ଇନ୍ଦୋର,|୦୬: ରାତିରେ ଏକାଠି ରହିଲେ ପ୍ରେମୀ ଯୁଗଳ । ଅଲଗା ଅଲଗା ଶୋଇଲେ । ରୁମରେ ପୋଲିସ ବାବୁ ମଧ୍ୟ ଥିଲେ । କିନ୍ତୁ ଆଲୋକ ଜଳାଇଲା ବେଳକୁ ପଡିଥିଲା ପ୍ରେମିକାର ମୃତଦେହ । ଆଉ ଗଳାରେ ଥିଲା ଛୁରୀର ଦାଗ । ପ୍ରେମିକ ମଧ୍ୟ ନିଜେ ଆତ୍ମହତ୍ୟା ଉଦ୍ୟମ କରି ରକ୍ତାକ୍ତ ଅବସ୍ଥାରେ ପଡିଥିଲା । ଏପରି କିଛି ଘଟଣା ଗୁଜୁରାଟର ଗାନ୍ଧୀନଗର ଅଞ୍ଚଳକୁ ଥରାଇ ଦେଇଛି ।

ରିପୋର୍ଟ ଅନୁସାରେ, ପ୍ରେମିକ ହେଲେ ସନ୍ତୋଷ ଏବଂ ପ୍ରେମିକା ଜଣଙ୍କ ହେଲେ ରଜନୀ । ସନ୍ତୋଷ ପେଶାରେ ଜଣେ ବିଲ୍ଡର । ସେ ରଜନୀ ବାପାଙ୍କ ନୂଆ ଘର ତିଆରିର କାମ ନେଇଥିଲେ । ତେବେ ଘର କାମ ବେଳେ ଉଭୟ ପରସ୍ପରକୁ ପ୍ରେମ କରି ବସିଥିଲେ । ଗତ ତିନି ବର୍ଷ ହେଲା ସେମାନେ ପ୍ରେମ ସମ୍ପର୍କରେ ରହିଥିଲେ ।

ଏମିତି ଥିଲା ଘଟଣା

ପୋଲିସର କହିବାନୁସାରେ, ଗତ ୭ ତାରିଖରେ ରଜନୀ ସନ୍ତୋଷହ ଘରୁ ଚାଲି ଆସିଥିଲେ । ରଜନୀଙ୍କ ନିଖୋଜ ନେଇ ପିତା ବ୍ରଜଲାଲ ଶିବପୁରୀ ଥାନାରେ ଅଭିଯୋଗ କରିଥିଲେ । ଯାହା ପରେ ପୋଲିସ ଖୋଜାଖୋଜି ଆରମ୍ଭ କରିଥିଲା । ଜୁନ ୧୧ ତାରିଖରେ ଉଭୟଙ୍କ ପତ୍ତା ମିଳିଥିଲା । ସେମାନେ ମଧ୍ୟପ୍ରଦେଶରୁ ଫେରାର ହୋଇ ଗୁଜୁରାଟ ଚାଲିଯାଇଥିଲେ । ପୋଲିସ ମଧ୍ୟ ରଜନୀଙ୍କୁ ପିତା ମାତାଙ୍କ ପାଖକୁ ଫେରାଇ ନେବାରେ ସଫଳ ହୋଇଥିଲା । ଉଭୟ ରଜନୀ ଏବଂ ସନ୍ତୋଷଙ୍କୁ ପୋଲିସ ଗାଡିରେ ଘରକୁ ନେଉଥିବା ବେଳେ ରାସ୍ତାରେ ଅଟକିଥିଲେ । ବିଳମ୍ବିତ ରାତି ଥିବାରୁ ସମସ୍ତେ ଗାନ୍ଧୀନଗର ଜାତୀୟ ରାଜପଥରେ ଥିବା ଏକ ହୋଟେଲରେ ରହିଥିଲେ ।

ତେବେ ସମସ୍ତେ ଗୋଟିଏ କୋଠରୀରେ ଶୋଇଥିଲେ । ହେଲେ ସନ୍ତୋଷଙ୍କୁନିଦ ହୋଇନଥିଲା । ରାତି ପ୍ରାୟଟା୩୦ରେ ସେ ନିଜ ପାଖରେ ଲୁଚାଇ ରଖିଥିବା ଏକ ଛୁରୀରେ ରଜନୀର ତଣ୍ଟିକୁ କାଟି ପକାଇଥିଲା । ରୁମ୍ ଅନ୍ଧାର ଥିବାରୁ କେହି ସନ୍ତୋଷକୁ ଅଟକାଇ ପାରିନଥିଲେ । ଏହାପରେ ସେ ନିଜେ ନିଜ ତଣ୍ଟି କାଟିବାକୁ ମଧ୍ୟ ଉଦ୍ୟମ କରିଥିଲା ।

Also Read :- ଖାନ୍ ସାର୍ ମାମଲା: 'ଜ୍ଞାନ ବିନ୍ଦୁ' କୋଚିଂ ନିର୍ଦ୍ଦେଶକ ରୋଶନ ଆନନ୍ଦଙ୍କ ଭାଇଙ୍କର ନେପାଳରେ ସନ୍ଦେହଜନକ ମୃତ୍ୟୁ

ପାଟି ଶୁଣି ପୋଲିସ ଏବଂ ରଜନୀଙ୍କ ଜଣେ ସମ୍ପର୍କୀୟ ଭାଇ ଆଲୋକ ଜଳାଇବା ପରେ ଚକିତ ହୋଇଯାଇଥିଲେ । ଚାରିଆଡେ ରକ୍ତ ପଡିଥିଲା । ରଜନୀ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲେ । ସନ୍ତୋଷ ମଧ୍ୟ ରକ୍ତାକ୍ତ ଥିଲେ । ତୁରନ୍ତ ସେମାନଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ତେବେ କେଉଁ କାରଣରୁ ସନ୍ତୋଷ ରଜନୀଙ୍କୁ ହତ୍ୟା କରିଛି ତାହା ଜଣା ପଡିନାହିଁ । ଘଟଣାର ତଦନ୍ତ ଜାରି ରହିଛି । ସନ୍ତେଷ ସୁସ୍ଥ ହେଲା ପରେ ହିଁ ଘଟଣା ଉପରୁ ପରଦା ହଟିବ ବୋଲି ପୋଲିସ କହିଛି ।