ଭୁବନେଶ୍ବର ୨।୭: ରାଜଧାନୀରେ ଭୟଙ୍କର ଦୁର୍ଘଟଣା । ସ୍ପିଡ୍ ବାଇକ୍ ଦୁର୍ଘଟ ଚାଲିଗଲା ଦୁଇ ଯୁବକଙ୍କ ଜୀବନ । ଭୁବନେଶ୍ବର ଖଣ୍ଡଗିରି ଥାନା ଅନ୍ତର୍ଗତ ଗଣ୍ଡମୁଣ୍ଡା ଅଞ୍ଚଳରେ ଘଟିଛି ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା ।

Also Read:- ଅମିତ ଶାହଙ୍କ ଗସ୍ତ ବାତିଲ, ଶୁକ୍ରବାର ଓଡ଼ିଶା ଗସ୍ତରେ ଆସିଥାନ୍ତେ ସ୍ୱରାଷ୍ଟ୍ର ମନ୍ତ୍ରୀ

ସୂଚନାଯୋଗ୍ୟ ଯେ, ଖଣ୍ଡଗିରି ଥାନା ଅନ୍ତର୍ଗତ ଗଣ୍ଡମୁଣ୍ଡା ଅଞ୍ଚଳରେ ବାଇକ୍ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ସ୍ପିଡ୍ ବାଇକ୍‌ରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଗଛରେ ପିଟିହୋଇଯାଇଥିଲା । ଫଳରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ବୁଧବାର ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା । ଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଯୁବକଙ୍କୁ ମୃତ୍ୟୁ ହୋଇଛି ।