ଭୁବନେଶ୍ୱର ୧୭।୦୪ : ଭୁବନେଶ୍ୱର ଉପକଣ୍ଠ ଶ୍ୟାମପୁରରେ ଚାଲିଛି ବଡ଼ଧରଣର ଉଚ୍ଛେଦ । BDA ପକ୍ଷରୁ ଚାଲିଛି ବଡ଼ଧରଣର ଚଢାଉ । ଏହି ଚଢାଉରେ BDAର ବହୁ ବରିଷ୍ଠ ଅଧିକାରୀ ରହିବା ସହ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଉଚ୍ଛେଦ ବେଳେ ସାମାନ୍ୟ ଉତ୍ତେଜନା ଦେଖାଦେଇଥିଲା । ତେବେ ସବୁଠୁ ବଡ଼ କଥା ହେଉଛି କି, ଏହି ଉଚ୍ଛେଦ ସମୟରେ ଏକ ଘରୁ ଏକାଧିକ ସିଲିଣ୍ଡର ଜବତ ହୋଇଛି । ତେବେ କିଏ ଓ କାହିଁକି ଏତେ ପରିମାଣର ସିଲିଣ୍ଡର ରଖିଥିଲା । ତାକୁ ନେଇ ଛାନ୍ଭିନ୍ ଆରମ୍ଭ ହୋଇଛି ।

ଶୁକ୍ରବାର ଦିନ ଭୁବନେଶ୍ୱର ଉପକଣ୍ଠ ଶ୍ୟାମପୁରରେ ଚାଲିଥିଲା ଉଚ୍ଛେଦ । ସରକାରୀ ଜମିରେ ଜବରଦଖଲ କରି ରହିଥିବା ଲୋକମାନଙ୍କୁ ଉଚ୍ଛେଦ କରାଯାଉଥିଲା । ବିଡିଏ ପକ୍ଷରୁ ଚାଲିଥିବା ଏହି  ଉଚ୍ଛେଦ କାମରେ ବୁଲ୍‌ଡୋଜର ନିୟୋଜିତ କରାଯାଇଥିଲା । ଏହି ଉଚ୍ଛେଦକୁ ଅନେକ ଲୋକ ବିରୋଧ କରୁଥିଲେ । ଏପିରିକି କିଛି ସମୟ ପାଇଁ ଉତ୍ତେଜନା ଲାଗି ରହିଥିଲା । ଶେଷରେ ବିଡିଏ ପକ୍ଷରୁ ଅଧିକ ପୋଲିସ ଫୋର୍ସ ନିୟୋଜିତ କରାଯାଇଥିଲା ଏବଂ ଆରମ୍ଭ ହୋଇଥିଲା ଉଚ୍ଛେଦ ପ୍ରକ୍ରିୟା । ତେବେ ଏହି ଉଚ୍ଛେଦ ସମୟରେ ବିଡିଏ ଅଧିକାରୀଙ୍କୁ ଜଣଙ୍କ ଘରୁ ଅନେକ ଗ୍ୟାସ୍‌ ସିଲିଣ୍ଡର ମିଳିଛି । ଗ୍ୟାସ୍‌ ସିଲିଣ୍ଡର ସଂପର୍କରେ ଘର ମାଲିକଙ୍କୁ ପଚାରିବାରୁ, ସେ ଜବତ ସିଲିଣ୍ଡର ସଂପର୍କରେ ସଠିକ୍‌ ଉତ୍ତର ଦେଉନାହାନ୍ତି। ଜବତ ହୋଇଥିବା ସିଲିଣ୍ଡର ମଧ୍ୟରେ କେତେକ ୧୪ କେଜିଆ ରହିଥିବା ବେଳେ ଅନେକ ୫କେଜିଆ ରହିଛି । 

Also Read:-ପ୍ରେମ ପାଇଁ ହାରିଦେଲେ ଜୀବନ ! କରଞ୍ଜ ଗଛରେ ଝୁଲିପଡ଼ିଲେ ଯୁବକ-ଯୁବତୀ

ତେବେ ଏଠି ପ୍ରଶ୍ନ ଉଠୁଛି । ଏତେ ପରିମାଣରେ ଗ୍ୟାସ୍‌ ସିଲିଣ୍ଡର ଆସିଲା କେଉଁଠୁ ? ସବୁ ଆଡେ ଗ୍ୟାସ୍ ସିଲିଣ୍ଡର ନେଇ ନାନା ଅସୁବିଧା ଦେଖାଦେଉଛି । କିଏ ଗ୍ୟାସ୍‌ ବୁକିଂ କଲେ ସିଲିଣ୍ଡର ଆସୁନି ତ ଆଉ କାହାର ଗ୍ୟାସ୍‌ ବୁକିଂ ହେଉନାହିଁ । ଏସବୁ ଭିତରେ ଗୋଟିଏ ଘରୁ ଏତେ ପରିମାଣର ଗ୍ୟାସ୍‌ ସିଲିଣ୍ଡର ମିଳିବା, ସମସ୍ତଙ୍କୁ ଚକିତ କରୁଛି ।ଏସବୁ ଜବତ ସିଲିଣ୍ଡର ସବୁ ବୁକିଂ ହୋଇ ଆସିଛି, ନେ ବେଆଇନ୍‌ ଭାବେ ଏଠି ଗଛିତ କରାଯାଇଛି । ତାହା ତଦନ୍ତ ପରେ ହିଁ ଜଣାପଡିବ ।

Watch Video:-