ଅନେକ ୟୁଜର ଏହାକୁ ‘ଧନୀଲୋକଙ୍କ ଭିନ୍ନ ଏକ ଦୁନିଆ’ କହିଛନ୍ତି। ସେଭଳି ଆଉ କିଛି କହିଛନ୍ତି ଏହା ଅଯଥା ଖର୍ଚ୍ଚର ଏକ ଉଦାହରଣ। କିଛି ୟୁଜର ବି ଭିଡିଓର ସତ୍ୟତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ବର୍ତ୍ତମାନ, ଭିଡିଓଟି ଅନଲାଇନରେ ଆଲୋଚନାର ଏକ ଚର୍ଚ୍ଚିତ ବିଷୟ ପାଲଟିଛି, ଯାହାକୁ ୟୁଜର ଖୁବ୍ ଅଧିକ ମାତ୍ରାରେ ସେୟାର ମଧ୍ୟ କରୁଛନ୍ତି।

Also Read-CNG Price Hike: ସକାଳୁ ସକାଳୁ ବଡ ଝଟକା, ପେଟ୍ରୋଲ୍-ଡିଜେଲ୍ ପରେ ପୁଣି ବଢିଲା ସିଏନ୍‌ଜି ଦର