ମୁମ୍ଵାଇ ୧୬।୦୧; ଦକ୍ଷିଣରୁ ବଲିଉଡ ପର୍ଯ୍ୟନ୍ତ ଅଭିନୟରେ ନିଜର ସ୍ଥାନ ସୃଷ୍ଟି କରିଥିବା ଅଭିନେତ୍ରୀ ମୃଣାଲ ଠାକୁର । ବର୍ତ୍ତମାନ ଅନେକ କାରଣ ପାଇଁ ଚର୍ଚ୍ଚାରେ ଅଛନ୍ତି। ପ୍ରଥମତଃ, ଆଦିବି ସେଶଙ୍କ ସହିତ ତାଙ୍କର ଆଗାମୀ ଫିଲ୍ମ "ଡକୈତ୍" ମୁକ୍ତିଲାଭ କରୁଛି। ଦ୍ୱିତୀୟରେ ତାଙ୍କ ବ୍ୟକ୍ତିଗତ ଜୀବନ ଆଲୋଚନାର ବିଷୟ। ଏହି ଅଭିନେତ୍ରୀ ଦୀର୍ଘ ଦିନ ଧରି ତାଙ୍କ ଡେଟିଂ ଜୀବନ ପାଇଁ ଖବରରେ ଅଛନ୍ତି। ତାଙ୍କୁ ତାଙ୍କ ଠାରୁ ନଅ ବର୍ଷ ବଡ଼ ଏବଂ ଏବେ ଛାଡପତ୍ର ନେଇଥିବା ଅଭିନେତା ଧନୁଷଙ୍କ ସହ ବାରମ୍ବାର ଯୋଡା ଯାଇଛି। ବର୍ତ୍ତମାନ ସେମାନଙ୍କ ବିବାହକୁ ନେଇ ଗୁଜବ ଜୋର ଧରିଛି। କୁହାଯାଉଛି ଯେ ସେମାନେ ଭାଲେଣ୍ଟାଇନ୍ସ ଡେରେ ବିବାହ କରିପାରନ୍ତି। ହେଲେ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ ଘୋଷଣା କରାଯାଇ ନାହିଁ।

ରିପୋର୍ଟ ଅନୁଯାୟୀ, ମୃଣାଲ ଠାକୁର ଏବଂ ଧନୁଷ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଚର୍ଚ୍ଚାରେ ଥିବା ଦମ୍ପତି ସେମାନଙ୍କ ବିବାହ ଯୋଜନା କରୁଛନ୍ତି ବୋଲି ଜଣାପଡ଼ିଛି ଏବଂ ସେମାନେ ଫେବୃଆରୀ ୧୪’ରେ ଭାଲେଣ୍ଟାଇନ୍ସ ଡେ’ରେ ବିବାହ କରିପାରନ୍ତି। ଏହା ମଧ୍ୟ କୁହାଯାଉଛି ଯେ ଏହି ଦମ୍ପତି କେବଳ ପରିବାର ଏବଂ ନିକଟତର ବନ୍ଧୁମାନଙ୍କ ଉପସ୍ଥିତିରେ ସେମାନଙ୍କର ବିବାହକୁ ଗୋପନୀୟ ରଖିବେ। କିନ୍ତୁ ଏପର୍ଯ୍ୟନ୍ତ ଏହି ବିଷୟରେ କିଛି ନିଶ୍ଚିତ ହୋଇନାହିଁ। ମୃଣାଲ କିମ୍ବା ଧନୁଷ ଏହି ବିଷୟରେ ମୁହଁ ଖୋଲି ନାହାଁନ୍ତି।

"ସର୍ଦ୍ଦାର ୨" ଫିଲ୍ମର ଏକ ସ୍ୱତନ୍ତ୍ର ସ୍କ୍ରିନିଂରେ ଧନୁଷଙ୍କୁ ଦେଖିବା ପରେ ମୃଣାଲ ଠାକୁର ଏବଂ ଧନୁଷଙ୍କ ମଧ୍ୟରେ ସମ୍ପର୍କର ଗୁଜବ ଆରମ୍ଭ ହୋଇଥିଲା। ସେ ସ୍କ୍ରିନିଂ ପାଇଁ ସ୍ୱତନ୍ତ୍ର ଭାବରେ ଚେନ୍ନାଇରୁ ମୁମ୍ବାଇ ଆସିଥିଲେ। ଯେତେବେଳେ ମୃଣାଲଙ୍କୁ ଏ ବିଷୟରେ ପଚରାଯାଇଥିଲା, ସେ କହିଥିଲେ ଯେ ଏହାକୁ ଭୁଲ ବୁଝନ୍ତୁନି, କାରଣ ଅଜୟ ଦେବଗନ ନିଜେ ଅଭିନେତାଙ୍କୁ "ସର୍ଦ୍ଦାର ୨" ର ସ୍ୱତନ୍ତ୍ର ସ୍କ୍ରିନିଂକୁ ନିମନ୍ତ୍ରଣ କରିଥିଲେ।

ଏହା ସହ ମୃଣାଲ ଏକ ସାକ୍ଷାତକାର ସମୟରେ ଧନୁଷଙ୍କ ସହିତ ତାଙ୍କର ସମ୍ପର୍କ ବିଷୟରେ କଥା ହୋଇ ସମସ୍ତ ଗୁଜବର ଅନ୍ତ ଘଟାଇଥିଲେ। ଅଭିନେତ୍ରୀ କହିଥିଲେ ଯେ ସେ ଜାଣି ନାହାନ୍ତି ଯେ ଏହି ଗୁଜବ କେଉଁଠାରୁ ଆସୁଛି, କିନ୍ତୁ ସେଗୁଡ଼ିକୁ ତାଙ୍କୁ ମଜାଦାର ଲାଗିଥିଲା। ଏହା ଉଲ୍ଲେଖନୀୟ ଯେ ଧନୁଷ ପୂର୍ବରୁ ବିବାହିତ । ସେ ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କୁ ବିବାହ କରିଥିଲେ। ସେମାନଙ୍କର ସମ୍ପର୍କ ୧୮ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା, କିନ୍ତୁ ୨୦୨୨ ମସିହାରେ ଛାଡପତ୍ର ହୋଇଥିଲା। ଏହି ବିବାହରୁ ସେମାନଙ୍କର ଦୁଇଟି ପିଲା ଅଛି। ସେମାନେ ଏକାଠି ସେମାନଙ୍କ ପିଲାମାନଙ୍କୁ ଲାଳନପାଳନ କରନ୍ତି।