ପାରାଦୀପ ୦୨।୦୭ : ହର୍ମୁଜ ପାର କରି ପାରାଦୀପରେ ପହଞ୍ଚିଲା ଜାହାଜ । ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ ପାରାଦୀପରେ ପହଞ୍ଚିଲା ତୈଳବାହୀ ଜାହାଜ । ୪ ମିଲିୟନ ବ୍ୟାରେଲ ତୈଳ ସହ ପହଞ୍ଚିଲା MT SANMAR HERALD ।

ହର୍ମୁଜ୍ ସଙ୍କଟ ପାର୍ କରି, ଇରାନ ଗୁଳିମାଡ଼କୁ ଟପି ପାରାଦୀପରେ ପହଞ୍ଚିଲା ତୈଳବାହୀ ଜାହାଜ। ମଧ୍ୟପ୍ରାଚ୍ୟର ଉତ୍ତେଜନା ମଧ୍ୟରେ ଶେଷରେ ପାରାଦୀପ ବନ୍ଦରରେ ପହଞ୍ଚିଛି ତୈଳବାହୀ ଜାହାଜ MT ସନମର୍ ହେରାଲ୍ଡ। ଜାହାଜଟି ଇରାକରୁ ପ୍ରାୟ ୪ ମିଲିୟନ୍ ବ୍ୟାରେଲ୍ ବାସ୍ରା ମିଡିୟମ୍ ଓ ବାସ୍ରା ହେଭି କ୍ରୁଡ୍ ଅଏଲ୍ ନେଇ ଆସିଛି।

Also Read:-Road Accident: ଗଛରେ ପିଟିହେଲା ସ୍ପିଡ୍ ବାଇକ୍, ଚାଲିଗଲା ଦୁଇ ଯୁବକଙ୍କ ଜୀବନ

ପୂର୍ବରୁ ହର୍ମୁଜ୍ ପ୍ରଣାଳୀ ନିକଟରେ ଏହି ଜାହାଜ ଉପରେ ଗୁଳିମାଡ଼ ହୋଇଥିଲା। ପରେ ଜାହାଜଟି ଯାତ୍ରାପଥ ବଦଳାଇ ସୁରକ୍ଷିତ ଭାବେ ଭାରତ ଅଭିମୁଖେ ଯାତ୍ରା ଜାରି ରଖିଥିଲା। ସବୁ ବାଧାବିଘ୍ନ ଟପି ପାରାଦୀପରେ ପହଞ୍ଚିବା ପରେ ବନ୍ଦର କର୍ତ୍ତୃପକ୍ଷ ପକ୍ଷରୁ କ୍ୟାପଟେନ୍ ଓ ନାବିକମାନଙ୍କୁ ସମ୍ବର୍ଦ୍ଧନା ଜଣାଯାଇଛି।